ତପୋବନ ପୀଠ ପରିଦର୍ଶନ କଲେ ଏମ୍‌ପି: ସୌରଶକ୍ତି ସମ୍ପନ୍ନ ହେବ ରୋଷଘର

ଢେଙ୍କାନାଳ ଅଫିସ, ୧୪।୬ – ମହିମା ସ୍ବାମୀଙ୍କ ଆତ୍ମଯୋଗ ସାଧନାସ୍ଥଳୀ ତଥା ମହିମା ଧର୍ମର ଆଦିପୀଠ ତପୋବନକୁ ବୁଧବାର ଅପରାହ୍ନରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ପରିଦର୍ଶନ କରିଛନ୍ତି। ପୀଠରେ ଲାଗି ରହିଥିବା ସମସ୍ୟା ସମାଧାନ ଏବଂ ବିକାଶରେ ଆବଶ୍ୟକ ସହଯୋଗ କରାଯିବ ବୋଲି ଏମ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାର ଅନ୍ୟତମ ଧର୍ମୀୟସ୍ଥଳୀ ଭାବେ ତପୋବନ ପୀଠର ମାହାତ୍ମ୍ୟ ରହିଛି। ଏଠାରେ ଥିବା ରୋଷଘରକୁ ଖୁବ୍‌ଶୀଘ୍ର ସୌରଶକ୍ତି ସମ୍ପନ୍ନ କରାଯିବ। ଏ ନେଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଓଡ଼ିଶା ଅକ୍ଷୟ ଶକ୍ତି ବିଭାଗ ସହକାରୀ ନିର୍ଦ୍ଦେଶକ କିଶୋର କୁମାର ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପୀଠର ସୌନ୍ଦର୍ଯ୍ୟକରଣ ଦିଗରେ ଦୃଷ୍ଟି ଦିଆଯିବ। ଏଥିସହ ଫଳଚାରା ମଧ୍ୟ ରୋପଣ କରାଯିବ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ. ଭଗବାନ ଦାସ କହିଛନ୍ତି।
ଏହି ଅବସରରେ କୌପିନଧାରୀ ମହିମା ସମାଜ ସଭାପତି ଶ୍ରୀମଦ୍‌ ରଘୁନାଥ ବାବା ଏମ୍‌ପିଙ୍କୁ ମହିମା ଧର୍ମର ପ୍ରାସଙ୍ଗିକତା ଏବଂ ଏହାର ଦର୍ଶନତତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ପୀଠର ଐତିହ୍ୟ ସମ୍ପର୍କରେ ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ କହିଥିଲେ। ଢେଙ୍କାନାଳ-କପିଳାସ ରାସ୍ତାର କୃଷ୍ଣକୁମାରପୁରଠାରୁ ପୀଠକୁ ସଂଯୋଗ କରୁଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡ଼ିଛି। ଯାତାୟାତ ସୁଗମ କରିବା ପାଇଁ ଏହାର ମରାପତି ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦେବାକୁ ସାଧୁମଣ୍ଡଳୀ ତରଫରୁ ଦାବି କରାଯାଇଛି। ଏମ୍‌ପିଙ୍କ ଏହି ଗସ୍ତ ସମୟରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶନ ମାହୁନ୍ତଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ସୌମ୍ୟବ୍ରତଙ୍କ ପେନ୍‌ସିଲ୍‌ ଆର୍ଟ

ଢେଙ୍କାନାଳ ଅଫିସ, ୧୪।୧୦ – କେଉଁଠି ରାମାୟଣର ଚରିତ୍ର ତ ଆଉ କେଉଁଠି ଦେବଦେବୀଙ୍କ ପ୍ରତିକୃତି। ବଲିଉଡ୍‌ଠାରୁ ଆରମ୍ଭ କରି ଟଲିଉଡ୍‌। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠୁ...

କଟକଣାକୁ ଖାତିର ନାହିଁ

ଢେଙ୍କାନାଳ ଅଫିସ, ୬।୧୨: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାବେଳେ ଢେଙ୍କାନାଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଘରୋଇ ସାଇକୃପା ଆବାସିକ ବିଦ୍ୟାଳୟରେ କରୋନା ବିସ୍ଫୋରଣ ସହିତ ୫୬ ଛାତ୍ରୀଛାତ୍ର...

ରୋଗୀଙ୍କୁ ଛାଡ଼ି ପଳାଇଲେ

ଢେଙ୍କାନାଳ ଅଫିସ୍‌/ଭୁବନ(ଡି.ଏନ୍‌.ଏ.), ୩ା୧: ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଡ଼ିରେ ଛଟପଟ...

ଜାଲ୍‌ କରି ନେଇଗଲେ ୧୪.୩୨ ଲକ୍ଷର ମେଟାଲ

ଢେଙ୍କାନାଳ ଅଫିସ, ୧୦।୧: ଆପ୍‌ ମାଧ୍ୟମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ନେଇଗଲେ ୩୦.୦୫ ମେଟ୍ରିକ ଟନ୍‌ର ମୂଲ୍ୟବାନ ବିଲେଟ୍‌ ମେଟାଲ। ଏଭଳି ଏକ ଠକେଇ ମାମଲାରେ...

ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କାମାକ୍ଷାନଗର, ୨୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ବୁଧବାର ଏକ ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ...

ସାଢ଼େ ୧୧ ସୁଦ୍ଧା ହିନ୍ଦୋଳରେ ୩୫ ପ୍ରତିଶତ ମତଦାନ

ଢେଙ୍କାନାଳ ଅଫିସ,୩ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଚାଲିଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...

ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ମିସ୍‌ ଓଡ଼ିଶା

ଢେଙ୍କାନାଳ ଅଫିସ୍‌, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର...

ପୁଣି ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ୍‌/ ସାତମାଇଲ(ଡି.ଏନ୍‌.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍‌ହା...

Advertisement
Archives

Model This Week