ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୧୦।୪: ମହାମାରୀ କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାଦ୍ୱାରା ପ୍ରାୟ ୮୧ପ୍ରତିଶତ ନିଯୁକ୍ତି ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ ସବୁଠୁ ଅଧିକ ନିଯୁକ୍ତି ହ୍ରାସ ପାଇଛି ବୋଲି ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ପ୍ରକାଶ କରିଛି। ବିଶେଷକରି ବିକଶିତ ରାଷ୍ଟ୍ର ଅପେକ୍ଷା ନିମ୍ନ ଓ ମଧ୍ୟବିତ୍ତ ଆୟ ସୃଷ୍ଟିକାରୀ ରାଷ୍ଟ୍ରଗୁଡ଼ିକ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। କର୍ମଚାରୀଙ୍କ ଚାକିରି ରକ୍ଷା କରିବା ଏବଂ ସେମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ନିଯୁକ୍ତିଦାତାଙ୍କର ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଭାରତ, ନାଇଜେରିଆ ଏବଂ ବ୍ରାଜିଲ୍‌ ପରି ରାଷ୍ଟ୍ରର ସିଂହଭାଗ ଅର୍ଥନୀତି ସେମାନଙ୍କ ଇନ୍‌ଫର୍ମାଲ ସେକ୍ଟର ବା ଘରୋଇ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ନିର୍ଭର କରେ। ତେଣୁ ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରୁଥିବା ଲୋକଙ୍କ ଚାକିରି ରକ୍ଷା କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବା ଉକ୍ତ ରାଷ୍ଟ୍ରଗୁଡ଼ିକର ପ୍ରଥମ କର୍ତ୍ତବ୍ୟ ବୋଲି ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଭାରତର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଗତ ୩ସପ୍ତାହ ମଧ୍ୟରେ ବେରୋଜଗାରୀ ୩ଗୁଣା ବୃଦ୍ଧି ପାଇଛି, ଯାହାକି ଏକ ବଡ଼ ବିପଦ ବୋଲି ଆଇଏଲ୍‌ଓ ଚେତାବନୀ ଦେଇଛି। ଦି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ମତରେ ଦେଶରେ ଗତ ୫ତାରିଖ ସୁଦ୍ଧା ବେରୋଜଗାର ମାତ୍ରା ହାରାହାରି ୨୩.୪ପ୍ରତିଶତ ଥିଲା, ଯେଉଁଥିରେ କି ସହରାଞ୍ଚଳରେ ଏହାର ହାର ୨୩.୯ପ୍ରତିଶତ ରହିଥିବାବେଳେ ଗ୍ରାମାଞ୍ଚଳରେ ଏହା ୨୦ପ୍ରତିଶତ ରହିଥିଲା। ଏପରି କି କିଛି ଅଞ୍ଚଳରେ ରୋଜଗାରକୁ ସୁରକ୍ଷା ଦେବାକୁ ମଧ୍ୟ ଚେଷ୍ଟା କରାଯାଉଛି ବୋଲି ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ବିଶ୍ୱବ୍ୟାପୀ ବେରୋଜଗାରୀ ଦ୍ରୁତମାତ୍ରାରେ ବଢ଼ିବାରେ ଲାଗିଛି। ନିର୍ମାଣକାରୀ ସଂସ୍ଥା, ହୋଲ୍‌ସେଲ ଏବଂ ରିଟେଲ୍‌ ବ୍ୟବସାୟ, ରିୟଲ୍‌ ଇଷ୍ଟେଟ, ରହିବା ଏବଂ ଖାଦ୍ୟପାନୀୟ ସେବାରେ ସବୁଠାରୁ ଅଧିକ ଅର୍ଥାତ୍‌ ୩୮ପ୍ରତିଶତ କର୍ମଚାରୀ ଜୀବିକା ହରାଇଛନ୍ତି। ପରିବହନ, ଆମୋଦପ୍ରମୋଦ ବ୍ୟବସ୍ଥା ମଧ୍ୟମରୁ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା କମ୍‌ଭାବେ ପ୍ରଭାବିତ ହୋଇଛି ବୋଲି ଆଇଏଲ୍‌ଓ ପକ୍ଷରୁ କୁହାଯାଇଛି। ଏଭଳିସ୍ଥିତିରେ ସହରାଞ୍ଚଳରେ ଲୋକମାନଙ୍କୁ ଯଦି ଠିକ୍‌ଭାବେ ନିଯୁକ୍ତି କିମ୍ବା ରୋଜଗାର ନ ମିଳିବ ତେବେ ଲୋକମାନେ ପୁଣି ଗ୍ରାମାଭିମୁଖୀ ହେବେ, ଯାହାଫଳରେ ଗ୍ରାମାଞ୍ଚଳର ଅର୍ଥନୀତି ବ୍ୟବସ୍ଥା ମଧ୍ୟ ବିଗିଡ଼ିବାର ସମ୍ଭାବନା ରହିଛି ବୋଲି ଅର୍ଥନୈତିଜ୍ଞ ଏବଂ ଶ୍ରମିକ ସଂଗଠନ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?