ଦୁଇ ଶିକ୍ଷକଙ୍କୁ ରାଜ୍ୟସ୍ତରୀୟ ସମ୍ମାନ

ତାଳଚେର,୧୧ା୬(ନି.ପ୍ର.)ତାଳଚେର ବ୍ଲକର ଡେରାଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦୁଇ ଜଣ ଶିକ୍ଷକ ରାଜ୍ୟସ୍ତରୀୟ ଉତ୍କଳ ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକର ଶହୀଦ୍‌ ଭବନ ପରିସରରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି ା ଶ୍ରୀଅରବିନ୍ଦ ସ୍କୁଲର ପ୍ରଧାନଶିକ୍ଷକ ଜ୍ୟୋତିରଞ୍ଜନ ଥାଟୋଇଙ୍କୁ ଆଦର୍ଶ ଶିକ୍ଷକ ଓ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କୁ ସଂଗୀତ ଏବଂ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଅବଦାନ ପାଇଁ ନାଟ୍ୟ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଭାଜପା ନେତ୍ରୀ ସୁରମା ପାଢ଼ୀ, ହୃଷୀକେଶ ବେଉରା, ସ୍କାଟ ଅନୁଷ୍ଠାନ ସଭାପତି ବିଜୟାନନ୍ଦ ନାୟକ, ସାଧାରଣ ସମ୍ପାଦକ ନିଖିଳ ନାଥ ଓଝା, ବଂଶୀ ମୋହନ ଶତପଥୀ, ପୂର୍ବତନ ବାଚସ୍ପତି ଶରତ କୁମାର କର ପ୍ରମୁଖ ଯୋଗ ଦେଇ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଦୁଇ ଶିକ୍ଷକଙ୍କୁ ସମ୍ମାନପତ୍ର, ଟ୍ରଫି ଓ ପ୍ରତିଭା ପରିଚୟ ପୁସ୍ତକ ସହ ଦୁଇ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷ ଖସାଇବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି...

ଛତୁ ତୋଳିବାକୁ ଯାଇ ହେଟାବାଘ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା/ଅନୁଗୋଳ ଅଫିସ,୨୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଫରେଷ୍ଟ ବିଟ୍‌ ଅଧୀନ ଅନ୍ତୁଳିଆ ରିଜର୍ଭ ଜଙ୍ଗଲର କୁରୁତାପେ ନିକଟକୁ ଛତୁ ତୋଳିବାକୁ ଯାଇ ଶନିବାର...

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

କଣିହାଁ, ୩ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ଘରେ ପହଞ୍ଚି ପାରିଲେନି: ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଓ ୨ ଶିଶୁ ଗୁରୁତର

ଛେଣ୍ଡିପଦା, ୨୪।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳ ଦେଇଯାଇଥିବା ୫୫ନଂ. ଜାତୀୟ ରାଜପଥ ତୁକୁଡା ମୁଣ୍ଡାସାହି ନିକଟରେ ମଙ୍ଗଳବାର ଭୋର୍‌ ସମୟରେ ଏକ ଦୁଃଖଦ...

କଟକଣା କୋହଳରୁ ବଢ଼ୁଛି କରୋନା

ଅନୁଗୋଳ ଅଫିସ, ୨୯ା୫ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ୫ ତାରିଖରୁ ସରକାର ରାଜ୍ୟକୁ ଲକ୍‌ଡାଉନ୍‌ରେ ରଖିଛନ୍ତି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ଜାରି...

ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ – ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ...

ତାଳଚେର ବନ୍ଦ, ଅର୍ଥନୈତିକ ଅବରୋଧ ଚେତାବନୀ

ତାଳଚେର,୩୦ା୪(ଡି.ଏନ.ଏ.): ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରା ନ ଗଲେ ମେ ୧୩ ତାରିଖରେ ତାଳଚେରରେ ବନ୍ଦ...

ଅହମ୍ମଦାବାଦରୁ ଫେରି ନାମ ପଞ୍ଜୀକରଣ ନ କରି ଲୁଚିଥିଲେ ଡିପିଏସ୍‌ ଅଧ୍ୟକ୍ଷଙ୍କ ପୁଅ: ଥାନାରେ ଅଭିଯୋଗ ପରେ ହସ୍ପିଟାଲରେ କଲେ ସ୍ବାସ୍ଥ୍ୟ ପରୀକ୍ଷା

ବଅଁରପାଳ,୩୦ା୫(ଡି.ଏନ୍‌.ଏ.): ନାଲ୍‌କୋ ଡିପିଏସ୍‌ ଅଧ୍ୟକ୍ଷ ଓ ତାଙ୍କ ପୁଅ କୋଭିଡ୍‌-୧୯ ପାଇଁ ଜାରି ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ବିକେ ମିଶ୍ରଙ୍କ ପୁଅ...

Advertisement
Archives

Model This Week