ତିନିଫୁଟିଆ ମହାରାଜା ଦୋସା

ସମ୍ବଲପୁର ଜିଲା ରେଙ୍ଗାଲି ବାଇପାସ ଛକ ନିକଟରେ ହଟ୍‌ସ୍ପାଇସ ରେସ୍ତୋରାଁ ରହିଛି। ୧୦ ନମ୍ବର ରାଜପଥ (ବିଜୁ ଏକ୍ସପ୍ରେସ) ପାର୍ଶ୍ୱରେ ଏହା ରହିଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗ୍ରାହକମାନେ ଏଠାକୁ ଆସିଥାନ୍ତି। ଗ୍ରାହକମାନଙ୍କ ରୁଚି ଅନୁସାରେ ଏଠାରେ ଡିଶ୍‌ ପ୍ରସ୍ତୁତ ହୋଇଥାଏ। ଏହି କ୍ରମରେ ତିନିଫୁଟିଆ ମହାରାଜା ଦୋସା ରେସ୍ତୋରାଁର ପ୍ରମୁଖ ଡିଶ୍‌ ମଧ୍ୟରେ ଅନ୍ୟତମ। ଏହାର ଲମ୍ବ ୩ ଫୁଟ ଥିବାବେଳେ ମୂଲ୍ୟ ରହିଛି ୯୯ ଟଙ୍କା। ଏହାକୁ ୨ଜଣ ଗ୍ରାହକ ଖାଇଥାନ୍ତି। ଯଦି ଜଣେ ଗ୍ରାହକ ଏହାକୁ ଜଳଖିଆ ଓ ସନ୍ଧ୍ୟାରେ ଖାଇବେ ତେବେ ତାଙ୍କୁ ମଧ୍ୟାହ୍ନ କିମ୍ବା ରାତ୍ରି ଭୋଜନର ଆବଶ୍ୟକତା କ୍ବଚିତ ହୋଇଥାଏ ବୋଲି କହନ୍ତି ରେସ୍ତୋରାଁର ସେଫ୍‌ ଜ୍ଞାନରଞ୍ଜନ ପଣ୍ଡା।

ଆବଶ୍ୟକ ସାମଗ୍ରୀ:

ବିରି: ୨୦ ଗ୍ରାମ
ଚାଉଳ: ୬୦ ଗ୍ରାମ
ମେଥିଦାନା: ୨ ଗ୍ରାମ
ବୁଟ ଡାଲି: ୫ ଗ୍ରାମ
ଲୁଣ: ସ୍ବାଦ ଅନୁସାରେ
ଚିନି: ସ୍ବାଦ ଅନୁସାରେ
ହରଡ ଡାଲି: ୨୦ ଗ୍ରାମ
କୋଳଥ ଡାଲି: ୧୦ ଗ୍ରାମ
ବାଇଗଣ: ୨୦ ଗ୍ରାମ
ଟମୋଟା: ୫୦ ଗ୍ରାମ
ଚଣାଡାଲି: ୨୦ ଗ୍ରାମ
ବାଦାମ: ୨୦ ଗ୍ରାମ
ନଡିଆ: ୫୦ ଗ୍ରାମ
ଦହି: ୨୦ ଗ୍ରାମ
କଞ୍ଚା ଓ ଶୁଖିଲା ଲଙ୍କା: ୫ ଗ୍ରାମ
ଆମ୍ବଅଦା ଓ ଅଦା: ୨୦ ଗ୍ରାମ
ପଞ୍ଚଫୁଟଣ: ୫ ଗ୍ରାମ
ଆଳୁ: ୧୦୦ ଗ୍ରାମ
ପିଆଜ: ୧୦ ଗ୍ରାମ
ଗ୍ରୀନ ମଟର: ୨୦ ଗ୍ରାମ
ପନିର: ୨୦ ଗ୍ରାମ
ରସୁଣ: ୪ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବିରି, ଚାଉଳ, କୋଳଥଡାଲି ପାଣିରେ ଧୁଆ ଯାଇ ଗୁଣ୍ଡ କରାଯାଏ। ଗୁଣ୍ଡ ପରେ ଅଳ୍ପ ପାଣି ଦେଇ ତାକୁ ବହଲିଆ କରାଯାଇ ସ୍ବଚ୍ଛ ପାତ୍ରରେ ଢାଙ୍କୁଣି ଘୋଡ଼ାଇ ୪ଘଣ୍ଟା ପର୍ଯ୍ୟନ୍ତ ଫୋମ୍‌ ଫର୍ମେଶନ ହେବା ପର୍ଯ୍ୟନ୍ତ ରଖାଯାଇଥାଏ। ଏହାପରେ ଅଳ୍ପ ଆଞ୍ଚରେ ତାଓ୍ବା ଗରମ ହେବା ପରେ ପୂର୍ବରୁ ବିରି, ଚାଉଳ ଓ କୋଳଥ ଡାଲିରେ ପ୍ରସ୍ତୁତ ହୋଇଥିବା ପିଠଉକୁ ଅଣ୍ଡାକୃତି ଆକାରରେ ୩ ଫୁଟ ଲମ୍ବା କରାଯାଇଥାଏ। ପରେ ଆଞ୍ଚକୁ ସାମାନ୍ୟ ଅଧିକ କରାଯାଏ। ତା ଉପରେ ଡାଲି, ବୁଟଡାଲି, କୋଳଥଡାଲି, ପଞ୍ଚଫୁଟଣ, ଲଙ୍କା ୨ଟା, କଟା ହୋଇଥିବା ପିଆଜ, ଆଳୁୁ, ବାଦାମ, ପନିର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଆଳୁ ମସଲା ଦିଆଯାଏ। ୨ ମିନିଟ୍‌ ପରେ ଦୋସା ପ୍ରସ୍ତୁତ ହୋଇଥାଏ। ଏକ ପ୍ଲେଟରେ୍‌ ରଖାଯାଇଥିବା କଦଳୀ ପତ୍ର ଉପରେ ଦୋସାକୁ ରଖାଯାଏ। ଦୋସା ଚତୁଃପାର୍ଶ୍ୱରେ ହରଡ, କୋଳଥଡାଲି, ବାଇଗଣ, ମୁନଗା, ପିଆଜ, ଭୁର୍ସୁଙ୍ଗପତ୍ର, ଶୁଖିଲା ଲଙ୍କା, ସୋରିଷ, ଟମାଟୋ, ଜିରାଗୁଣ୍ଡ, ଧନିଆପତ୍ରରେ ପ୍ରସ୍ତୁତ ହୋଇଥିବା ସାମ୍ବର ଏବଂ ରସୁଣ, ଅଦା, ଟମାଟୋ, ଶୁଖିଲା ଲଙ୍କାରେ ତିଆରି ହୋଇଥିବା ରସୁଣ ଚଟଣି ଓ ଚଣାଡାଲି, ବାଦାମ, ନଡିଆ, ଦହି, ଆମ୍ବଅଦା, ଚିନି, ପଞ୍ଚଫୁଟଣରେ ପ୍ରସ୍ତୁତ ହୋଇଥିବା ନଡିଆ ଚଟଣିକୁ ତିନୋଟି ପାତ୍ରରେ ରଖି ଗାନିସିଂ କରାଯାଇ ଗ୍ରାହକମାନଙ୍କୁ ପରଷା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପନିର ପକୋଡ଼ା

ଆବଶ୍ୟକ ସାମଗ୍ରୀ- ପନିର- ୨୦୦ ଗ୍ରାମ୍‌, ଧଳା ରାଶି- ୪ ବଡ଼ ଚାମଚ, ମଇଦା- ୪ ବଡ଼ ଚାମଚ, ରସୁଣ- ୫-୭ଟି, ଅଦା- ଛୋଟ ଖଣ୍ଡ,...

ଶରୀର ପାଇଁ ହାନିକାରକ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌

କ୍ୟାଲୋରୀ ରହିତ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାର ନିୟମିତ ସେବନ ପାକସ୍ଥଳୀରେ ଟାଇପ୍‌-୨ ଡାଏବିଟିସ୍‌ ଏବଂ ହୃଦ୍‌ରୋଗରୁ ରକ୍ଷାକରୁଥିବା ଏନ୍‌ଜାଇମ୍‌ ଉତ୍ପାଦନ...

ନିଃସଙ୍ଗତା ଦୂର କରିବ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏଣିକି ଏହାକୁ ନିଃସଙ୍ଗତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ। ଜାପାନର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ...

ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା...

ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା...

ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ...

ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସହଜ ଉପାୟ ରହିଛି। ତାହା ପୁଣି ହାତପାଆନ୍ତାରେ। ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ?...

Advertisement


Archives

Model This Week

Why Dharitri