Posted inଖେଳ

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ କୋହଲି ଏବେ ଶ୍ରେଷ୍ଠ ବୋଲି କୁହାଯାଇପାରେ ଓ ଏ ନେଇ କୌଣସି ପ୍ରଶ୍ନ ଉଠିବା ଉଚିତ୍‌ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ଅସାଧାରଣ ପ୍ରତିଭା ଓ ଫିଟ୍‌ନେସ୍‌ କୋହଲିଙ୍କୁ ଚଳିତ ପିଢିରେ ମହାନ୍‌ ବ୍ୟାଟ୍ସମ୍ୟାନ ଭାବେ ଗଢି ତୋଳିଛି।
ଷ୍ଟିଭ୍‌ ସ୍ମିଥ୍‌, କେନ୍‌ ଓ୍ବିଲିୟମସନ, ଜୋ ରୁଟ୍‌ ନେଇ ଗଠିତ ଗ୍ରୁପ୍‌ରେ କୋହଲି ୩ଟି ଫର୍ମାଟ୍‌ରେ ଶ୍ରେଷ୍ଠ ବୋଲି ୟୁ ଟ୍ୟୁବ୍‌ରେ ରାଧାକ୍ରିଷ୍ଣନ ଶ୍ରୀନିବାସନଙ୍କ ଦ୍ୱାରା ଆୟୋଜିତ ‘ଦି ଆରକେ ଶୋ’ରେ ଚାପେଲ ଏହି କଥା କହିଛନ୍ତି। ସବୁ ଫର୍ମାଟରେ ସେ ଅସାଧାରଣ ରେକର୍ଡ ସୃଷ୍ଟି କରିଛନ୍ତି। ଖାସ୍‌ କରି ଛୋଟ ଫର୍ମାଟ୍‌ରେ ତାଙ୍କ ପ୍ରଦର୍ଶନ ବେଶ୍‌ ଭଲ ହୋଇପାରିଛି। କୋହଲିଙ୍କ ଆଖାପାଖରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ନାହାନ୍ତି ବୋଲି ସେ କହିଛନ୍ତି। କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ଓ ୨୦,୦୦୦ ରନ ସଂଗ୍ରହ ହାସଲ କରିସାରିଛନ୍ତି। ୩ଟି ଫର୍ମାଟରେ ତାଙ୍କର ହାରାହାରି ରନ୍‌ ସଂଗ୍ରହ ୫୦ରୁ ଊର୍ଦ୍ଧ୍ୱ ରହିଛି। ବ୍ୟାଟିଂକୁ ନେଇ ତାଙ୍କ ଆଭିମୁଖ୍ୟ ବେଶ୍‌ ପସନ୍ଦ କରେ। ଖାସ୍‌ କରି ଟି୨୦ରେ ସେ କେବେ ଅବାସ୍ତବ ତଥା ଅଭିନବ ଶଟ୍‌ ଖେଳିବାକୁ ପସନ୍ଦ କରି ନ ଥାନ୍ତି। ଆମ ସମୟରେ ଭିଭିଆନ ରିଚାଡର୍‌ସ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିଲେ। ତେବେ ସେ ସାଧାରଣ ଶଟ୍‌ ହିଁ ଖେଳିଥାନ୍ତି। ବଲ୍‌ ଓ ବ୍ୟାଟ୍‌ର ସଂଯୋଗରେ ସେ ଭୁଲ୍‌ କରି ନ ଥାନ୍ତି ଓ ଦ୍ରୁତ ଗତିରେ ମଧ୍ୟ ରନ୍‌ ସଂଗ୍ରହ କରିଥାନ୍ତି। କୋହଲି ମଧ୍ୟ ଠିକ୍‌ ତାହା କରୁଛନ୍ତି। କୋହଲି ପାରମ୍ଭରିକ ଶଟ୍‌ ବେଶ୍‌ ଭଲ ଭାବେ ଖେଳୁଛନ୍ତି। ପୁଣି ଫିଟ୍‌ନେସ ଓ ରନିଂ ବିଟୁଇନ୍‌ ଦି ଉଇକେଟ ଦୃଷ୍ଟିକୋଣରୁ ଦେଖିଲେ ସେ ଅନ୍ୟମାନଙ୍କୁ ବହୁ ପଛରେ ପକାଇଛନ୍ତି। ସେ ଅସାଧାରଣ ଭାବେ ଫିଟ୍‌ ଅଛନ୍ତି ବୋଲି ଚାପେଲ କହିଛନ୍ତି।
ନେତୃତ୍ୱରେ ମଧ୍ୟ ସେ ପଛରେ ପଡିନାହାନ୍ତି। ବଳିଷ୍ଠ ନେତୃତ୍ୱ ନେବା ସହ କୋହଲି ପରାଜୟକୁ ଆଦୌ ଭୟ କରନ୍ତି ନାହିଁ। ସବୁବେଳେ ବିଜୟ ପାଇଁ ସେ ପଡିଆକୁ ଓହ୍ଲାଇଥାନ୍ତି। ତାଙ୍କର ଏହି ଆଭିମୁଖ୍ୟକୁ ପସନ୍ଦ କରେ ବୋଲି ଚାପେଲ କହିଛନ୍ତି। ନେତୃତ୍ୱ ଭାର ଗ୍ରହଣ କଲାବେଳେ ସେ ବେଶ୍‌ ଭାବପ୍ରବଣ ଥିଲେ। ତେବେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ନିର୍ବିବାଦରେ କୋହଲି ଜଣେ ସ୍ମାର୍ଟ କ୍ରିକେଟର ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଇଆନ ଚାପେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ...

କ୍ୱାଲିଫାୟର୍‌-୨ରେ ଘାତକ ହୋଇପାରନ୍ତି ଶୁବମନ

ଅହମଦାବାଦ,୨୫ା୫: ଇଣ୍ଡିଆନ ପ୍ରିମିୟର୍‌ ଲିଗ୍‌(ଆଇପିଏଲ)ର କ୍ୱାଲିଫାୟର-୨ରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଲକ୍ଷ୍ନୌକୁ ୮୧...

ଇନ୍ଦୋର ପିଚ୍‌ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…

କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି...

କେଶ କାଟିପାରିବେନି ଅଷ୍ଟ୍ରେଲିଆ କ୍ରିକେଟର୍‌: ଜାଣନ୍ତୁ କାହିଁକି

ମେଲବୋର୍ନ,୧୯।୧୨:ଏବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜର ମ୍ୟାଚ ଖେଳାଯାଉଛି। କିନ୍ତୁ କରୋନା ଯୋଗୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଷ୍ଟିଭ...

ଉର୍ବଶୀଙ୍କୁ ମିଳିଲା ୨ ଡବ୍ଲ୍ୟୁବିସି ଟାଇଟଲ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ମହିଳା ବକ୍ସର ଉର୍ବଶୀ ସିଂଙ୍କୁ ମିଳିଛି ବଡ଼ ସଫଳତା। ସେ ୨ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଛନ୍ତି। କଲମ୍ବୋରେ ଅନୁଷ୍ଟିତ ୧୦ ରାଉଣ୍ଡବିଶିଷ୍ଟ...

ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦...

ଚଣ୍ଡିଗଡ଼, ବିହାରର ବୃହତ୍‌ ବିଜୟ

ଭୁବନେଶ୍ୱର, ୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ୪ଟି ମ୍ୟାଚରେ...

‘ଥାଲା’ ମାନେ କ’ଣ? ଜାଣନ୍ତୁ କାହିଁକି ଧୋନୀଙ୍କୁ ଏହି ନାମରେ ଡାକିଥାନ୍ତି ସାଥୀ ଖେଳାଳି

ନୂଆଦିଲ୍ଲୀ,୭।୭: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବୁଧବାର ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଆଇସିସିର ସମସ୍ତ ତିନୋଟି ଟ୍ରଫି(ଟି୨୦ ବିଶ୍ୱକପ୍‌, ୫୦...

Advertisement
Archives

Model This Week