ତଳେ ଦଣ୍ଡା ଖଞ୍ଜାଗଲା, ସିଂହାସନ କାମ ଆରମ୍ଭ ଚାଲିଛି ଗରଗରା ଓ ନାହାକା କାଠ ହଣା

ପୁରୀ ଅଫିସ, ୧୫ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ। ତିିନି ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ରଥକାମ ଆଗେଇ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରିରେ ତିନି ରଥର ଦୁଇଟି ଲେଖାଏଁ ଚକ ଅଖ ଡେରା ହୋଇଥିଲା। ବଳକା ୩୬ ଚକ ଓ ୧୮ଟି ଅଖ କାମ ସରିବା ପରେ ସମସ୍ତ ଚକ ଅଖ ସଂଯୋଗ ହୋଇ ଡେରା ଯାଇଥିଲା। ଗୁରୁବାରଠାରୁ ତଳେ ଦଣ୍ଡା ଖଞ୍ଜାଚାଲିଛି। ତିନି ରଥର ସମୁଦାୟ ୨୫ଟି ଦଣ୍ଡା ଅର୍ଥାତ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୯ଟି ଲେଖାଏଁ ଏବଂ ଦର୍ପଦଳନ ରଥର ୭ଟି ରହିଛି। ଦଣ୍ଡା ନିର୍ମାଣ ସମାପ୍ତ ହେବା ପରେ ମହାରଣା ଓ ଭୋଇ ସେବକମାନେ ଏହାକୁ ଖଞ୍ଜୁଛନ୍ତି। ଅଖ ଉପରେ କେଉଁ ଦଣ୍ଡା କେଉଁଠି ରହିଲେ, ତାହା ଠିକ୍‌ରେ ରହିବ, ସେହି ହିସାବରେ ଏହାକୁ ଖଞ୍ଜାଯାଉଛି। ଏଥିରେ ମୁହଁାଟ ଓ ପାର୍ଶ୍ୱ ମୁହଁାଟ ମଧ୍ୟ ଖଞ୍ଜାଯାଉଛି। ପରେ ଏହାକୁ ନେଇ ଏକ ସେଟ୍‌ ପ୍ରସ୍ତୁତ କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବେ ସେଟ୍‌ ହେବାପରେ ପ୍ରତି ଦଣ୍ଡାରେ ନମ୍ବର ଦିଆଯାଇ ଖୋଲାଯିବ। ଗୁରୁବାର ଚକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା ଲାଗି ଚକରେ ଥାକ ଓ ବନ୍ଧ ଦିଆଯାଇଛି। ଏହାଦ୍ୱାରା ଚକ ସେହି ସ୍ଥାନରୁ ଅଲଗା ହୋଇପାରିବ ନାହିଁ। ଏଥିସହିତ ଅଖ ମଝିରେ ମେଣ୍ଢି(ଅଖକୁ ଟେକି ରଖିବା ଲାଗି) କାଠ ଦିଆଯାଇଛି। ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଦିନେ ଦୁଇ ଦିନ ମଧ୍ୟରେ ଦଣ୍ଡା ଅନୁକୂଳ ହୋଇ ଅଖ ଉପରକୁ ଉଠିବ। ଅନ୍ୟପଟେ ତାଳଧ୍ୱଜ ରଥ ରୂପକାର ଗଣେଶ୍ୱର ମହାପାତ୍ର କୁହନ୍ତି, ତିନି ରଥର ସମୁଦାୟ ୪୪ଟି କଣଗୁଜ ସରିଛି। ଏଥିମଧ୍ୟରୁ ତାଳଧ୍ୱଜ ଓ ନନ୍ଦିଘୋଷର ୧୬ଟି ଲେଖାଏଁ ଏବଂ ଦର୍ପଦଳନର ୧୨ଟି କଣଗୁଜ ରହିଛି। ସମସ୍ତ କଣଗୁଜରେ ସିଂହବିରାଳ ଖୋଦେଇ କରାଯାଇଛି। ଏବେ ସିଂହାସନ କାମ ଆରମ୍ଭ ହେବ। ଏହା ସରିବା ପରେ ନାଟଗୋଡ଼(ରଥର ଦ୍ୱାର ଦୁଇପାର୍ଶ୍ୱ ଖୁଣ୍ଟି) ଓ ପଟାଗୁଜ ଆରମ୍ଭ ହେବ। ତିନି ରଥରେ ୮ଟି ଲେଖାଏଁ ନାଟଗୋଡ଼ ଲାଗିବ। ନାଟଗୋଡ଼ରେ କନ୍ଦର୍ପର ଚିତ୍ର ଖୋଦେଇ କରାଯିବ। ପଟାଗୁଜରେ ଗଜ ବିରାଳ, ସିଂହବିରାଳ ଓ ନର ବିରାଳ ଖୋଦେଇ କରାଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ତିନି ରଥର ୪ ନାହାକା ଉଠିବ। ସେନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗରଗରା କାଠ ଚଉପଟ ଚାଲିଛି। ଦୋଳବେଦି କୋଣରେ କମାର ସେବକ ଗୟଳ କଣ୍ଟା ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନିଆ ରିମାଣ୍ଡରେ ହାଇଦର

କଟକ, ୧୬ା୪- ଗାଙ୍ଗଷ୍ଟର ଶେକ୍‌ ହାଇଦରଙ୍କୁ ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ। ଗତ ଶନିବାର ଏହି କୁଖ୍ୟାତ ଅପରାଧୀ କଟକ ବଡ଼ ମେଡିକାଲରୁ...

ନ୍ୟାୟ ପ୍ରଦାନରେ ଓଡ଼ିଶା ର଼୍ୟାଙ୍କ ଖସିଲା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ଓଡିଶା ର଼୍ୟାଙ୍କ ତଳକୁ ଖସିଛି। ୨୦୧୯ରେ ଓଡିଶାର ସ୍ଥାନ ୭ ନମ୍ବର ଥିବା ବେଳେ...

ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ,୫ା୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ...

ଟ୍ରି-ମ୍ୟାନ ପ୍ରଭାସଙ୍କ ଘରେ ଅଷ୍ଟ୍ରେଲୀୟ ଛାତ୍ରୀଛାତ୍ର

କଟକ ଅଫିସ,୧୪ା୧:ପ୍ରେମରେ ବନ୍ଧା ହୋଇଛି ସମଗ୍ର ବିଶ୍ୱ। ଖୁବ୍‌ କମ୍‌ ଲୋକ ଥାଆନ୍ତି, ଯେଉଁମାନେ ପ୍ରକୃତି ପ୍ରେମରେ ବାନ୍ଧି ହୋଇ ରୁହନ୍ତି। ଫୁଲନଖରା ସାଶୋଳ ଗ୍ରାମର...

ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ...

ଥମୁନି ସଂକ୍ରମଣ: ରାଜଧାନୀରୁ ଆଜି ଚିହ୍ନଟ ହେଲେ ୩୪୯ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ସହରରୁ ପୁଣି ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା...

‘ଶେଷରେ ଅଲୋଡ଼ା କିନ୍ନରକୁ ଭରସାକଲେ ମାତାପିତା’

ଭୁବନେଶ୍ୱର,୧୯।୮:ସାଧାରଣତଃ ମାତାପିତାଙ୍କଠାରୁ କିନ୍ନର ଶିଶୁଟିଏ ଜନ୍ମ ନେଲେ ତାକୁ ଅଲୋଡ଼ା ଭାବି ନବଜାତ ଶିଶୁଟିକୁ ଏଣେତେଣେ ଛାଡି ଦେଇଥାନ୍ତି। କିନ୍ତୁ କିଏ ଜାଣେ ଦୁର୍ଲଭ ମାନବ...

ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କ ସମେତ ୫ ଧରାପଡ଼ିଲେ

ଜଟଣୀ,୧୯ା୭(ଡି.ଏନ.ଏ.): ବ୍ରାଉନ୍‌ସୁଗାର ବ୍ରିକ୍ରି କରୁଥିବା ଅଭିଯୋଗରେ ଜଟଣୀ ଥାନା ପୋଲିସ ନୂଆଗଁା ଅଞ୍ଚଳରୁ ଜଣେ ମହିଳା, ତାଙ୍କ ସ୍ବାମୀ, ପୁଅ ସମେତ ୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ...

Advertisement
Archives

Model This Week