ନିଜ ରାଜ୍ୟକୁ ଯିବେ ୟୁପିର ୧୫ଶହ ପ୍ରବାସୀ: ୨୦ରେ ସମ୍ବଲପୁରରୁ ବାହାରିବ ସ୍ବତନ୍ତ୍ର ଟ୍ରେନ୍‌

ସମ୍ବଲପୁର, ୧୮।୫ (ବ୍ୟୁରୋ): ସମ୍ବଲପୁର ଷ୍ଟେଶନରୁ ଆସନ୍ତା ୨୦ ତାରିଖ ଏକ ସ୍ବତନ୍ତ୍ର ଟ୍ରେନ୍‌ ଉତ୍ତରପ୍ରଦେଶ ଯିବାକୁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଏ ନେଇ ସମସ୍ତ ବ୍ୟବସ୍ଥା କରିଛି। ସମ୍ବଲପୁର ଷ୍ଟେଶନରୁ ଏହି ଟ୍ରେନ୍‌ ୨୦ ତାରିଖ ସକାଳ ପ୍ରାୟ ୯ଟାରେ ଉତ୍ତରପ୍ରଦେଶର ବାରାଣାସୀ ଅଭିମୁଖେ ଛାଡ଼ିବ। ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଫସି ରହିଥିବା ପ୍ରାୟ ୧୫ ଶହ ପ୍ରବାସୀ ଉତ୍ତରପ୍ରଦେଶ ଯିବେ। ଏଥିପାଇଁ ସେମାନେ ପୂର୍ବରୁ ନିଜ ନାଁ ପଞ୍ଜୀକରଣ କରିସାରିଛନ୍ତି। ପ୍ରାୟ ୭୦ଟି ବସ୍‌ରେ ପୂର୍ବ ଦିନରୁ ଏମାନେ ବୁର୍ଲାରେ ପହଞ୍ଚତ୍ବେ। ଭିସୁଟ୍‌ ପରିସରରେ ସେମାନଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ହୀରାକୁଦ ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର ଆଶ୍ରୟସ୍ଥଳରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ସେମାନେ କିଭଳି ଭାବେ ଆଶ୍ରୟସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା କଟକଣା ପାଳନ କରି ରହିବେ ସେ ନେଇ ପୋଲିସ ସଜାଗ ରହିଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି।
ସୋମବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ସମ୍ବଲପୁର ଷ୍ଟେଶନରେ ପହଞ୍ଚତ୍ଥିଲେ। ସେଠାରେ ପ୍ରବାସୀମାନେ କିଭଳି ଭାବେ ସାମାଜିକ ଦୂରତା ପାଳନ କରି ଲାଇନରେ ଛିଡା ହୋଇ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଟ୍ରେନ୍‌ ଚଢିବେ ସେ ନେଇ ଏସ୍‌ପି ସମୀକ୍ଷା କରିଛନ୍ତି। ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି, ଅଇଁଠାପାଲି ଥାନା ଅଧିକାରୀ ଯୋଗେଶ ପଣ୍ଡା ଓ ଆରପିଏଫ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଫସି ରହିଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ନେବା ପାଇଁ ଉତ୍ତରପ୍ରଦେଶ ସରକାର ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସୁବିଧା ଦୃଷ୍ଟିରୁ ସମ୍ବଲପୁର ଷ୍ଟେଶନରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଏମାନଙ୍କ ଯିବାପାଇଁ ସ୍ଥିର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

ରାହୁଲ ଗାନ୍ଧୀଙ୍କ ପରେ ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ଅଭିଜିତ ଦୀପକେ, କହିଲେ ବଳ..

ନୂଆଦିଲ୍ଲୀ,୩୧।୭ ଦିଲ୍ଲୀରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ…

ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୭: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଗତ ଜୁଲାଇ ୨୦ରେ ଦିଲ୍ଲୀର ଯନ୍ତରମନ୍ତରଠାରୁ ସଂସଦ ଭବନ ଅଭିମୁଖେ ହୋଇଥିବା ରାଲିରେ ଭାଗନେଇଥିବା ସାଧାରଣ ନାଗରିକ ଓ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri