ଦାଦନ ଦୁଃଖ: ଅର୍ଦ୍ଧାହାରରେ ଇଟା ଗଢୁଛନ୍ତି ଶ୍ରମିକ

ବରଗଡ଼ ଅଫିସ୍‌, ୨।୪: ଲକ୍‌ ଡାଉନ୍‌ ଦାଦନ ଶ୍ରମିକଙ୍କ ସମସ୍ୟାକୁ ବହୁଗୁଣିତ କରି ପକାଇଛି। ଏଭଳିସ୍ଥଳେ ସେମାନେ ନା ଘରକୁ ଫେରି ପାରୁଛନ୍ତି କିମ୍ବା ସାମାଜିକ ଦୂରତା ରଖି ଘର ମଧ୍ୟରେ ରହି ପାରୁଛନ୍ତି। ତେଲେଙ୍ଗାନାରେ ନିଜ ପିଲାଛୁଆଙ୍କ ସହିତ ବନ୍ଧା ପଡ଼ିଥିବା ୪୪ଶ୍ରମିକ ଇଟାଭାଟି ମାଲିକଙ୍କ ତାଗିଦ୍‌ ଯୋଗୁ ଅର୍ଦ୍ଧାହାରରେ ରହି ଖରାତାତିରେ ଇଟା ଗଢ଼ି ନିର୍ଯାତିତ ଜୀବନ କାଟୁଥିବା ସୂଚନା ମିଳିଛି । ତେଲେଙ୍ଗାନାର କିସାରା ମଣ୍ଡଳ ବୋମ୍ମାଲା ରମାରମ ଥାନା କେଶବପୁର ଗ୍ରାମ ହନୁମାନ ମନ୍ଦିର ପାଖରେ ରହିଥିବା ଏକ ଇଟାଭାଟିକୁ ବରଗଡ଼ ଜିଲା ପାଇକମାଲ ଥାନା ଭେଙ୍ଗରାଜପୁର, ସାଲେପାଲି, ଝେଙ୍ଗନାଡିହି ଗ୍ରାମର ୭ଜଣ ଏବଂ ନୂଆପଡ଼ା ଜିଲା ବୋଡ଼େନ, କୋଟଗାଁ, ପାତଲଗଙ୍ଗା, ଦର୍ଲିପଡ଼ା ଆଦି ଗ୍ରାମର ଶ୍ରମିକମାନେ ଜଣେ ମଧ୍ୟସ୍ଥଙ୍କ ପ୍ରଲୋଭନରେ ପଡ଼ି ନିଜ ପିଲାଛୁଆ ଧରି ଦୀର୍ଘଦିନ ପୂର୍ବରୁ ଦାଦନ ଖଟିବାକୁ ଯାଇଛନ୍ତି । ଲକ୍‌ ଡାଉନ୍‌ କଟକଣା ଲାଗୁ ପରେ ସେଠାରେ ଦୋକାନ, ବଜାର ବନ୍ଦ ହୋଇ ପଡ଼ିଛି । ସେହିପରି ଇଟାଭାଟି ମାଲିକ ୪କିଗ୍ରା ଲେଖାଏଁ ଚାଉଳ ଦେଉଥିଲେ ସୁଦ୍ଧା ତାହା ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଫଳରେ ସେମାନଙ୍କୁ ବର୍ତ୍ତମାନ ଅଧିକାଂଶ ସମୟରେ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ ପଡ଼ୁଛି । ଅପରପକ୍ଷେ ଏଭଳି ସ୍ଥିତିରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ଇଟାଗଢ଼ା କାମରୁ ନିସ୍ତାର ମିଳିନାହିଁ। ଇଟାଭାଟି ମାଲିକ ସେମାନଙ୍କୁ ଇଟାଗଢ଼ା କାମରେ ଖଟାଉଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ବରଗଡ଼ର ଜଣେ ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶିନୀ ଆଇଜି ଅମିତାଭ ଠାକୁରଙ୍କ ସମେତ ବରଗଡ଼, ନୂଆପଡ଼ା ଜିଲାପାଳଙ୍କୁ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସତ୍ତ୍ବେ ସମ୍ପୃକ୍ତ ଶ୍ରମିକମାନଙ୍କ ପାଖକୁ ରନ୍ଧାଖାଦ୍ୟ ଭଳି କୌଣସି ସରକାରୀ ସହାୟତା ପହଞ୍ଚି ପାରିନାହିଁ। ଫଳରେ ଗୁରୁବାର ସେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ ତେଲେଙ୍ଗାନାରେ ଭୋକିଲା ରହିଥିବା ଓଡ଼ିଆ ଶ୍ରମିକଙ୍କ ପେଟକୁ ଆହାର ମୁଠାଏ ଯୋଗାଇ ଦେବା ପାଇଁ ସେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଜଣାଇଛନ୍ତି ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି ।...

ପେଣ୍ଠପଡ଼ାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୨୮।୪(ଡି.ଏନ୍‌.ଏ.): କରୋନା ଲଢ଼େଇରେ ସାମିଲ ହୋଇ ତୃଣମୂଳରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସତ୍ୟବାଦୀ ବ୍ଲକ ପେଣ୍ଠପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି।...

ଜବାବ ଦାଖଲ ଲାଗି ଭଦ୍ରକ, ଯାଜପୁର ଜିଲା ପ୍ରଶାସନର କ୍ଷେତ୍ର ଅନୁଧ୍ୟାନ

ଭଣ୍ଡାରିପୋଖରୀ,୧୦ା୭(ଡି.ଏନ.ଏ.): ବୈତରଣୀ ନଦୀଶଯ୍ୟାରେ ନିର୍ମାଣ ବିରୋଧରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ରେ ଆଗତ ମାମଲାରେ ନୋଟିସ୍‌ର ଜବାବ ଦାଖଲ ପାଇଁ ଶୁକ୍ରବାର ଭଦ୍ରକ ଓ...

ନଦୀକୁ ଖସିଲା ଜେସିବି, ବର୍ତ୍ତିଲେ ଚାଳକ

ମହାକାଳପଡ଼ା, ୮ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ବଡକୁଳ ଗ୍ରାମ ପାର୍ଶ୍ୱ ଲୁଣା ନଦୀ ଗର୍ଭକୁ ସୋମବାର ଏକ ଜେସିବି ମେଶିନ ଖସିପଡ଼ିଥିଲା। ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି।...

୩ ବର୍ଷର ଶିଶୁକନ୍ୟାଙ୍କୁ ଚାପିଦେଲା ଜେସିବି

ଛେଣ୍ଡିପଦା,୨୫।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ଜଣେ ୩ ବର୍ଷର ଶିଶୁକନ୍ୟାଙ୍କୁ ଜେସିବି ଚାପିଦେବାରୁ ତାଙ୍କର ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, ଜିଲା ଖଣିଜ...

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ...

ମୋବାଇଲ୍‌ ଗେମ୍‌ ହେଲା କାଳ: ରାତିରେ ଶୋଇଥିଲେ, ସକାଳେ…

ପଦ୍ମପୁର,୨୩।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଗୋପବନ୍ଧୁ ନଗର ପଞ୍ଚାୟତ ଗଦି ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ...

ଖୋର୍ଦ୍ଧା ଗୁଳିକାଣ୍ଡ ପଛରେ ସୁପାରି କିଲର: ପୋଲିସ ହାତରେ ଲାଗିଲା ଠୋସ୍‌ ପ୍ରମାଣ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଖୋର୍ଦ୍ଧା ଜିଲାର ଏକ କ୍ଲିନିକରେ ପଶି ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି।...

Advertisement


Archives

Model This Week