ନରହନ୍ତା ଦନ୍ତାକୁ କରାଯିବ ଟ୍ରାଙ୍କୁଲାଇଜ

ବନ୍ତଳା,୧୭ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏଥିପାଇଁ ଶିମିଳିପାଳର କୁମ୍‌କୀ ହାତୀ ସହ ସାତକୋଶିଆ ଟିକରପଡାଠାରେ ଥିବା ହାତୀ ମହେନ୍ଦ୍ରର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ୨୦୧୯ରେ ତାଳଚେର ରେଞ୍ଜ ଅଞ୍ଚଳରେ ଉକ୍ତ ଦନ୍ତା ଆତଙ୍କ ସୃଷ୍ଟି କରିବା ସହିତ ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁର କାରଣ ହୋଇଥିଲା। ସେହିପରି ତାଳଚେର ସହର ଶର୍ମା ଛକରେ ଜଣେ ଲୋକକୁ ମାରିଥିଲା। ସେବେଠାରୁ ଏହି ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ତାଳଚେର ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଉଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏ ନେଇ ସରକାରଙ୍କୁ ଅବଗତ କରିବା ପରେ ଅନୁମତି ମିଳିଛି। ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାକୁ ନେବା ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇ ଦନ୍ତାକୁ ତାଳଚେର ରେଞ୍ଜ ଡେରା ମୁକୁନ୍ଦନାଳ ରିଜର୍ଭ ଜଙ୍ଗଲରେ ଘେରାଉ କରାଯାଇଛି। ଏଥିସହିତ ଆଉ ତିନୋଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ରେ ଅନୁଗୋଳ ଡିଏଫ୍‌ଓ ଭି. କାର୍ତ୍ତିକଙ୍କ ସହିତ ବନ ଅଧିକାରୀ, ଆଉ ଏକ ଟିମ୍‌ରେ ଏସିଏଫ ବାସୁଦେବ ବେହେରାଙ୍କ ସହିତ ବନ କର୍ମଚାରୀ ଓ ତୃତୀୟ ଟିମ୍‌ରେ ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁଙ୍କ ସହିତ ଅନ୍ୟ ଡାକ୍ତର ଦଳ ରହିବେ। ସାତକୋଶିଆରୁ ଏକ ଟ୍ରକ୍‌ରେ ମହେନ୍ଦ୍ରକୁ ଅଣାଯାଇ ତାଳଚେର ଡେରା ଅଞ୍ଚଳରେ ଅପରେଶନ ଆରମ୍ଭ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର: PWD ରାସ୍ତାରେ ଝୁଲୁଛି ମୃତ୍ୟୁର ଖଣ୍ଡା! ଶୁଖିଲା ଗଛ ସାଜିଛି ମରଣଯନ୍ତା

ଥୁଆମୂଳ ରାମପୁର, ୧୦ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଜୀବନରେଖା କୁହାଯାଉଥିବା ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ PWD ରାସ୍ତା ଏବେ…

ମାଙ୍କଡଡିଆଁ ଜଳପ୍ରପାତରେ ଅଘଟଣ, ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ମୋହନା,୧୦ା୫( ମନ୍ମଥ ମିଶ୍ର ): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କର ନାମ ଅଭିଜିତ ଦାସ ହୋଇଥିବା ବେଳେ ସେ ଜଣେ…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

‘ପେନ୍‌ସନ୍‌ଭୋଗୀଙ୍କ ପାଇଁ କାର୍ଯ୍ୟକାରୀ ହେବନାହିଁ କୌଣସି ନୂଆ ନିୟମ’

ଦିଗପହଣ୍ଡି,୧୦|୫(ଅଶେଷ ନାଥ ମିଶ୍ର):  ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀ ପାତାଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ…

ଇଣ୍ଡୋର ଷ୍ଟାଡିୟମରେ ଲାଇଟ୍‌ ଅଚଳ, ଅନ୍ଧାରରେ ଖେଳୁଛନ୍ତି ଖେଳାଳି

କେସିଙ୍ଗା,୧୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ପିଏମ୍‌ ଶ୍ରୀ ବିଦ୍ୟାପୀଠର ପଛ ଭାଗରେ ତତ୍କାଳୀନ ବିଜେଡି ସରକାର ଶାସନ ସମୟ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିଲା।…

୧୨ ଘଣ୍ଟାରେ ଗଲା ୩ ହରିଣଙ୍କ ଜୀବନ, ମାଂସ କାଟିବାକୁ ଶିକାରୀ ହେଉଥିଲେ ସଜବାଜ, ଆଉ ତା’ ପରେ…

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଶନିବାର ୧୨ ଘଣ୍ଟା ମଧ୍ୟରେ ୩ଟି ହରିଣ ମୃତ୍ୟୁବରଣ କରିଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜରେ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri