ତଥ୍ୟ ସର୍ବଜନୀକରଣର ଭୂମିକା ଶୀର୍ଷକ କର୍ମଶାଳା: ପ୍ରଦୂଷଣ କମ୍‌ କର, ରେଟିଂ ନିଅ

ଅନୁଗୋଳ ଅଫିସ, ୧୦।୭-ଅନୁଗୋଳ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟରେ ‘ପରିବେଶ ପାରଦର୍ଶିତା ବୃଦ୍ଧି କରିବାରେ ତଥ୍ୟ ସର୍ବଜନୀକରଣର ଭୂମିକା’ ଶୀର୍ଷକ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୭ ବିଭାଗର ଶିଳ୍ପାନୁଷ୍ଠାନ ପାଇଁ ଆରମ୍ଭ କରାଯାଇଥିବା ଷ୍ଟାର ରେଟିଂ କାର୍ଯ୍ୟକ୍ରମ ଶିଳାନୁଷ୍ଠାନମାନଙ୍କ ପରିବେଶ ପାରଦର୍ଶିତା ବୃଦ୍ଧି ଦିଗରେ ଏକ ସୁସ୍ଥ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୬ ଶିଳ୍ପାନୁଷ୍ଠାନ ଭାଗ ନେଇଥିବାବେଳେ ଅନୁଗୋଳ ଶିଳ୍ପାଞ୍ଚଳରୁ ୧୩ ଶିଳ୍ପାନୁଷ୍ଠାନ ସାମିଲ ହୋଇଛି। ଉକ୍ତ କମ୍ପାନୀଗୁଡ଼ିକରେ ଉନ୍ନତ ପରିବେଶ ପାରଦର୍ଶିତା ସହ ବାୟୁ ପ୍ରଦୂଷଣଜନିତ ସମସ୍ୟାର ମୁକାବିଲା ଦିଗରେ ଷ୍ଟାର ରେଟିଂ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି। ଏହାଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନରେ ପ୍ରଦୂଷଣ ରୋକି ହେବ। ଯେଉଁ ଶିଳ୍ପାନୁଷ୍ଠାନ ପ୍ରଦୂଷଣ କମ୍‌ କରିବ, ସେମାନଙ୍କୁ ରେଟିଂ ପ୍ରଦାନ କରାଯିବ। ଫଳରେ ରେଟିଂ ପାଇବାକୁ ଭବିଷ୍ୟତରେ ଶିଳ୍ପାନୁଷ୍ଠାନ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ। ସେହିପରି ଷ୍ଟାର ରେଟିଂ କାର୍ଯ୍ୟକ୍ରମକୁ ନେଇ ଶିଳ୍ପାନୁଷ୍ଠାନଗୁଡ଼ିକ କି କି ଆହ୍ବାନର ସମ୍ମୁଖୀନ ହେଉଛି ଓ ଏହି କାର୍ଯ୍ୟକ୍ରମ କିପରି ତାହାର ପରିବେଶ ପାରଦର୍ଶିତା ବୃଦ୍ଧି କରିପାରିବ ସେ ସମ୍ପର୍କରେ ଟାଟା ଷ୍ଟିଲ ବିଏସ୍‌ଏଲ୍‌ ଢେଙ୍କାନାଳର ସହକାରୀ ମୁଖ୍ୟ ପ୍ରବନ୍ଧକ ସଞ୍ଜୀବ କୁମାର ପାଲ ବକ୍ତବ୍ୟ ରଖିଥିଲେ।
ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ ଓ ଟାଟା ସେଣ୍ଟର ଫର ଡେଭଲପମେଣ୍ଟର ମିଳିତ ଆନୁକୂଲ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ସହକାରୀ ପରିବେଶ ଯନ୍ତ୍ରୀ ରାକେଶ କୁମାର ମହାନ୍ତି ସ୍ବାଗତ ଭାଷଣ ଦେଇଥିବାବେଳେ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟର ବରିଷ୍ଠ ପଲୀସି ଆସୋସିଏଟ୍‌ ସତ୍ୟନାରାୟଣ ମହାପାତ୍ର ଷ୍ଟାର ରେଟିଙ୍ଗର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଗଡ଼ ଥାନା ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୦।୭(ଡି.ଏନ.ଏ.): ଆଠମଲ୍ଲିକ  ଜିଲା ଅନୁଗୋଳ ବ୍ଲକ ଠାକୁରଡ଼ ଥାନା ପେଡ଼ିପର, ସାନହୁଲା, କୁରୁମଟାପ, କୁର୍ତ୍ତିବାସପୁର, ପାଇକସାହି, ସାପଘରା, ଟାପଢୋଲ ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚୋରା...

ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି

ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍‌ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ...

ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ...

ଯାଆଁଳ ଉତ୍ପାଦନ କେନ୍ଦ୍ର ହେଲାଣି ଜଙ୍ଗଲ

ଆଠମଲ୍ଲିକ, ୯ା୩(ଡି.ଏନ.ଏ.) ସରକାରୀ ଉଦାସୀନତା ତଥା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଚରମ ଅବହେଳା ଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାରେ ଥିବା ମାଛ...

ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ...

ବଇଣ୍ଡାକୁ କରାଗଲା ସମ୍ପୂର୍ଣ୍ଣ ସାନିଟାଇଜ

ବଇଣ୍ଡା,୧୨।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା...

ଛେଣ୍ଡିପଦା ବ୍ଲକ ସଦରମହକୁମାରେ ୭୧ତମ ସାଧାରଣତନ୍ତ୍ର ଦିବସ

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମା ମିନିଷ୍ଟାଡିୟମରେ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା...

ଗୁରୁପୂଜନ, ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ

ତାଳଚେର,୫।୯(ନି.ପ୍ର.):ଆମ ପ୍ରତିଭା ଆମ ପରିଚୟ ପରିବାର ପକ୍ଷରୁ ଗୁରୁପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବ ସ୍ଥାନୀୟ ଅଫିସର୍ସ କ୍ଲବ ମଙ୍ଗଳମ ଦେଉଳ ବେଡାଠାରେ ଅନୁଷ୍ଠିତ ହୋଇଯାଇଛି।...

Advertisement


Archives

Model This Week