Posted inଜାତୀୟ

ନିଖୋଜ ବାୟୁସେନା ବିମାନର ବ୍ଲାକ୍‌ବକ୍ସ ମିଳିଲା:ସମସ୍ତ ୧୩ ଯାତ୍ରୀ ମୃତ

ନୂଆଦିଲ୍ଲୀ,୧୪ା୬:ନିଖୋଜ ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଅରୁଣାଚଳର ଏକ ଘଞ୍ଚ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳରୁ ମିଳିଛି। ତେବେ ଏଥିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତିି। ବାୟୁସେନା ପକ୍ଷରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିମାନଟି ପିଟିହେବା ପରେ ଚୂର୍‌ମାର୍‌ ହୋଇଯାଇଥିବା ସନ୍ଦେହ କରାଯାଉଛି। ବିମାନର ବ୍ଲାକବକ୍ସକୁ ଉଦ୍ଧାର କରାଯାଇ ପରୀକ୍ଷା କରାଯାଉଛି।
ବିମାନଟି ଜୁନ୍‌ ୩ ତାରିଖରୁ ନିଖୋଜ ହେବା ପରେ ବ୍ୟାପକ ତଲାସି କରାଯାଇଥିଲା। ମୃତକଙ୍କ ମଧ୍ୟରେ ଅଛନ୍ତି ଓ୍ବିଙ୍ଗ କମାଣ୍ଡର୍‌ ଜି.ଏମ୍‌. ଚାଲର୍‌ସ, ସ୍କ୍ବାଡ୍ରନ୍‌ ଲିଡର୍‌ ଏଚ୍‌. ବିନୋଦ, ଫ୍ଲାଇଟ୍‌ ଲ୍ୟୁଟ୍‌ନାଣ୍ଟ ଏଲ୍‌.ଆର୍‌. ଥାପ୍ପା, ଏମ୍‌.କେ. ଗର୍ଗ, ଆଶିଷ ତନ୍‌ଓ୍ବର୍‌, ସୁନୀତ୍‌ ମହାନ୍ତି, ଓ୍ବାରେଣ୍ଟ୍‌ ଅଫିସର୍‌ କେ. କେ. ମିଶ୍ର, ସର୍ଜେଣ୍ଟ ଅନୁପ୍‌ କୁମାର, କର୍ପୋରାଲ୍‌ ସେରିନ୍‌, ଲିଡିଂ ଏୟାର୍‌କ୍ରାଫ୍ଟ ମ୍ୟାନ୍‌ ଏସ.କେ. ସିଂ, ପଙ୍କଜ, ରାଜେଶ କୁମାର ଓ ପୁଟ୍‌ଲି। ରୁଷିଆ ନିର୍ମିତ ଏହି ବାୟୁସେନା ବିମାନଟି ଆସାମର ଜୋର୍‌ହାଟ୍‌ରୁ ଚାଇନା ସୀମାନ୍ତବର୍ତ୍ତି ଅଞ୍ଚଳ ମେନ୍‌ଚୁକାକୁ ଯାଉଥିଲା। ବିମାନଟି ଛାଡ଼ିବାର ଅଧଘଣ୍ଟା ପରେ ଏହା ସହ ସମ୍ପର୍କ ରକ୍ଷା କରାଯାଇ ପାରି ନ ଥିଲା। ନିଖୋଜ ଏହି ବିମାନକୁ ଠାବ କରିବା ଲାଗି ବିଭିନ୍ନ ପ୍ରୟାସ କରାଯାଇଥିଲା। ଶେଷରେ ୮ ଦିନ ପରେ ସୀମାନ୍ତବର୍ତ୍ତୀ ଏକ ଗ୍ରାମର ୧୨ ହଜାର ଫୁଟ ପାର୍ବତ୍ୟାଞ୍ଚଳରେ ଏହାର ଭଗ୍ନାବଶେଷ ବାୟୁସେନା ପକ୍ଷରୁ ମଙ୍ଗଳବାର ଠାବ କରାଯାଇଥିଲା। ତା’ ପରେ ବୁଧବାର ୧୫ ଜଣିଆ ଏକ ଉଦ୍ଧାରକାରୀ ଟିମ୍‌ ସେଠାକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ,୩।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ...

ବଜେଟକୁ ନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ...

ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ଲୋକଙ୍କ ନିକଟକୁ ଯାଅ,ସରକାରୀ ଯୋଜନା ବିଷୟରେ ବୁଝାଅ

ନୂଆଦିଲ୍ଲୀ,୩୦।୧: ଲୋକଙ୍କ ନିକଟକୁ ଯାଇ ସରକାରୀ ଯୋଜନା ବିଷୟରେ ବୁଝାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ବଜେଟ...

୧୮ ବର୍ଷରୁ କମ୍‌ ବୟସ୍କ ମୁସଲମାନ୍‌ ବାଳିକା ବିବାହ ନେଇ ସରକାରଙ୍କ ଜବାବ ଲୋଡିଲେ ହାଇକୋର୍ଟ…

ନୈନିତାଲ, ୨୩।୭ : ୧୮ ବର୍ଷରୁ କମ ବୟସ୍କ ମୁସଲମାନ ବାଳିକାଙ୍କ ବିବାହକୁ ବେଆଇନ ଘୋଷଣା କରିବାକୁ ଚାହୁଁଥିବା ଏକ ଜନସ୍ବାର୍ଥ ମାମଲା ଉପରେ ଉତ୍ତରାଖଣ୍ଡ...

‘ଭାଜପା ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ’

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୧।୩: ଭାଜପା ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ। ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍‌ ଆର୍ଟିକିଲ୍‌ରେ ଏହି...

ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି।...

ମୋଦି ପୁଣି ଦେଲେ ଝଟ୍‌କା: ଲୋକ ସଭା ବାଚସ୍ପତି ହେବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଝଟ୍‌କା ଦେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବହୁ ଚର୍ଚ୍ଚା ଲାଗି ରହିଥିଲା। ତେବେ ରାଜସ୍ଥାନ କୋଟା...

କାନ୍ଥ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହୟତା ରାଶି ଘୋଷଣା

ଲକ୍ଷ୍ନୌ,୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ହଜରତଗଞ୍ଜରେ ଏକ ନିର୍ମାଣଧୀନ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି।...

Advertisement
Archives

Model This Week