ନଭେମ୍ବର-ଡିସେମ୍ବରରେ ଭାରତରେ ପହଞ୍ଚିସାରିଥିଲା କରୋନା !

ନୂଆଦିଲ୍ଲୀ, ୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଭାରତରେ କେବେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ସେନେଇ ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର୍‌ ସେଲ୍ୟୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜି(ସିସିଏମ୍‌ବି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଜାନୁୟାରୀ ୩୦ରେ କେରଳରେ ଚିହ୍ନଟ କରାଯାଇଥିଲା। ତେବେ ପ୍ରକୃତରେ ୨୦୧୯ ନଭେମ୍ବର-ଡିସେମ୍ବରରେ କରୋନା ଭୂତାଣୁ ଭାରତକୁ ଆସି ସାରିଥିଲା ବୋଲି ଏଥିରେ କୁହାଯାଇଛି। ଚାଇନାର ଉହାନରୁ ୨୦୧୯ ଡିସେମ୍ବର ୧୧ରେ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଭାରତରେ ଏହା ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାପିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ମୋଷ୍ଟ ରିସେଣ୍ଟ୍‌ କମନ୍‌ ଆନସେଷ୍ଟର(ଏମ୍‌ଆର୍‌ସିଏ) ପ୍ରଣାଳୀ ଦ୍ୱାରା ଭାରତରେ କରୋନା ପହଞ୍ଚିବାର ସମୟକୁ ଆକଳନ କରାଯାଇଛି। ଭାରତରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ପରୀକ୍ଷା ବ୍ୟାପକ ଭାବେ କରାଯାଇ ନ ଥିବାରୁ ଏହାର ସଂକ୍ରମଣ ସମୟ ଜଣାପଡ଼ି ନ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। କେରଳରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଚାଇନାର ଉହାନ ସହରର ଭୂତାଣୁ ସହିତ ସାମ୍ୟତା ରଖିଥିବାବେଳେ ହାଇଦ୍ରାବାଦରେ ଚିହ୍ନଟ ହୋଇଥିବା କ୍ଲେଡ୍‌-ଆଇ/୩-ଆଇ ଏହାଠାରୁ ଭିନ୍ନ ଥିବା ସିସିଏମ୍‌ବିର ନିର୍ଦ୍ଦେଶକ ଡ. ରାକେଶ କେ. ମିଶ୍ର ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧିକୁ ସମର୍ଥନ କଲା କଂଗ୍ରେସ: କରୋନା ଲଢ଼େଇର ରୋଡ୍‌ମ୍ୟାପ୍‌ ସମ୍ପର୍କରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩...

ପ୍ରସବ ସମୟରେ ଅଘଟଣ: ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୨୩।୧୨: ତେଲଙ୍ଗାନା ନାଗରକୁରନୁଲ ଜିଲା ଅଛମପେଟରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟରେ ନବଜାତ ଶିଶୁର ମୁଣ୍ଡ କଟିଯାଇଥିବା ବେଳେ...

ଉମେଶ ପାଲ୍‌ ହତ୍ୟା ପାଇଁ ଜେଲରୁ ହୋଇଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୧।୩: ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିବା ଉମେଶ ପାଲ୍‌ଙ୍କୁ ହତ୍ୟା କରିବା ପାଇଁ ଉତ୍ତରପ୍ରଦେଶର ବରେଲି...

ଚାଇନାରେ ଆଫ୍ରିକୀୟଙ୍କୁ ଦୁର୍ବ୍ୟବହାର

ବେଜିଂ,୧୬।୪: କରୋନା ଭାଇରସ୍‌ ଆତଙ୍କ ମଧ୍ୟରେ ଚାଇନାରେ ଆଫ୍ରିକୀୟଙ୍କୁ ନିର୍ଯାତନା ଦିଆଯିବା ଘଟଣାରୁ କୂଟନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦକ୍ଷିଣ ଚାଇନାର ଗୁଆଙ୍ଗଝୋଉରେ ଥିବା ଆଫ୍ରିକୀୟ...

କର୍ନାଟକରେ ଆତଙ୍କବାଦୀ ଆକ୍ରମଣ ସୂଚନା ମିଥ୍ୟା: ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ,୨୭।୪: ଭାରତର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ପ୍ରାୟ ୭ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଏକ ଫୋନ୍‌ କଲ୍‌ ପାଇବା ପରେ ସବୁଠି...

ହାଇକୋର୍ଟରୁ ପରେଶ ରାଓ୍ବଲଙ୍କୁ ମିଳିଲା ଆଶ୍ୱସ୍ତି

କୋଲକାତା,୨।୨: ବଲିଉଡ୍‌ ଅଭିନେତା ତଥା ଭାଜପା ନେତା ପରେଶ ରାଓ୍ବଲଙ୍କୁ କୋଲକାତା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପରେଶଙ୍କ ଉପରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ...

ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୩ା୫(ପି.ଟି.): କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜାପାନର ଡ....

ଡାଟା ସୁରକ୍ଷା ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, ୫ା୧୨: ବହୁ ପ୍ରତୀକ୍ଷିତ ଡାଟା ସୁରକ୍ଷା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ଶୀତ ଅଧିବେଶନରେ ଏହାକୁ ପାର୍ଲାମେଣ୍ଟରେ ଉପସ୍ଥାପନ...

Advertisement
Archives

Model This Week