Posted inଜାତୀୟ

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନ ନିକଟରେ ପହଞ୍ଚିଲେ ବାୟୁସେନା ଟିମ୍‌

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଜୀବିତ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିନାହିଁ। ତେବେ ବିମାନରେ ଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ଏସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଥିରେ ବିମାନ କର୍ମଚାରୀଙ୍କ ସମେତ ୧୩ ଜଣ ଯାତ୍ରା କରୁଥିଲେ। ଏମାନେ ହେଲେ: ଜିଏମ୍‌ ଚାର୍ଲେସ, ଏଚ୍‌. ବିନୋଦ, ଆର୍‌ ଥାପା, ଏ ତନଓ୍ବର, ଏସ୍‌ ମହାନ୍ତି, ଏମ୍‌କେ ଗର୍ଗ, କେକେ ମିଶ୍ର, ଅନୁପ କୁମାର, ଶେରିନ୍‌, ଏସ୍‌ କେ ସିଂ, ପଙ୍କଜ, ପୁତାଲି ଓ ରାଜେଶ କୁମାର। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ପଶ୍ଚିମ ସିୟାଂଗ ଜିଲାରେ ଏହାର ଭଗ୍ନାବଶେଷ ମିଳିଥିଲା। ଜୁନ୍‌ ୩ରେ ଏହା ଜୋରହାଟ ବିମାନ ବନ୍ଦରରୁ ଉଡିବାର ମାତ୍ର ଅଳ୍ପ ସମୟ ପରେ ନିଖୋଜ ହୋଇ ଯାଇଥିଲା। ହେଲେ ପାଗ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଉନ୍ନାଓ ପୀଡିତାଙ୍କୁ ମିଳିଲା ନ୍ୟାୟ: ଦୋଷୀ ସାବ୍ୟସ୍ତ ହେଲେ ସେନ୍‌ଗାର

ନୂଆଦିଲ୍ଲୀ,୧୬।୧୨: ଉନ୍ନାଓ ବଳାତ୍କାର ମାମଲାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସୋମବାର ମୁଖ୍ୟ ଅଭିଯୁକ୍ତ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବହିସ୍କୃତ ବିଧାୟକ କୁଲଦୀପ ସିଂ...

ମା’ଙ୍କ ଦ୍ୱିତୀୟ ବିବାହରେ ଶୁଭେଚ୍ଛା ଜଣାଇଲେ ପୁଅ: ଭାବପ୍ରବଣ ହୋଇ ଲେଖିଲେ ଏମିତି

ଥିରୁଭାନନ୍ତପୁରମ୍‌, ୧୩।୬: ମା’ଙ୍କ ଦ୍ୱିତୀୟ ବିବାହରେ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଜଣେ ଯୁବକ। ଗୋକୁଲ ଶ୍ରୀଧର ନାମକ ଏହି ଯୁବକ...

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ...

ଆଇଏମ୍‌ଏଫ୍‌ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ

ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍‌ଏଫ୍‌)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍‌ଡିଏମ୍‌ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା...

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ...

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ...

ମରଣ ମୁହଁରୁ ଶ୍ରମିକଙ୍କୁ ଉଦ୍ଧାର କରୁଛନ୍ତି ଯବାନ

ଡେରାଡୁନ୍‌,୭।୨: ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ବରଫ ଅତଡା ଖସି ଧୌଳି ଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ନିକଟରେ...

Advertisement
Archives

Model This Week