ହିଞ୍ଜିଳିକାଟୁ,୨୨ା୬ (ଡି.ଏନ୍.ଏ)-ଦୋଳଖେଳ ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି। ଦଉଡ଼ି ତାଙ୍କ ବେକରେ ଅସାବଧାନତାରୁ ଛନ୍ଦି ହୋଇଯିବାରୁ ତାଙ୍କ ଜୀବନ ଯାଇଛି। ରଜ ଦିନଠାରୁ ଘରେ ବନ୍ଧା ଯାଇଥିଲା ଦୋଳି। ଦୋଳି ଖେଳୁଥିବା ସମୟରେ ସେହି ଦୋଳି ଛିଣ୍ଡି ବେକରେ ଗୁଡ଼ାଇ ହୋଇଯିବାରୁ ଶନିବାର ଅପରାହ୍ନରେ ଜଣେ ନାବାଳିକାକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମୋହନ କଲୋନୀ ଅଞ୍ଚଳରେ। ମୃତକ ଜଣକ ହେଲେ ଅରୁଣ ମହାନ୍ତିଙ୍କ ଝିଅ ଅର୍ପିତା (୧୧)।
ଅର୍ପିତା ଦୋଳି ଖେଳୁଥିଲେ। ଏହି ସମୟରେ ଦୋଳିର ଗୋଟିଏ ପାର୍ଶ୍ୱ ଦଉଡ଼ି ଛିଣ୍ଡିଯାଇ ତାଙ୍କ ବେକରେ ଗୁଡ଼ାଇ ହୋଇଯିବାରୁ ସେ ଝୁଲି ରହିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହିଞ୍ଜିଳି ପୋଲିସ ମୃତଦେହ ଜବତ କରି ନଂ.୧୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା।

ଖେଲୋ ଇଣ୍ଡିଆ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଖେଳାଳି ଭାଗନେବେ
ବ୍ରହ୍ମପୁର ଅଫିସ,୨୫ା୨- ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା-୨୦୨୦ର ଶୁଭାରମ୍ଭ ହୋଇଛି। ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗୀତାରେ ଭାଗନେବାକୁ...

ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୪ ନାବାଳକ, ୨ ନାବାଳିକା ଉଦ୍ଧାର
ବ୍ରହ୍ମପୁର ଅଫିସ,୨୨।୮: କାମ ଯୋଗାଇଦେବାକୁ କହି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ୪ ନାବାଳକ ଏବଂ ୨ନାବାଳିକାଙ୍କୁ ସୋମବାର ବ୍ରହ୍ମପୁର ରେଳ ଷ୍ଟେଶନର ୪ ନମ୍ବର...

କାହାକୁ ପଚାରି ଏମିତି କରିଛ: ବର୍ଷିଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ ଥିବା ଅନସ୍ଲୋ ସରକାରୀ ହାଇସ୍କୁଲକୁ ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସ୍ମାର୍ଟ...

ଡିଭାଇଡରରେ ପିଟିହେଲା ଆମ୍ବ ବୋଝେଇ ଗାଡ଼ି, ଚାଳକଙ୍କ ଜୀବନ ଗଲା
ଛତ୍ରପୁର,୧୫ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍ ଜାତୀୟ ରାଜପଥରେ ବୁଧବାର ଭୋର୍ ସମୟରେ ଏକ ଆମ୍ବ ବୋଝେଇ ପିକଅପ୍ ଡିଭାଇଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

କଳିଙ୍ଗା ଘାଟିରୁ ୭ ଡ଼କାୟତ ଗିରଫ
ଭଞ୍ଜନଗର,୧୨।୬(ଡି.ଏନ.ଏ)- ଭଞ୍ଜନଗର ପୋଲିସ ଗୁରୁବାର ରାତିରେ କଳିଙ୍ଗା ଘାଟିରେ ଡ଼କାୟତି ଯୋଜନା କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪ ବୋମା,...

ଖରାଛୁଟି ପରେ ଖୋଲିଲା ସ୍କୁଲ, ପ୍ରଥମ ଦିନରେ ଛାତ୍ରୀଛାତ୍ରଙ୍କୁ ଫୁଲଚନ୍ଦନରେ କରାଗଲା ସ୍ବାଗତ
ବ୍ରହ୍ମପୁର ଅଫିସ,୨୧ା୬: ଖରାଛୁଟି ପରେ ଶୁକ୍ରବାର ଖୋଲିଛି ସ୍କୁଲ। ପ୍ରଥମ ଦିନରେ ସ୍କୁଲଗୁଡ଼ିକରେ ପ୍ରବେଶ ଉତ୍ସବ ଆୟୋଜନ କରାଯାଇଥିଲା । ଛାତ୍ରୀଛାତ୍ରମାନେ ନିର୍ଦ୍ଦାରିତ ସମୟରେ ସ୍କୁଲରେ...

ନକଲି ବିଦେଶୀ ମଦ ଜବତ, ୨ ଗିରଫ
ପାଟପୁର,୧୭ା୫(ଡି.ଏନ.ଏ.)- ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ଜଣେ ବ୍ୟବସାୟୀ ନକଲି ମଦ ପ୍ରସ୍ତୁତ କରି ବିଭିନ୍ନ ପଞ୍ଚାୟତକୁ ଚାଲାଣ କରୁଥିବା ଅଭିଯୋଗକୁ ଭିତ୍ତିକରି ଗତ...

ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ପୋଲସରା,୧୬।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା...