Posted inଜାତୀୟ

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଦିଲ୍ଲୀ ମେଡିକାଲ ଓ୍ବାର୍ଡଗୁଡ଼ିକର ଦୟନୀୟ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ଦିଲ୍ଲୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ପ୍ରାଣୀଙ୍କ ଠାରୁ ହୀନ ବ୍ୟବହାର କରାଯାଉଛି। ରୋଗୀଙ୍କ ମୃତ୍ୟୁ ଘଟିଲେ ମୃତଦେହ ଲବି ଓ ପ୍ରତୀକ୍ଷାଞ୍ଚଳରେ ରଖାଯିବା ସହ ଅଳିଆ ଗଦାରେ ଫିଙ୍ଗିଦିଆଯାଉଥିବା ଖବର ପ୍ରକାଶ ପାଇବା ପରେ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀ ହସ୍ପିଟାଲଗୁଡ଼ିକର ସ୍ଥିତି ଅତି ନିକୃଷ୍ଟ, ଭୟଙ୍କର ତଥା ଦୁଃଖଦାୟକ ବୋଲି ଖଣ୍ଡପୀଠ କହିବା ସହ ଶବ ପରିଚାଳନାରେ ବିଫଳତା ଲାଗି ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ଏବଂ ଶବ ପରିଚାଳନାରେ ତ୍ରୁଟିକୁ ନେଇ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ରୁଜୁ କରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ହସ୍ପିଟାଲଗୁଡ଼ିକ ମୃତଦେହ ରଖିବାରେ ଉପଯୁକ୍ତ ଧ୍ୟାନ ଦେଉନାହାନ୍ତି। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଉନାହିଁ। ଫଳରେ ସେମାନେ ମୃତକଙ୍କ ଶେଷକୃତ୍ୟରେ ଯୋଗଦେଇପାରୁନାହାନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଏଥିସହିତ ଦିଲ୍ଲୀରେ ଖୁବ୍‌ କମ୍‌ କୋଭିଡ୍‌-୧୯ ପରୀକ୍ଷା ହେଉଥିବାରୁ ଜଷ୍ଟିସ୍‌ ଅଶୋକ ଭୂଷଣ, ଏସ୍‌.କେ. କୌଲ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପୂର୍ବରୁ ଦିଲ୍ଲୀରେ ଦିନକୁ ୭୦୦୦ କୋଭିଡ୍‌ ପରୀକ୍ଷା ହେଉଥିବାବେଳେ ଏବେ ତାହା ୫୦୦୦କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଓ ଚେନ୍ନାଇରେ କୋଭିଡ୍‌ ପରୀକ୍ଷା ବୃଦ୍ଧି ପାଇଛି। କରୋନା ଚିକିତ୍ସା ଓ ଶବ ପରିଚାଳନା ନେଇ ସୁପ୍ରିମକୋର୍ଟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାର ପାଳନ ହେଉନାହିଁ। ରୋଗୀ ପରିଚାଳନା ବ୍ୟବସ୍ଥା, ହସ୍ପିଟାଲ ଷ୍ଟାଫ୍‌ ଏବଂ ରୋଗୀ ଯତ୍ନ ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ଉପରୋକ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି...

ଚିନ୍ତା ବଢାଉଛି ଧରାବି

ମୁମ୍ବାଇ,୨୪।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ। ଏହା ମହାରାଷ୍ଟ୍ର ସରକାରଙ୍କୁ ଚିନ୍ତାରେ ପକାଇ...

ଜେଏନ୍‌ୟୁ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ବଲିଉଡ୍‌ ସେଲିବ୍ରିଟି

ନୂଆଦିଲ୍ଲୀ,୬।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ରବିବାର ରାତିରେ ଦୁଇ ଛାତ୍ରଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଛି। ରାତି ଅନ୍ଧକାରରେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା...

କଂଗ୍ରେସ ନେତାଙ୍କ ନାତୁଣୀଙ୍କୁ ବିବାହ କରିବେ କୁମାରସ୍ବାମୀଙ୍କ ପୁଅ

ବେଙ୍ଗାଲୁରୁ,୧୦।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ପୁଅ ନିଖିଲ କୁମାରସ୍ବାମୀ କଂଗ୍ରେସ ନେତା ଏମ୍‌. କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତିଙ୍କୁ ବିବାହ କରିବେ ବୋଲି ଜଣାପଡିଛି।...

ମୁଖ୍ୟମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ପାଇଲଟ, ପୁଣି ସଙ୍କଟ, ଭାଜପା ପାଇଁ ନୂଆ ସୁଯୋଗ…

ଜୟପୁର, ୧୭।୮ : ରାଜସ୍ଥାନ ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା...

କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୫: ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି କେନ୍ଦ୍ର...

କାର୍ଗିଲରେ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୭: ସୋମବାର କାର୍ଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ଦିନକ ପୂର୍ବରୁ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ...

୧୪ଦିନ ପାଇଁ ଜେଲ୍‌ ଗଲେ ନବନୀତ, ରବି

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ରବି ରାଣାଙ୍କୁ...

Advertisement
Archives

Model This Week