ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି ଆୟାଜିତ ହୋଇଥିବା ଏହି ପୂଜା ଲାଗି ସାରା ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ମୀନାବଜାର ସାଙ୍ଗକୁ ଭଜନ, କୀର୍ତ୍ତନ, ମେଲୋଡି, ପ୍ରବଚନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶାନ୍ତି, ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା ଦେଇଆସୁଥିବା ଏହି ପୂଜାର ନିଆରା ପରମ୍ପରା ରହିଛି। ପ୍ରାୟ ୨୦୦ବର୍ଷ ତଳେ ପ୍ରଥମେ ଏହି ପୂଜା ଆରମ୍ଭ ହୋଇଥିବା ଜନଶ୍ରୂତି ରହିଛି।
୫ବର୍ଷ ପରେ ଏଥର ବାଲିଠାକୁରାଣୀ ପୂଜା ପଡ଼ିଥିବାରୁ ଏଥିପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜାର ପ୍ରଥମ ଦିନରେ ଗଁାଠାରୁ ପ୍ରାୟ ୭ କି.ମି. ଦୂର ପୂଣ୍ୟତୋୟା ବୈତରଣୀ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ବାଲି ଅଣାଯାଇଥିଲା। ଏହାପରେ ମା’ଙ୍କ ଆସ୍ଥାନର ଦୁଇ ପାର୍ଶ୍ୱରେ ଦୁଇଟି ଘୋଡା ଯୋଚା ଯାଇ ବାଲି, ଫୁଲ, ଖଡୁ ଓ ବେତକୁ ରଖି ପୂଜା କରାଯାଇଥିଲା। ପ୍ରଥମଦିନରୁ ଶେଷଦିନ ଯାଏ ମା’ଙ୍କ ନିକଟରେ ପ୍ରତ୍ୟେକ ସକାଳେ ବିଦ୍ଧି ଅନୁଯାୟୀ ପୂଜାକାର୍ଯ୍ୟ କରାଯାଇଥିଲା। ନାଲିମନ୍ଦାର ଫୁଲ ସାଙ୍ଗକୁ ନାଲି ଓ କଳାଝିମିରୀ ଶାଢୀ ମା’ଙ୍କର ଅତିପ୍ରିୟ। ପୂର୍ବରୁ ମା’ଙ୍କ ନିକଟରେ ବୋଦା ଓ କୁକୁଡା ବଳି ଦିଆଯାଉଥିଲା। ଏବେ ନଡିଆ, କଦଳୀ, ଖଇ, ଉଖୁଡା, କ୍ଷୀର, ଗୁଡ ଆଦି ଭୋଗ ଲାଗି ହେଉଛି। ପୂଜାର ଷଷ୍ଠୀଦିନ କୁରୁମ ଓ ଗନ୍ଧିପଳାସ ଗଛର ଡ଼ାଳ କାଟି ମା’ଙ୍କ ନିକଟରେ ରଖି ପୂଜାର୍ଚ୍ଚନା କରାଯାଇଥିଲା। ୯ମ ଦିନ ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମନସ୍କାମନା ପୂରଣ ଲାଗି ନିଅଁାରେ ଚାଲିବା ସହ କଣ୍ଟାପିଢ଼ାରେ ବସି ଭକ୍ତିଭାବନା ପ୍ରଦର୍ଶନ କରିଥିଲେ।
ଉଲ୍ଲେଖନୀୟ ଯେ, ଜଳସରପୁର ଠାରେ ହେଉଥିବା ପୂଜାରେ ପ୍ରହ୍ଲାଦ ନାଏକ, ହରିହର ଦେହୁରୀ, ମୋହନ ଦେହୁରୀ ପୂଜାକାର୍ଯ୍ୟ କରୁଥିବା ବେଳେ ମୂଖ୍ୟପୂଜକ ଭାବେ ପରିକ୍ଷିତ ନାଏକ ଏହାର ସମସ୍ତ ଦାୟିତ୍ୱ ତୁଲାଇଥାନ୍ତି। ସେହିପରି ସୁଲଣ ଗ୍ରାମରେ ପୂଜା ପରିଚାଳନା କମିଟି ସମସ୍ତ ଦାୟିତ୍ୱ ତୁଲାଉଥିବା ବେଳେ ମୂଖ୍ୟ ପୂଜକ ଭାବେ ବୈଷ୍ଣବ ବେହେରା ଓ ତାଙ୍କ ଝିଅ କନକ ଦେହୁରୀ ମା’ଙ୍କ ପୂଜାକାର୍ଯ୍ୟ କରିଥାନ୍ତି। ପୂଜା ଶେଷଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହେଉଥିବା ବେଳେ ଦୁଃଖୀରଙ୍କିଙ୍କୁ ବସ୍ତ୍ରଦାନ କରାଯାଇଥାଏ। ପ୍ରତ୍ୟେକ୍ଷ ଦେବୀ ରୂପେ ମା’ ବାଲିଠାକୁରାଣୀ ବେଶ୍‌ ବିଖ୍ୟାତ ଅଟନ୍ତି। ଏଠାରେ ଯିଏ ଯାହା ମାନସିକ କରିଥାଏ ମା’ ସକଳ କାମନା ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗଁା ପୋଖରୀରୁ ମାଛଚାଷ ଦ୍ୱାରା ସଞ୍ଚିତ ଅର୍ଥ ଓ ଦୁଇ ଗଁାର ପ୍ରତ୍ୟେକ ପରିବାର ଠାରୁ ଅର୍ଥ ସାହାଯ୍ୟକୁ ନେଇ ପାରମ୍ପାରିକ ରୀତିନୀତିରେ ବାଲିଯାତ୍ରା ପର୍ବଟିକୁ ଦୁଇ ଗଁା ମଧ୍ୟରେ ପୃଥକ ଭାବେ ଅନୁଷ୍ଠିତ କରାଯାଇଥାଏ ବୋଲି ୧୦୨ବର୍ଷର ବୃଦ୍ଧ ଦୁଃଖା ପଲେଇ ପ୍ରକାଶ କରିଛନ୍ତି। ଏହି ୯ଦିନର ପର୍ବ ମଧ୍ୟରେ ମୀନାବଜାର, ଦୋଳି ସହିତ ଭଳିକି ଭଳି ଦୋକାନମାନଙ୍କର ଭିଡ଼ ଦେଖିବାକୁ ମିଳେ ା ଏହି ଗଣପର୍ବରେ ଉକ୍ତ ଦୁଇ ଗଁା ସହ ଅନ୍ୟ ପାଖଆଖ ଗଁାର ପ୍ରତ୍ୟେକ ଘରମାନଙ୍କୁ ବନ୍ଧୁବାନ୍ଧବ ଆସିଥାନ୍ତି। ମା’ ବାଲିଠାକୁରାଣୀଙ୍କୁ ଦର୍ଶନ କରିବା ସହ ୯ଦିନ ଧରି ବାଲିଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି। ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ପାରମ୍ପରିକ ପର୍ବଟିକୁ ଜିଲା ପ୍ରଶାସନ ଦୃଷ୍ଟି ପକାଇଲେ ଏହା ଦୀର୍ଘଦିନ ଧରି ଅନୁଷ୍ଠିତ ହୋଇପାରନ୍ତା ବାଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri