ଦକ୍ଷିଣ କୋରିଆରେ ବଢୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ସିଓଲ,୨୭।୨: ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ କୋରିଆରେ ୩୩୪ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧,୫୯୫ରେ। ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହା ସେଠାକାର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଦକ୍ଷିଣ କୋରିଆରେ କରୋନା ଭାଇରସ ସଂକ୍ରମଣରେ ଏବେ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୨୧,୦୯୭ଜଣଙ୍କ ବ୍ଲଡ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣରେ ଏବେସୁଦ୍ଧା ଚାଇନାରେ ୨,୭୪୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮,୪୯୭ ସଂକ୍ରମିତ ଅଛନ୍ତି। ତେବେ ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୮୧,୨୦୦ରେ। ଏହାସହ ପାଖାପାଖି ୩୦,୦୦୦ଲୋକ ସୁସ୍ଥ ହୋଇଥିବା ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ ଟ୍ରମ୍ପ୍‌ଙ୍କ ମଧ୍ୟପ୍ରାଚ୍ୟ ଶାନ୍ତିନୀତି

ଓ୍ବାଶିଂଟନ,୩୦ା୧(ଏଏଫ୍‌ପି): ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଶାନ୍ତି ଯୋଜନା ଆଣିଛନ୍ତି।...

କରୋନା ପାଇଁ ଡିଜାଇନିଂ ହେଲା ସୁରକ୍ଷା କବଚ

ବେଜିଂ,୫।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ଏକ ସୁରକ୍ଷା କବଚ ଡିଜାଇନିଂ କରାଯାଇଛି। ଏହାକୁ ଆର୍କିଟେକଚର ଡାୟୋଙ୍ଗ୍‌ ସନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ...

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ...

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ସହାୟତା ଲୋଡିଲା ନେପାଳ

କାଠମାଣ୍ଡୁ,୯।୬: ଏଭରେଷ୍ଟ ଗିରି ଶୃଙ୍ଗ ଆରୋହଣ ବାଟରୁ ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ନେପାଳ ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡିଛି। ମୃତ...

କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର...

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ...

ସହାୟକ ହୋଇପାରେ ୟୁଭି ଲ୍ୟାମ୍ପ୍‌

ନ୍ୟୁୟର୍କ,୧୧ା୫: ବିପଜ୍ଜନକ ଭାଇରସ୍‌କୁ ମାରିବା ପାଇଁ ଷ୍ଟେଶନ, ଉଡ଼ାଜାହାଜ ଓ ସ୍କୁଲଗୁଡ଼ିକରେ ଏକ ନୂଆ ପ୍ରକାର ଅତିବାଇଗଣି (ୟୁଭି) ଲ୍ୟାମ୍ପ୍‌ ବ୍ୟହବାର କରାଯାଇପାରିବ, ଯାହାକି କୋଭିଡ୍‌-୧୯...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *