ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ ଏସବୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ୁଛି। ବିଶେଷକରି ସୋମବାର ସାବିତ୍ରୀ ପାଇଁ ଗ୍ରାହକମାନେ ଫଳ କିଣିବା ଆରମ୍ଭ କରିଦେଇଛନ୍ତି। ବଢ଼ୁଥିବା ଚାହିଦାକୁ ଦେଖି ବେପାରୀମାନେ ମଧ୍ୟ ଦର ବଢ଼ାଇଛନ୍ତି। ବଜାରରେ ଏବେ ୧୦ରୁ ୧୪ ପ୍ରକାରର ଆମ୍ବ ଉପଲବ୍ଧ ହେଉଥିବା ବେଳେ ଦେଶୀ ଆମ୍ବ ଦର ୫୦ ଟଙ୍କାରୁ ଅଧିକ ରହିଛି। ସେହିପରି ବାଇଗଣପଲି ଦର ୫୦ରୁ ୬୦, ସୁନ୍ଦରୀ ଆମ୍ବର ଦର ୪୦, ତୋଟାପଲ୍ଲି କେଜି ପ୍ରତି ୩୦, ଆଖୁରସ ଓ ମୁମ୍ବାଇ ଗ୍ରୀନ ଆମ୍ବ ମୂଲ୍ୟ ୫୦ ରହିଛି। ଲିଚୁ କିଲୋଗ୍ରାମ ପିଛା ଦର ୧୨୦ ଥିବାବେଳେ ଜାମୁଡୋଳ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଆସିଥିବା ତାଳସଜ ଦର ରହିଛି ୩ଟାକୁ ୧୦ ଟଙ୍କା। ତରଭୁଜ ଦର କିଲୋଗ୍ରାମ ପିଛା ୨୦ ଟଙ୍କା ଥିବାବେଳେ ବେଲ ଗୋଟା ପ୍ରତି ୧୫ରୁ ୨୦ ଟଙ୍କା ରହିଛି।
ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡ, ତହସିଲ ଛକ, ବଜାର ଛକ ଆଦି ଅଞ୍ଚଳରେ ପସରା ମେଲାଇଛନ୍ତି ଫଳ ବେପାରୀ। ସ୍ଥାୟୀ ବେପାରୀମାନେ ବହୁ ପରିମାଣର ଫଳ ଆଣିଥିବା ବେଳେ ଉଠା ଦୋକାନୀମାନେ ଗୋଟିଏ କି ଦୁଇ ପ୍ରକାରର ଫଳ ସହରରେ ବୁଲି ବୁଲି ବେପାର କରୁଛନ୍ତି। ଆମ୍ବ, ଲିଚୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, କୋଲକାତା, ବିହାର, ଝାଡ଼ଖଣ୍ଡରୁ ଆସୁଥିବାବେଳେ ଜାମୁଡ଼ୋଳ ସ୍ଥାନୀୟ ଅଞ୍ଚଳରୁ ଆସୁଛି ବୋଲି ବେପାରୀମାନେ କହିଛନ୍ତି। ବଜାରକୁ ଆସିଥିବା ଆମ୍ବ ମଧ୍ୟରୁ ବମ୍ବେ ଗ୍ରିନ, ଆମ୍ରପଲି, ଗୁଲାବ ଖାସ, ହେମସାଗର, ଲାଟ ସୁନ୍ଦରି, ଲେଙ୍ଗଡ଼ା, ବାଇଗଣପଲି, ରାଜା ବାଇଗଣପଲି, ହାତୀମୁଣ୍ଡା, ଦଶେରୀ, ମଲ୍ଲିକା, ଗୁଲାବଖାସ ଓ ଦେଶୀ ଆମ୍ବର ଚାହିଦା ରହିଛି। ବର୍ତ୍ତମାନ ନୂଆକରି ଆସୁଥିବା ଫଳରେ ବେପାରୀ ବେଶ୍‌ ଦୁଇ ପଇସା ଲାଭ କରୁଛନ୍ତି ବୋଲି ବସ୍‌ଷ୍ଟାଣ୍ଡ ଠାରେ ବେପାର କରୁଥିବା ସନ୍ଦୀପ କହିଛନ୍ତି। ତାଙ୍କ ଘର ୟୁପି ହୋଇଥିବାବେଳେ ସେ ଦୀର୍ଘ ୧୦ ବର୍ଷ ହେବ ଏଠାରେ ବେପାର କରୁଛନ୍ତି। ବିଭିନ୍ନ ଋତୁ ଅନୁଯାୟୀ ଆସୁଥିବା ଫଳ ସେ ବିକ୍ରି କରୁଛନ୍ତି। ତେବେ ସାବିତ୍ରୀ ଓ ରଜ ବେଳେ ସବୁଠାରୁ ଅଧିକ ଅର୍ଥ ରୋଜଗାର ହେଉଥିବା ସନ୍ଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri