ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି ଆୟାଜିତ ହୋଇଥିବା ଏହି ପୂଜା ଲାଗି ସାରା ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ମୀନାବଜାର ସାଙ୍ଗକୁ ଭଜନ, କୀର୍ତ୍ତନ, ମେଲୋଡି, ପ୍ରବଚନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶାନ୍ତି, ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା ଦେଇଆସୁଥିବା ଏହି ପୂଜାର ନିଆରା ପରମ୍ପରା ରହିଛି। ପ୍ରାୟ ୨୦୦ବର୍ଷ ତଳେ ପ୍ରଥମେ ଏହି ପୂଜା ଆରମ୍ଭ ହୋଇଥିବା ଜନଶ୍ରୂତି ରହିଛି।
୫ବର୍ଷ ପରେ ଏଥର ବାଲିଠାକୁରାଣୀ ପୂଜା ପଡ଼ିଥିବାରୁ ଏଥିପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜାର ପ୍ରଥମ ଦିନରେ ଗଁାଠାରୁ ପ୍ରାୟ ୭ କି.ମି. ଦୂର ପୂଣ୍ୟତୋୟା ବୈତରଣୀ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ବାଲି ଅଣାଯାଇଥିଲା। ଏହାପରେ ମା’ଙ୍କ ଆସ୍ଥାନର ଦୁଇ ପାର୍ଶ୍ୱରେ ଦୁଇଟି ଘୋଡା ଯୋଚା ଯାଇ ବାଲି, ଫୁଲ, ଖଡୁ ଓ ବେତକୁ ରଖି ପୂଜା କରାଯାଇଥିଲା। ପ୍ରଥମଦିନରୁ ଶେଷଦିନ ଯାଏ ମା’ଙ୍କ ନିକଟରେ ପ୍ରତ୍ୟେକ ସକାଳେ ବିଦ୍ଧି ଅନୁଯାୟୀ ପୂଜାକାର୍ଯ୍ୟ କରାଯାଇଥିଲା। ନାଲିମନ୍ଦାର ଫୁଲ ସାଙ୍ଗକୁ ନାଲି ଓ କଳାଝିମିରୀ ଶାଢୀ ମା’ଙ୍କର ଅତିପ୍ରିୟ। ପୂର୍ବରୁ ମା’ଙ୍କ ନିକଟରେ ବୋଦା ଓ କୁକୁଡା ବଳି ଦିଆଯାଉଥିଲା। ଏବେ ନଡିଆ, କଦଳୀ, ଖଇ, ଉଖୁଡା, କ୍ଷୀର, ଗୁଡ ଆଦି ଭୋଗ ଲାଗି ହେଉଛି। ପୂଜାର ଷଷ୍ଠୀଦିନ କୁରୁମ ଓ ଗନ୍ଧିପଳାସ ଗଛର ଡ଼ାଳ କାଟି ମା’ଙ୍କ ନିକଟରେ ରଖି ପୂଜାର୍ଚ୍ଚନା କରାଯାଇଥିଲା। ୯ମ ଦିନ ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମନସ୍କାମନା ପୂରଣ ଲାଗି ନିଅଁାରେ ଚାଲିବା ସହ କଣ୍ଟାପିଢ଼ାରେ ବସି ଭକ୍ତିଭାବନା ପ୍ରଦର୍ଶନ କରିଥିଲେ।
ଉଲ୍ଲେଖନୀୟ ଯେ, ଜଳସରପୁର ଠାରେ ହେଉଥିବା ପୂଜାରେ ପ୍ରହ୍ଲାଦ ନାଏକ, ହରିହର ଦେହୁରୀ, ମୋହନ ଦେହୁରୀ ପୂଜାକାର୍ଯ୍ୟ କରୁଥିବା ବେଳେ ମୂଖ୍ୟପୂଜକ ଭାବେ ପରିକ୍ଷିତ ନାଏକ ଏହାର ସମସ୍ତ ଦାୟିତ୍ୱ ତୁଲାଇଥାନ୍ତି। ସେହିପରି ସୁଲଣ ଗ୍ରାମରେ ପୂଜା ପରିଚାଳନା କମିଟି ସମସ୍ତ ଦାୟିତ୍ୱ ତୁଲାଉଥିବା ବେଳେ ମୂଖ୍ୟ ପୂଜକ ଭାବେ ବୈଷ୍ଣବ ବେହେରା ଓ ତାଙ୍କ ଝିଅ କନକ ଦେହୁରୀ ମା’ଙ୍କ ପୂଜାକାର୍ଯ୍ୟ କରିଥାନ୍ତି। ପୂଜା ଶେଷଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହେଉଥିବା ବେଳେ ଦୁଃଖୀରଙ୍କିଙ୍କୁ ବସ୍ତ୍ରଦାନ କରାଯାଇଥାଏ। ପ୍ରତ୍ୟେକ୍ଷ ଦେବୀ ରୂପେ ମା’ ବାଲିଠାକୁରାଣୀ ବେଶ୍‌ ବିଖ୍ୟାତ ଅଟନ୍ତି। ଏଠାରେ ଯିଏ ଯାହା ମାନସିକ କରିଥାଏ ମା’ ସକଳ କାମନା ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗଁା ପୋଖରୀରୁ ମାଛଚାଷ ଦ୍ୱାରା ସଞ୍ଚିତ ଅର୍ଥ ଓ ଦୁଇ ଗଁାର ପ୍ରତ୍ୟେକ ପରିବାର ଠାରୁ ଅର୍ଥ ସାହାଯ୍ୟକୁ ନେଇ ପାରମ୍ପାରିକ ରୀତିନୀତିରେ ବାଲିଯାତ୍ରା ପର୍ବଟିକୁ ଦୁଇ ଗଁା ମଧ୍ୟରେ ପୃଥକ ଭାବେ ଅନୁଷ୍ଠିତ କରାଯାଇଥାଏ ବୋଲି ୧୦୨ବର୍ଷର ବୃଦ୍ଧ ଦୁଃଖା ପଲେଇ ପ୍ରକାଶ କରିଛନ୍ତି। ଏହି ୯ଦିନର ପର୍ବ ମଧ୍ୟରେ ମୀନାବଜାର, ଦୋଳି ସହିତ ଭଳିକି ଭଳି ଦୋକାନମାନଙ୍କର ଭିଡ଼ ଦେଖିବାକୁ ମିଳେ ା ଏହି ଗଣପର୍ବରେ ଉକ୍ତ ଦୁଇ ଗଁା ସହ ଅନ୍ୟ ପାଖଆଖ ଗଁାର ପ୍ରତ୍ୟେକ ଘରମାନଙ୍କୁ ବନ୍ଧୁବାନ୍ଧବ ଆସିଥାନ୍ତି। ମା’ ବାଲିଠାକୁରାଣୀଙ୍କୁ ଦର୍ଶନ କରିବା ସହ ୯ଦିନ ଧରି ବାଲିଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି। ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ପାରମ୍ପରିକ ପର୍ବଟିକୁ ଜିଲା ପ୍ରଶାସନ ଦୃଷ୍ଟି ପକାଇଲେ ଏହା ଦୀର୍ଘଦିନ ଧରି ଅନୁଷ୍ଠିତ ହୋଇପାରନ୍ତା ବାଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ...

୩ ରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ

ପୁରୀ ଅଫିସ ୧୫।୬: ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ ଚାଲିଥିବାବେଳେ ୪୪ଟି ଯୋଖା ତିନିରଥର ଚାରିପାଶର୍‌ବ କୋଣରେ ଫିଟିଙ୍ଗ ସମ୍ପୂର୍ଣ୍ଣ ହେବାପରେ ମଙ୍ଗଳାବାର ପ୍ରଥମ ଭୂଇଁ...

ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାହାର ଲୋକଙ୍କ ଉପରେ ନଜର ରଖିବ ୨୨ ଟିମ୍‌

ପୁରୀ ଅଫିସ,୧୯।୭: ବାହୁଡ଼ା ଯାତ୍ରା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୋଲିସର ପ୍ରସ୍ତୁତି ଓ କଟକଣା କାର୍ଯ୍ୟକାରୀ ସମ୍ପର୍କରେ ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ...

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ...

ବେଆଇନ ବାଲି ଡିପୋ ବନ୍ଦ କଲେ ବସ୍ତିବାସିନ୍ଦା

କାଳିଆପାଣି,୨୪ା୧(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଭୂତଳ ଖଣି ପାଇଁ ବ୍ୟାପକ ବାଲି ଦରକାର ହେଉଛି। ତେଣୁ ବାଲି ସପ୍ଲାୟର ଜଙ୍ଗଲ ଜମି, ଖେଳପଡ଼ିଆ ଓ ରାସ୍ତାକଡ଼ରେ...

ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ...

କେନ୍ଦ୍ର ଦୂର ଥିଲେ ଶିକ୍ଷକଙ୍କୁ ଯାତ୍ରା, ରହଣି ସୁବିଧା

କଟକ ଅଫିସ,୧୬ା୫: ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଏର ହୋଇଥିବା ଦୁଇଟି ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଯଦି କୌଣସି ଶିକ୍ଷକଙ୍କ ଘର...

ଚର୍ଚ୍ଚରେ ଚାଲିଥିଲା ସାମୂହିକ ପ୍ରାର୍ଥନା: ପରିଚାଳକ ସମେତ ୮ ଗିରଫ

କାଶୀନଗର,୫।୪(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଘରୁ ନ ବାହାରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ...

Advertisement
Archives

Model This Week