ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ ଧରି ଜଳ ଜମି ରହିବା ଯୋଗୁଁ ଚାଷୀମାନେ ଚିନ୍ତାରେ ରହିଥିଲେ। ଏହି ସମସ୍ୟା ସମ୍ପର୍କରେ ଖବର ପାଇ ଶନିବାର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପୋଡ଼ାପଦର ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ଚାଷୀ ଓ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ପ୍ରଶାସନିକ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ କହିଥିଲେ।

ବିଧାୟକଙ୍କ ହସ୍ତକ୍ଷେପ ପରେ ଆଜି ପ୍ରଶାସନ ପକ୍ଷରୁ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଛି । ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଷଜମିରୁ ଜଳବନ୍ଦୀ ସମସ୍ୟା ଦୂର ହେବା ନେଇ ଆଶା ସୃଷ୍ଟି ହୋଇଛି । ଏହାକୁ ନେଇ ଅଞ୍ଚଳର ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କ ହିତର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ବିଧାୟକ କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?