ଧନେଇ ଡ୍ୟାମରେ ବୁଡି ନାବାଳକ ମୃତ

ପୋଲସରା/ହାତୀଓଟ,୨୯ା୯- ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର ମନୁ ସାହୁଙ୍କ ପୁତ୍ର ସିଦ୍ଧାନ୍ତ (୧୪)। ରବିବାର ଛୁଟି ଥିବାରୁ ସାଙ୍ଗମାନଙ୍କ ସହ ସିଦ୍ଧାନ୍ତ ଧନେଇ ଡ୍ୟାମକୁ ଗାଧୋଇ ଯାଇଥିଲେ। ପଥରରେ ଶିଉଳି ଲାଗିଥିବାରୁ ସିଦ୍ଧାନ୍ତଙ୍କ ଗୋଡ ଖସି ଯାଇଥିଲା। ପାଣିଧାରରେ ଭାସିଯିବାପରେ ଏକ ପଥର ଖଣ୍ଡ ଗଡି ଗଡି ଯାଇ ତାଙ୍କୁ ଚାପି ଦେଇଥିଲେ। ସେ ପଥର ତଳେ ଚାପି ହୋଇ ରହି ଯାଇଥିଲେ। ଫଳରେ ଏହାତଳେ ଚାପି ହୋଇ ସିଦ୍ଧାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚିରିକିପଡା ଶାସନ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚତ୍ ପୋଲସରା ଦମକଳ କେନ୍ଦ୍ରକୁ ଖବର ଦେବାସହ ଗ୍ରାମରେ ଥିବା ଏକ ଜେସିବି ସହାୟତାରେ ପଥର ଖଣ୍ଡକୁ ଉଠାଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡା. ଗୋପବନ୍ଧୁ ବେହେରା ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ନଂ.୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଏଏସ୍‌ଆଇ ବାବୁଲାଲ ରାଉଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଟ୍ରକ୍‌ରୁ ନେଇଗଲେ ଡିଜେଲ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ୧୬ ନଂ ଜାତୀୟ ରାଜପଥ ପୁଇଁତୋଳା ଛକରୁ ଦୁଇଟି ଟ୍ରକରୁ କେହି ଦୁର୍ବୃତ୍ତ ପ୍ରାୟ ୭୦୦ ଲିଟରରୁ ଊର୍ଦ୍ଧ୍ୱ ଡିଜେଲ ଲୁଟି...

ତାଲା ଭାଙ୍ଗି କରୁଥିଲେ ଚୋରି, ପଡ଼ିଲେ ଧରା

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଚିତ୍ରଡ଼ାସ୍ଥିତ କଲେଜ ଛକ ନିକଟ ଏକ ଦୋକାନରୁ ଚୋରି କରୁଥିବା ବେଳେ ଯୁବକଙ୍କୁ ଲୋକେ କାବୁ କରିଛନ୍ତି। ଯୁବକ...

ମାଟୋଆ ନିର୍ବାଚନ: ନାମାଙ୍କନପତ୍ର ଦାଖଲ ଶେଷ

ଯୋଡ଼ା, ୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏଶନ(ମାଟୋଆ)ର ଆଗାମୀ ନିର୍ବାଚନ ନିମନ୍ତେ ଶୁକ୍ରବାର ଶେଷ ପଯର୍ର୍‌ୟାୟରେ...

ଦବି ଯାଉଛି ବରପଦା-ଆଗରପଡ଼ା ରାସ୍ତା

ଭଦ୍ରକ ଅଫିସ,୨୫।୨: ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକଠାରୁ ଆଗରପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଦିନକୁ ଦିନ ଦବି ଯାଉଛି। ଏହି ୧୪ କି.ମି...

ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ

କଣିହଁ।,୨୬ା୫(ଡି.ଏନ.ଏ.) କାମ କରିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅନୁଗୋଳ...

ଆଜି ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୭।୧୧: ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ରତ୍ନସିଂହାସନରେ ଏହି ବୀର ବେଶରେ ସଜେଇ ହେବେ ଦାରୁଦିଅଁ। ୨୫ ବର୍ଷ ପରେ ପଡ଼ିିଥିବା ଏହି...

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ...

ବେଳାଭୂମିରେ ବୁଲିବ ଡୋଜର

ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଜବରଦଖଲ କରିଥିବା ଉଠାଦୋକାନୀଙ୍କୁ ନିଜ ତରଫରୁ ଉଠିଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଗତ ବୁଧବାର ପର୍ଯ୍ୟନ୍ତ...

Advertisement
Archives

Model This Week