ପଦ୍ମପୁର,୨୫।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ନେଇ ଚାଷୀମାନେ ଶୁକ୍ରବାର ଜିଲାପାଳ, ଜିଲା ଯୋଗାଣ ଅଧିକାରୀ, ଜିଲା ଆରକ୍ଷୀ ଅଧୀକ୍ଷକ, ନାୟକାଣିଡିହୀ ଥାନାଧିକାରୀ ଓ କଷିଆ ସାମୁଦ୍ରିକ ଥାନାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଏହି ସମିତିରେ ଧାନ ବିକ୍ରୟ ପାଇଁ ଅନ୍ଲାଇନ ପଞ୍ଜୀକରଣ କରିଥିବା ଅନେକ ଚାଷୀ ଏଯାଏ ଟୋକନ୍ ପାଇନାହାନ୍ତି। ଅନ୍ୟପକ୍ଷେ ଟୋକନ୍ ପାଉଥିବା ଚାଷୀମାନେ ଠିକ୍ ସମୟରେ ଆବଶ୍ୟକ ବସ୍ତା ପାଉ ନ ଥିବାରୁ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣିପାରୁ ନାହାନ୍ତି। ଅନ୍ୟ ସେବା ସମବାୟ ସମିତିରେ ୬ ପ୍ରତିଶତ ଧାନ କଟାଯାଉଥିବା ବେଳେ ଏହି ସମିତିରେ ୭ ପ୍ରତିଶତ କଟାଯାଉଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜିଲା ଯୋଗାଣ ବିଭାଗ ଏହିସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆସନ୍ତା ୭ ଦିନ ମଧ୍ୟରେ ସମାଧାନ ନ କଲେ ସେମାନେ ଧାମରା-ଜାମୁଝାଡ଼ି ରାସ୍ତା ଓ ସେବା ସମବାୟ ସମିତି ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ ରତିକାନ୍ତ ରାଉତଙ୍କୁ ପଚାରିବାରୁ କହିଛନ୍ତି, ମିଲର ୭ ପ୍ରତିଶତ ନ କାଟିଲେ ଧାନ ନେଉନାହାନ୍ତି। ଚାଷୀମାନଙ୍କର ଧାନ ଅନୁଯାୟୀ ବସ୍ତା ମିଲର ଦେଇପାରୁ ନାହାନ୍ତି। ଫଳରେ ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଇପାରୁ ନାହିଁ। ଚାଷୀମାନେ ତାଙ୍କୁ ଏ ନେଇ ଦୁର୍ବ୍ୟବହାର କରିବା ସହ ପ୍ରତ୍ୟହ ଗାଳିଗୁଲଜ କରୁଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

‘କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ’
ଭଦ୍ରକ ଅଫିସ,୧୦ା୬ – କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଭଳି ପୂଜ୍ୟପୂଜାଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତି ଓ...

ଉଦ୍ଘାଟନ ପରଠାରୁ ପ୍ରକଳ୍ପ ଅଚଳ: ଗଣା ଚାଲିଛି ବିଦ୍ୟୁତ୍ ବିଲ୍
ଭଦ୍ରକ ଅଫିସ, ୨୦।୮- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଓଲଙ୍ଗ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଉଦ୍ଘାଟନ...

ଐତିହାସିକ ବାସୁଦେବପୁର କାଳୀପୂଜା: ଶୋଭା ବଢ଼ାଉଛି ତୋରଣ, ଚିତ୍ରକଳ୍ପ
ବାସୁଦେବପୁର, ୩୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁରରେ ଜମୁଛି ଐତିହାସିକ କାଳୀପୂଜା। ୧୯୪୪ରେ ଏକ ଝାଟିମାଟି ଘରେ ଆରମ୍ଭ ହୋଇଥିଲା ଏହି ପୂଜା। ଚଳିତବର୍ଷ ସର୍ବପୁରାତନ...

ଶ୍ୱଶୁର ଘରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ
ଭଦ୍ରକ ଅଫିସ,୨୫ା୫ ଭାଇ ବାହାଘରକୁ ସ୍ବାମୀଙ୍କୁ ନେଇ ସାଥୀରେ ଆସିଥିଲେ ଭଉଣୀ। ଭଲରେ ଖାଇପିଇ ରାତିରେ ସ୍ତ୍ରୀ-ସ୍ବାମୀ ଶୋଇଥିଲେ। କିନ୍ତୁ ରାତିରେ ଉଭୟଙ୍କ ମଧ୍ୟରେ କ’ଣ...

ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମି ଅସଜଡ଼ା
ଭଣ୍ଡାରିପୋଖରୀ,୨୫।୧(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତର ମାଳଦା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ। ୨ ଶିକ୍ଷକରେ ଦୁଇଟି ଶ୍ରେଣୀ ଚାଲିଛି। ଆବଶ୍ୟକ ସଂଖ୍ୟକ...

୨ କି.ମି. ଚାଲିଲେ ଗର୍ଭବତୀ
ବନ୍ତ,୨୩।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ତାଳବାଙ୍କ ଆଦିବାସୀ ସାହିକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଚାଲି...

ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିଲା ଗୋରୁ: ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ
ଭଦ୍ରକ ଅଫିସ, ୨୪।୨: ବେଆଇନ୍ ଭାବେ ବାହର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ୍କୁ ଜବତ କରାଯାଇଛି। ୨୦ରୁ ଊର୍ଦ୍ଧ୍ୱ...

ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ
ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି...