ଦରଜି ଗାଁ ଗୋବର୍ଦ୍ଧନପୁର

ଜଳେଶ୍ୱର, ୧୮।୧୨-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତର ଦରଜି ଗଁା ଭାବେ ପରିଚିତ ଗୋବର୍ଦ୍ଧନପୁର। ଏଠାରେ ପାଖାପାଖି ୪୦୦ ପରିବାର ବସବାସ କରନ୍ତି। ଆଉ ସମସ୍ତେ ଯୋଗୀ ସମ୍ପ୍ରଦାୟର। ସିଲେଇ ସେମାନଙ୍କ କୁଳ ବେଉସା। ଏବେ ଗାଁର ୩୦୦ ପରିବାର ସିଲେଇ ବୃତ୍ତିକୁ ଆପଣେଇ ପରିବାର ପୋଷୁଛନ୍ତି।
ଏହି ଗଁା ସୁବର୍ଣ୍ଣରେଖା ନଦୀ କୂଳରେ ଅବସ୍ଥିତ। ଗ୍ରାମବାସୀଙ୍କ ଯାହା କିଛି ଜମି ଅଛି, ସେଥିରେ ଚାଷ କଲେ ପ୍ରତିବର୍ଷ ବନ୍ୟାରେ ଧୋଇ ହୋଇଯାଉଛି। ତେଣୁ ଆୟର ଅନ୍ୟ କୌଣସି ଉପାୟ ନ ପାଇ ଗାଁ ଲୋକେ ସେମାନଙ୍କ କୁଳ ବେଉସାକୁ ଆପଣେଇଛନ୍ତି। ଏହି କାମରେ ଘରର ପୁରୁଷ ଓ ମହିଳାମାନେ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡ଼ିରୁ ଅର୍ଡର ଆଣି ଏହି ଗାଁର ଲୋକେ ପୋଷାକ ଯୋଗାଇଥାନ୍ତି। ଏହାସହିତ ସାୟା, ବ୍ଲାଉଜ୍‌, ଚୁଡ଼ିଦାର ସମେତ ବିଭିନ୍ନ ରେଡିମେଡ୍‌ ପୋଷାକ ତିଆରି କରି ହୋଲ୍‌ସେଲ୍‌ରେ ଦୋକାନୀମାନଙ୍କୁ ଯୋଗାଇଥାନ୍ତି।
ଡ୍ରେସ୍‌ ତିଆରି କରିବା ପାଇଁ ଗାଁର ଏହି ଲୋକମାନେ କଲିକତାରୁ କପଡ଼ା ଓ ସୂତା ସହିତ ଅନ୍ୟାନ୍ୟ ସାମଗ୍ରୀ ଆଣିଥାନ୍ତି। ଗୋଟିଏ ସ୍କୁଲ ଶାର୍ଟ ତିଆରି ପାଇଁ ୭୦ରୁ ୮୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଆଉ ବିକ୍ରି ହୋଇଥାଏ ୧୦୦ ରୁ ୧୧୦ ଟଙ୍କାରେ। ସେହିପରି ଗୋଟିଏ ପ୍ୟାଣ୍ଟ ତିଆରି ପାଇଁ ୬୦ରୁ ୭୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୯୦ରୁ ୧୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ଗୋଟିଏ ରେଡିମେଡ୍‌ ଚୁଡ଼ିଦାର ତିଆରି ପାଇଁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୯୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଜଣେ କାରିଗର ଦୈନିକ ୩୫ରୁ ୪୦ଟି ପ୍ୟାଣ୍ଟ କିମ୍ବା ଶାର୍ଟ ତିଆରି କରିଥାନ୍ତି। ସେହିପରି ଦୈନିକ ଜଣେ କାରିଗର ୨୫ରୁ ୩୦ ଚୁଡ଼ିଦାର କିମ୍ବା ବ୍ଲାଉଜ୍‌ ତିଆରି କରିପାରନ୍ତି। ଏସବୁ ତିଆରି କରି ଜଣେ କାରିଗର ଦୈନିକ ପ୍ରାୟ ୪ଶହରୁ ୫ଶହ ଟଙ୍କା ରୋଜଗାର କରିଥାନ୍ତି। ଯଦି ସରକାର ଏହି କାରିଗରମାନଙ୍କୁ ସହାୟତା ଯୋଗାଇ ଦିଅନ୍ତେ, ତା’ହେଲେ ଆଧୁନିକ ଯନ୍ତ୍ରପାତି ଆଣି ସେମାନେ ନୂତନ ଡିଜାଇନ୍‌ର ଡ୍ରେସ୍‌ ତିଆରି କରିବା ସହ ଅଧିକ ଡ୍ରେସ୍‌ ତିଆରି କରିପାରନ୍ତେ ଓ ଆହୁରି ଆଗକୁ ବଢ଼ିପାରନ୍ତେ।
ଗୋବର୍ଦ୍ଧନପୁର ବାସିନ୍ଦା ଅଶୋକ ନାଥ କହିଛନ୍ତି, ଏହା ଆମ ଜାତିର ବ୍ୟବସାୟ। ଏଥିରେ ଆମ ପରିବାର ଚଳେ। ହେଲେ ସରକାରୀ ସାହାଯ୍ୟ କିଛି ମିଳୁନାହଁି। ଋଣ ମିଳିଲେ ଆମେ ହାଇସ୍ପିଡ୍‌ ମେଶିନ୍‌ କିଣିପାରନ୍ତୁ। ରାଧାଶ୍ୟାମ ନାଥ କହିଛନ୍ତି, ‘ପୁରୁଣା ଢଙ୍ଗରେ ସିଲେଇ କାମ ଚାଲିଛି। ନୂତନ ଢଙ୍ଗରେ କିଛି ହେଉନାହଁି। ସରକାରଙ୍କ ତରଫରୁ ପ୍ରଶିକ୍ଷଣ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।

(ଗୋପବନ୍ଧୁ ସାହୁ)


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri