ଫୁଲବାଣୀ ଅଫିସ,୨୩ା୭- ଫୁଲବାଣୀ ନାରାୟଣୀ ମନ୍ଦିର ନିକଟ ସାଲୁଙ୍କି ନଦୀରେ ଭାସୁଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି ା ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ହେଲେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ପୋଲିସ କହିଛି ା ମୃତା ଛାତ୍ରୀ ହେଲେ ଟିକାବାଲି ବ୍ଲକ ବୁର୍ବିନାଜୁ ପଞ୍ଚାୟତ ଟୁଡୁବାଲି ପଦାସାହିର ସୁନନ୍ଦା ନାୟକ ା ସୁନନ୍ଦା ଫୁଲବାଣୀ ମାଷ୍ଟରପଡାରେ ମାମୁଘରେ ରହି ପାଠ ପଢୁଥିଲେ ା ଚଳିତ ବର୍ଷ ସେ ଯୁକ୍ତ ୨ ପାସ କରିଥିଲେ ା ଅର୍ଥ ଅଭାବରୁ ଯୁକ୍ତ ୩ରେ ନାମ ଲେଖାଇ ପାରି ନ ଥିଲେ। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ସୁନନ୍ଦା ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ା ଦମକଳ କର୍ମଚାରୀ ପହଞ୍ଚି ତାଙ୍କୁ ପାଣିରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ନଂ.୩୫/୧୯ରେ ମାମଲା ରୁଜୁ କରାଯାଇଛି।

ଅଭିନେତ୍ରୀ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ସନ୍ତୋଷ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଟେଲି ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାର ରହସ୍ୟ ବଢିବାରେ ଲାଗିଛି। ଶୁକ୍ରବାର ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ବୟଫ୍ରେଣ୍ଡ ସନ୍ତୋଷ ପାତ୍ର।...

ପୁଟିନ୍ ବିରୋଧୀ ଉଦ୍ଧାର
ଭୁବନେଶ୍ବର, ୧ା୧(ବ୍ୟୁରୋ): ଓଡ଼ିଶା ବୁଲିବାକୁ ଆସିଥିବା ରୁଷୀୟ ନାଗରିକ ଆଣ୍ଟୋଭ ପାଭେଲ(୬୫) ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର୍ ବିଦାନୋଭ(୬୧)ଙ୍କ ମୃତ୍ୟୁ ପଛର କାରଣ ଏଯାବତ୍ ସ୍ପଷ୍ଟ...

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ସରିଛି ୯୨ କି.ମି. ବାକି ରହିଛି ୧୯୭
ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ପ୍ରସ୍ତାବିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ଦୈର୍ଘ୍ୟ-୨୮୯ କିଲୋମିଟର। ତନ୍ମଧ୍ୟରୁ ଏଯାବତ୍ ୯୨ କି.ମି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇପାରିଛି। ଆହୁରି ୧୯୭ କି.ମି...

ବିନା ମଷ୍ଟର ରୋଲ୍ରେ ଡ୍ରେନ୍ କାମ
ପରଜଙ୍ଗ, ୨୪।୧(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ପରେ ଏବେ ଏମ୍ଜିଏନ୍ଆର୍ଇଜିଏସ୍ରେ ଦୁର୍ନୀତି ଗନ୍ଧ ବାରିହୋଇପଡ଼ିଛି। ଫାଇଲ ଖୋଲିନି,...

୮ ଓଏଏସ୍ ଅଫିସରଙ୍କ ପଦୋନ୍ନତିକୁ ମୋହର
ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ଆଇଏଏସ୍ ଅଫିସର ପାହ୍ୟାକୁ ପଦୋନ୍ନତି ଦେବାକୁ ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ ହେଲେ...

ପୁରୀରୁ ଦର୍ଶନ ସାରି ଫେରୁଥିଲେ; ଓଲଟିଲା ବସ୍
ଗଞ୍ଜାମ,୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ...

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର,୧୮।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରାଜ୍ୟର ୨୦ ସହରରେ ଶନିବାର ଅନୁଷ୍ଠିତ ହେବ। ୫୩ କେନ୍ଦ୍ରରେ ଦୁଇଟି ସିଟିଂରେ ଅଫ୍ଲାଇନ୍ ପରୀକ୍ଷା ହେବ। ଏଥିଲାଗି...

ଶପଥ ନେଲେ ବିଚାରପତି ସଞ୍ଜୀବ ପାଣିଗ୍ରାହୀ
କଟକ ଅଫିସ,୧୧ା୨: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସୋମବାର ଅପରାହ୍ନରେ ଶପଥ ଗ୍ରହଣ କରିଛନ୍ତି ସଞ୍ଜୀବ କୁମାର ପାଣିଗ୍ରାହୀ। ହାଇକୋର୍ଟ ପୁରୁଣା କୋଠାର ନୂତନ...