ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି ଆୟାଜିତ ହୋଇଥିବା ଏହି ପୂଜା ଲାଗି ସାରା ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ମୀନାବଜାର ସାଙ୍ଗକୁ ଭଜନ, କୀର୍ତ୍ତନ, ମେଲୋଡି, ପ୍ରବଚନ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶାନ୍ତି, ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା ଦେଇଆସୁଥିବା ଏହି ପୂଜାର ନିଆରା ପରମ୍ପରା ରହିଛି। ପ୍ରାୟ ୨୦୦ବର୍ଷ ତଳେ ପ୍ରଥମେ ଏହି ପୂଜା ଆରମ୍ଭ ହୋଇଥିବା ଜନଶ୍ରୂତି ରହିଛି।
୫ବର୍ଷ ପରେ ଏଥର ବାଲିଠାକୁରାଣୀ ପୂଜା ପଡ଼ିଥିବାରୁ ଏଥିପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ପୂଜାର ପ୍ରଥମ ଦିନରେ ଗଁାଠାରୁ ପ୍ରାୟ ୭ କି.ମି. ଦୂର ପୂଣ୍ୟତୋୟା ବୈତରଣୀ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ବାଲି ଅଣାଯାଇଥିଲା। ଏହାପରେ ମା’ଙ୍କ ଆସ୍ଥାନର ଦୁଇ ପାର୍ଶ୍ୱରେ ଦୁଇଟି ଘୋଡା ଯୋଚା ଯାଇ ବାଲି, ଫୁଲ, ଖଡୁ ଓ ବେତକୁ ରଖି ପୂଜା କରାଯାଇଥିଲା। ପ୍ରଥମଦିନରୁ ଶେଷଦିନ ଯାଏ ମା’ଙ୍କ ନିକଟରେ ପ୍ରତ୍ୟେକ ସକାଳେ ବିଦ୍ଧି ଅନୁଯାୟୀ ପୂଜାକାର୍ଯ୍ୟ କରାଯାଇଥିଲା। ନାଲିମନ୍ଦାର ଫୁଲ ସାଙ୍ଗକୁ ନାଲି ଓ କଳାଝିମିରୀ ଶାଢୀ ମା’ଙ୍କର ଅତିପ୍ରିୟ। ପୂର୍ବରୁ ମା’ଙ୍କ ନିକଟରେ ବୋଦା ଓ କୁକୁଡା ବଳି ଦିଆଯାଉଥିଲା। ଏବେ ନଡିଆ, କଦଳୀ, ଖଇ, ଉଖୁଡା, କ୍ଷୀର, ଗୁଡ ଆଦି ଭୋଗ ଲାଗି ହେଉଛି। ପୂଜାର ଷଷ୍ଠୀଦିନ କୁରୁମ ଓ ଗନ୍ଧିପଳାସ ଗଛର ଡ଼ାଳ କାଟି ମା’ଙ୍କ ନିକଟରେ ରଖି ପୂଜାର୍ଚ୍ଚନା କରାଯାଇଥିଲା। ୯ମ ଦିନ ମା’ଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମନସ୍କାମନା ପୂରଣ ଲାଗି ନିଅଁାରେ ଚାଲିବା ସହ କଣ୍ଟାପିଢ଼ାରେ ବସି ଭକ୍ତିଭାବନା ପ୍ରଦର୍ଶନ କରିଥିଲେ।
ଉଲ୍ଲେଖନୀୟ ଯେ, ଜଳସରପୁର ଠାରେ ହେଉଥିବା ପୂଜାରେ ପ୍ରହ୍ଲାଦ ନାଏକ, ହରିହର ଦେହୁରୀ, ମୋହନ ଦେହୁରୀ ପୂଜାକାର୍ଯ୍ୟ କରୁଥିବା ବେଳେ ମୂଖ୍ୟପୂଜକ ଭାବେ ପରିକ୍ଷିତ ନାଏକ ଏହାର ସମସ୍ତ ଦାୟିତ୍ୱ ତୁଲାଇଥାନ୍ତି। ସେହିପରି ସୁଲଣ ଗ୍ରାମରେ ପୂଜା ପରିଚାଳନା କମିଟି ସମସ୍ତ ଦାୟିତ୍ୱ ତୁଲାଉଥିବା ବେଳେ ମୂଖ୍ୟ ପୂଜକ ଭାବେ ବୈଷ୍ଣବ ବେହେରା ଓ ତାଙ୍କ ଝିଅ କନକ ଦେହୁରୀ ମା’ଙ୍କ ପୂଜାକାର୍ଯ୍ୟ କରିଥାନ୍ତି। ପୂଜା ଶେଷଦିନ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହେଉଥିବା ବେଳେ ଦୁଃଖୀରଙ୍କିଙ୍କୁ ବସ୍ତ୍ରଦାନ କରାଯାଇଥାଏ। ପ୍ରତ୍ୟେକ୍ଷ ଦେବୀ ରୂପେ ମା’ ବାଲିଠାକୁରାଣୀ ବେଶ୍‌ ବିଖ୍ୟାତ ଅଟନ୍ତି। ଏଠାରେ ଯିଏ ଯାହା ମାନସିକ କରିଥାଏ ମା’ ସକଳ କାମନା ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗଁା ପୋଖରୀରୁ ମାଛଚାଷ ଦ୍ୱାରା ସଞ୍ଚିତ ଅର୍ଥ ଓ ଦୁଇ ଗଁାର ପ୍ରତ୍ୟେକ ପରିବାର ଠାରୁ ଅର୍ଥ ସାହାଯ୍ୟକୁ ନେଇ ପାରମ୍ପାରିକ ରୀତିନୀତିରେ ବାଲିଯାତ୍ରା ପର୍ବଟିକୁ ଦୁଇ ଗଁା ମଧ୍ୟରେ ପୃଥକ ଭାବେ ଅନୁଷ୍ଠିତ କରାଯାଇଥାଏ ବୋଲି ୧୦୨ବର୍ଷର ବୃଦ୍ଧ ଦୁଃଖା ପଲେଇ ପ୍ରକାଶ କରିଛନ୍ତି। ଏହି ୯ଦିନର ପର୍ବ ମଧ୍ୟରେ ମୀନାବଜାର, ଦୋଳି ସହିତ ଭଳିକି ଭଳି ଦୋକାନମାନଙ୍କର ଭିଡ଼ ଦେଖିବାକୁ ମିଳେ ା ଏହି ଗଣପର୍ବରେ ଉକ୍ତ ଦୁଇ ଗଁା ସହ ଅନ୍ୟ ପାଖଆଖ ଗଁାର ପ୍ରତ୍ୟେକ ଘରମାନଙ୍କୁ ବନ୍ଧୁବାନ୍ଧବ ଆସିଥାନ୍ତି। ମା’ ବାଲିଠାକୁରାଣୀଙ୍କୁ ଦର୍ଶନ କରିବା ସହ ୯ଦିନ ଧରି ବାଲିଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି। ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ପ୍ରସିଦ୍ଧ ପାରମ୍ପରିକ ପର୍ବଟିକୁ ଜିଲା ପ୍ରଶାସନ ଦୃଷ୍ଟି ପକାଇଲେ ଏହା ଦୀର୍ଘଦିନ ଧରି ଅନୁଷ୍ଠିତ ହୋଇପାରନ୍ତା ବାଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?