ଦେଶରେ ସ୍ଥିତି ଅସମ୍ଭାଳ

ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନା ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କରୁଛି। ବିଶ୍ୱ ସହ ତାଳଦେଇ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୩,୦୧,୫୭୯ରେ ପହଞ୍ଚିଥିବା ବେଳେ ୮,୫୫୩ ଜଣ ପ୍ରାଣ ହରାଇଲେଣି। ଶୁକ୍ରବାର ଗୋଟିଏ ଦିନରେ ୧୦, ୯୫୬ ନୂଆ ମାମଲା ସାମ୍ନାକୁ ଆସିଥିଲା। ପ୍ରାୟ ୭ ରାଜ୍ୟରେ ଉଗ୍ର ସଂକ୍ରମଣ ସ୍ଥିତି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ରାଜଧାନୀ ଦିଲ୍ଲୀ, ତାମିଲନାଡ଼ୁ, ହରିୟାଣା, ପଶ୍ଚିମବଙ୍ଗ, ଜମ୍ମୁ-କଶ୍ମୀର ଓ ଉତ୍ତରପ୍ରଦେଶରେ ଉଗ୍ର ସଂକ୍ରମଣ ଦେଖିବାକୁ ମିଳିଛି। ଗତ ୧୦ ଦିନରେ ଏହି ରାଜ୍ୟଗୁଡ଼ିକରେ ସହସ୍ରାଧିକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ପ୍ରତିଦିନ ୧୨ଶହରୁ ୧୪ଶହ ନୂଆ ମାମଲା ନଜର ଆସୁଛି। ତାମିଲନାଡ଼ୁରେ ମଧ୍ୟ ସମାନ ସ୍ଥିତି। ଗୁରୁବାର ଏଠାରେ ରେକର୍ଡ ୧,୯୨୭ ନୂଆ ମାମଲା ଦେଖିବାକୁ ମିଳିଥିଲା। ହରିୟାଣା ଓ ଜମ୍ମୁ-କଶ୍ମୀର ସ୍ଥିତି ଖରାପ ହେବାରେ ଲାଗିଛି। ଉତ୍ତରପ୍ରଦେଶ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି।
ଏହା ବ୍ୟତୀତ ମହାରାଷ୍ଟ୍ରରେ ସର୍ବାଧଇକ ୩,୭୧୭ ଜଣଙ୍କ ମୃତ୍ୟୁୁ ଘଟିଛି। ତାମିଲନାଡ଼ୁରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩୬୭ରେ ପହଞ୍ଚିଛି। ଦିଲ୍ଲୀରେ ୩୪,୬୫୪, ଗୁଜରାଟରେ ୨୨, ୫୬୨, ଉତ୍ତରପ୍ରଦେଶରେ ୧୨, ୦୮୮, ରାଜସ୍ଥାନରେ ୧୧, ୯୩୦, ମଧ୍ୟପ୍ରଦେଶରେ ୧୦,୨୪୧ ଓ ପଶ୍ଚିମବଙ୍ଗରେ ୧୦,୨୪୪ ସଂକ୍ରମିତ ଥିବା ଜଣାପଡ଼ିଛି। କ୍ରମଶଃ ରୋଗୀ ସଂଖ୍ୟା ବଢ଼ୁଥଇବା ବେଳେ ଏହା ଚିନ୍ତାର କାରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଏମ୍‌ପିଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ

ନୂଆଦିଲ୍ଲୀ,୨।୮: ସଂସଦରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲଗାତର ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିଶେଷ କରି କେବେ...

ଭାରତ-ଅଷ୍ଟ୍ରେଲିଆ ସମ୍ପର୍କ ୭୫ ବର୍ଷ ପୁରୁଣା…

ନୂଆଦିଲ୍ଲୀ,୯।୩ : ଗୁରୁବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କକୁ ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ...

ଅନୁମତି ନ ନେଇ ଦ୍ୱିତୀୟ ବିବାହ କରିଥିଲେ ପିଲାଙ୍କୁ ମିଳିବନି ଚାକିରି

ପାଟନା,୧୬।୭: ବିହାର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି...

ମାଗଣାରେ ମିଳିବ କରୋନା ଟିକା: ୩ ହଜାର କୋଟି ଖର୍ଚ୍ଚ କରିବେ ମୋଦି ସରକାର !

ନୂଆଦିଲ୍ଲୀ, ୨୫।୮: ଦେଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କରୋନା ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ଲୋକଙ୍କୁ ଶସ୍ତା...

ନାଗରିକତା ବିବାଦ: ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ଲାଗିପାରେ ରୋକ !

ନୂଆଦିଲ୍ଲୀ,୨।୫: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ନାଗରିକତା ବିବାଦ ଯୋଗୁ ରାହୁଲଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଯିବାର...

ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ।...

‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି।...

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ...

Advertisement
Archives

Model This Week