ଡକାୟତି ଉଦ୍ୟମ ପଣ୍ଡକଲା ଅନୁଗୋଳ ପୋଲିସ: ୭ ଜଣଙ୍କୁ ମାଡ଼ି ବସିଲା, ଜଣେ ଫେରାର

ଅନୁଗୋଳ ଅଫିସ, ୪।୯-ଅନୁଗୋଳ ପୋଲିସ ସୋମବାର ବିଳମ୍ବିତ ରାତିରେ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଭୁଜାଲି, ୨ ଖଣ୍ଡା, ୬ ମୋବାଇଲ, ଗୋଟିଏ ମୋଟର ସାଇକେଲ ସହ ଏକ ସ୍କୁଟି ଜବତ କରାଯାଇଛି। ଦୁର୍ବୃତ୍ତମାନେ ତୁରଙ୍ଗସ୍ଥିତ ଇନ୍ଦ୍ରାଣୀ ନଗରଠାରେ ଡକାୟତି ପାଇଁ ଯୋଜନା କରୁଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା। ହେଲେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।
ପୋଲିସ କହିଛି, ଗିରଫ ୭ ଦୁର୍ବୃତ୍ତ ପଞ୍ଚମହଲା ଅଞ୍ଚଳର ଅନିଲ ବେହେରା(୨୫), ରନ୍ତଲେଇର ଜଗା ଓରଫ ଜଗନ ସେନାପତି(୨୩), ତୁରଙ୍ଗ ବିକାଶ ନଗରର ଅଜୟକାନ୍ତ କର(୨୨), ତୁରଙ୍ଗ କାମନାସାହିର ଆଶିଷ ନାୟକ(୨୩), ହେମସୁରପଡ଼ା ମୋଚିସାହିର ପାପୁଲୁ ଓରଫ ରୀତିକ୍‌ ବାରିକ(୧୯), ହେମସୁରପଡ଼ାର ଦୀପକ ମହାନ୍ତି(୩୨) ଓ ହେମସୁରପଡ଼ା ହରିଜନସାହିର ଠୁରା ଓରଫ ଦେବାଶିଷ ନାଏକ(୨୨) ରାଜପଥରେ ଟ୍ରକ୍‌ଗୁଡ଼ିକରୁ ଲୁଟ୍‌ପାଟ କରିବା ପାଇଁ ଯୋଜନା କରୁଥିଲେ। ଏଥିସହ ପାର୍ବଣ ସମୟରେ ଏମାନେ ବିଭିନ୍ନ ସ୍ଥାନରେ ଲୁଟ୍‌ ଯୋଜନା ରଖିଥିଲେ। ସେମାନଙ୍କ ନାମରେ ପୂର୍ବରୁ ଜିଲାର ବିଭିନ୍ନ ଥାନାରେ ସଙ୍ଗିନ ମାମଲା ରହିଛି। ନଂ. ୬୮୩/୧୯ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏସ୍‌ଆଇ ସତ୍ୟ ରଞ୍ଜନ ଲେଙ୍କା ଓ ବିପ୍ଳବ ସାହୁଙ୍କ ନେତୃତ୍ୱରେ ଏଏସ୍‌ଆଇ ଜୟଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ସାହୁଙ୍କ ସହ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉ କରିଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?