Posted inଖେଳ

ଦୂତୀ ବାଣ୍ଟିଲେ ଖାଦ୍ୟ ପୁଡ଼ିଆ

ଭୁବନେଶ୍ୱର, ୧୧।୫(କ୍ରୀଡ଼ା ପ୍ରତିନିଧି)-ଆଥଲେଟିକ୍ସ ଟ୍ରାକ୍‌ରେ ନିଜର ଚମକ ଦେଖାଇ ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ସମାଜସେବା କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ସମ୍ପୂର୍ଣ୍ଣ ଭାରତ ଏବେ ଲକ୍‌ଡାଉନ୍‌। କିଛି ପ୍ରତିଯୋଗିତା ନ ଥିବାରୁ ଦୂତୀ ଆବଶ୍ୟକ ଟ୍ରେନିଂ କରି ନିଜକୁ ଫିଟ୍‌ ରଖିବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସମ୍ପ୍ରତି ଭୁବନେଶ୍ୱରରେ ରହୁଥିବା ଦୂତୀ ନିଜ ଗାଁ ଯାଜପୁର ଜିଲା ଚକାଗୋପାଳପୁରକୁ ଯାଇ ୧୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି । ”ଆମ ଗାଁରେ ଅଧିକାଂଶ ତନ୍ତୁବାୟ ପରିବାର ରହୁଥିବାରୁ କାମକଲେ ସେମାନଙ୍କ ଖାଇବା ସମ୍ଭବ ହୋଇଥାଏ। ଲକ୍‌ଡାଉନ୍‌ ସ୍ଥିତିରେ ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଶୁଣିବାକୁ ପାଇଥିଲି। ତେଣୁ ମୁଁ ୫୦,୦୦୦ଟଙ୍କା ଖର୍ଚ୍ଚ କରିଥିବାବେଳେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସାହାଯ୍ୟକ୍ରମେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ଗ୍ରସେରି ଏବଂ ସାନିଟାଇଜର ଆଦି ମିଶାଇ ପୁଡ଼ିଆ ପ୍ରସ୍ତୁତ କରିଥିଲି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଲୋକଙ୍କୁ ଶନିବାର ଏହି ପୁଡ଼ିଆ ବଣ୍ଟା ଯାଇଛି। ଆଉ ୨୦୦୦ ପୁଡ଼ିଆ ରବିବାର ପ୍ରସ୍ତୁତ କରାଯାଇଛି। ଏହାକୁ ସୋମବାର ଲୋକମାନଙ୍କୁ ପ୍ରଦାନ କରାଯିବ“ ବୋଲି ଦୂତୀ ପ୍ରକାଶ କରିଛନ୍ତି। ଗଁାକୁ ଯିବାପାଇଁ ମୁଁ ଭୁବନେଶ୍ୱରରୁ ସ୍ବତନ୍ତ୍ର ପାସ୍‌ ନେଇଥିଲି। ମୋ ପରିବାର ପକ୍ଷରୁ ଗଁା ଲୋକମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆ ଯାଇଥିଲା। ତେଣୁ ଲୋକମାନେ ଆସି ଆମ ଘରୁ ଖାଦ୍ୟପୁଡ଼ିଆ ସଂଗ୍ରହ କରିଥିଲେ। ମୋ ପ୍ରିୟ ମହିନ୍ଦ୍ରା ଏକ୍ସୟୁଭି ଏବେ କୋଭିଡ୍‌-୧୯ ରିଲିଫ କାର୍ଯ୍ୟରେ ଲାଗିଛି ବୋଲି ସେ କହିଛନ୍ତି ।
ଲୋକମାନେ କରୋନା ଭାଇରସ୍‌ ଜନିତ ରୋଗକୁ ନେଇ ଭୟଭୀତ ଅଛନ୍ତି। ସେମାନେ ଏବେ ବହୁତ ଅସୁବିଧାରେ ଥିବା ମୁଁ ଅନୁଭବ କଲି। ତେଣୁ ମୋ ପକ୍ଷରେ ଯେତେ ସମ୍ଭବ ହୋଇ ପାରିବ ନିଶ୍ଚିତ ସାହାଯ୍ୟ କରିବି ବୋଲି ଦୂତୀ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେଥିବା ଦୂତୀ ଏବେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ କରୁଛନ୍ତି। ପୂର୍ବରୁ ସେ କେବଳ ଫିଟ୍‌ନେସ୍‌ ଟ୍ରେନିଂ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ ହେବାପରେ ତାଙ୍କୁ କଳିଙ୍ଗ ଷ୍ଟାଡିୟମ ଟ୍ରାକ୍‌ରେ ଟ୍ରେନିଂ ପାଇଁ ସୁଯୋଗ ମିଳିଛି। ତେବେ ସେ କେବଳ ରନିଂ ବ୍ୟତୀତ ଅନ୍ୟ ସମସ୍ତ ଟ୍ରେନିଂ କିଟ୍‌ର କ୍ରିକେଟ ଷ୍ଟାଡିୟମରେ କରୁଛନ୍ତି ଏବଂ ସେଠାକାର ଜିମ୍‌ ବ୍ୟବହାର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଥଲେଟିକ୍‌ ଫେଡେରେଶନ ଅଫ ଇଣ୍ଡିଆ(ଏଏଫଆଇ) ସେପ୍ଟେମ୍ବରରେ ସିଜନ ଆରମ୍ଭ କରିବାକୁ ଚିନ୍ତା କରୁଛି। ପ୍ରତିଯୋଗିତା ହେଲେ ସେ ନିଶ୍ଚିତ ଭାଗ ନେବେ ବୋଲି ଦୂତୀ କହିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri