ଟ୍ରେନ୍‌ରେ ଯାତ୍ରୀ ଛାଡ଼ିଥିବା ବ୍ୟାଗ୍‌ ଦେଲା ଆର୍‌ପିଏଫ୍‌

ଛତ୍ରପୁର,୨୬ା୧୨(ଡି.ଏନ.ଏ)- ଟ୍ରେନ୍‌ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍‌ପିଏଫ୍‌ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି। ୨୩ ତାରିଖରେ ଭୁବନେଶ୍ୱରରୁ ବାଲୁଗଁ। ପାଇଁ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବାଲୁଗଁ। ଥାନା ଅଳଇଢିହ ଛକର ସୌମ୍ୟଜିତ୍‌ ବରାଳ ଯାତ୍ରା କରିଥିଲେ। ତେବେ ଅସାବଧାନତା କାରଣରୁ ସେ ତାଙ୍କ ବ୍ୟାଗ୍‌କ ଉକ୍ତ ଟ୍ରେନ୍‌ରେ ଛାଡି ଦେଇଥିଲେ। ପରେ ଏ ସମ୍ପର୍କରେ ବାଲୁଗଁ। ଷ୍ଟେଶନ ମାଷ୍ଟରଙ୍କୁ ସେ ଜଣାଇଥିଲେ। ଏହାପରେ ଉକ୍ତ ଷ୍ଟେଶନ ମାଷ୍ଟରଙ୍କ ପକ୍ଷରୁ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନକୁ ଏ ସମ୍ପର୍କରେ ଜଣାଇଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ଷ୍ଟେଶନ କର୍ର୍ତ୍ତୃପକ୍ଷଙ୍କ ପକ୍ଷରୁ ଛତ୍ରପୁର ଆରପିଏଫ୍‌ ଆଉଟ୍‌ପୋଷ୍ଟକୁ ୨୩ ତାରିଖ ସନ୍ଧ୍ୟା ୭ଟା ୨୦ରେ ସୂଚନା ଆସିଥିଲା। ଏହାପରେ ଛତ୍ରପୁର ଷ୍ଟେଶନଠାରେ ଉକ୍ତ ଟ୍ରେନ୍‌ ଅଟକିବା ପରେ ସ୍ଥାନୀୟ ଆରପିଏଫ୍‌ ଆଉଟପୋଷ୍ଟ ର ଏଏସଆଇ ଏସ୍‌ ଏ ପାତ୍ର ଓ ତାଙ୍କ ଷ୍ଟାଫ୍‌ ଟ୍ରେନ୍‌ ର ସାଧାରଣ ବଗି ରେ ସୌମ୍ୟଜିତ୍‌ ଙ୍କ ବ୍ୟାଗ୍‌ ପାଇଥିଲେ ା ବ୍ୟାଗ୍‌ ମିଳିଥିବା ସମ୍ପର୍କରେ ଛତ୍ରପୁର ଆର୍‌ପିଏଫ୍‌ ଆଉଟ୍‌ପୋଷ୍ଟ ପକ୍ଷରୁ ୨୪ ତାରିଖ ପୂର୍ବାହ୍ନ ୯ ଟାରେ ସୌମ୍ୟଜିତ୍‌ଙ୍କୁ ଖବର ଦିଆଯାଇଥିଲା ା ସୌମ୍ୟଜିତ୍‌ ଛତ୍ରପୁର ଷ୍ଟେଶନରେ ପହଞ୍ଚିିବା ପରେ ଯାଞ୍ଚ କରାଯାଇ ତାଙ୍କ ବ୍ୟାଗ୍‌କୁ ଆର୍‌ପିଏଫ୍‌ ଆଉଟପୋଷ୍ଟ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିଲେ ା ଏନେଇ ଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କୁ ସେ ଧନ୍ୟବାଦ ଦେଇଥିଲେ ା ଉକ୍ତ ବ୍ୟାଗ୍‌ରେ ସୌମ୍ୟଜିତ୍‌ଙ୍କ ଦଶମ ଓ ଦ୍ୱାଦଶ ଶ୍ରେଣୀର ସାର୍ଟିଫିକେଟ୍‌, ଆଧାର କାର୍ଡ, ବହି ସମେତ ୧୦ ହଜାର ଟଙ୍କାର ଜିନିଷ ଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍‌ ଜୋନ୍‌ରେ: ବୁଝାଇଲେ ଜ଼ିଲାପାଳ

ଛତ୍ରପୁର, ୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି।...

୫ ଜୁଆଡ଼ି ଗିରଫ, ୮୨୦୦ ଟଙ୍କା ଜବତ

ବୁଗୁଡ଼ା,୨୪ା୪(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଥିବା ଏକ ଆମ୍ବତୋଟାରେ ଲକ୍‌ଡାଉନର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିଲା।...

ଥାନାରୁ ମାଲିକଙ୍କୁ ଦିଆଗଲା ଜବତ ଗାଡ଼ି

ଜଗନ୍ନାଥପ୍ରସାଦ,୯ା୬(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ପୋଲିସ ପକ୍ଷରୁ ଜବତ ହୋଇଥିବା ଯାନବାହନ ଗୁଡିକ ବର୍ଷ ବର୍ଷ ଧରି ଥାନା ପରିସରରେ ପଡି ରହିଥିଲା। ସେଗୁଡିକୁ ଗାଡ଼ି ମାଲିକଙ୍କୁ ଫେରାଇବା ପ୍ରକ୍ରିୟା...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୭ା୭: ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଖଜୁରିପଡା ଥାନାରେ ଅଭିଯୋଗ ହୋଇଛି ା ଲାଇନପଡା ଅଞ୍ଚଳର ଜଣେ ଯୁବକ...

ମନମୋହିଲା ‘ବଡି ବିଲ୍ଡିଂ ଶୋ’ର ସୁନ୍ଦର ସ୍ବାସ୍ଥ୍ୟ ପ୍ରଦର୍ଶନ

ବ୍ରହ୍ମପୁର ଅଫିସ,୩୦ା୧-ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଚାଲିଥିବା ୭ମ ମହାନଗର ମହୋତ୍ସବର ବୁଧବାର ଥିଲା ତୃତୀୟ ସନ୍ଧ୍ୟା ା ଏହାକୁ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି...

ଏନ୍‌ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି

ପୁରୁଷୋତ୍ତମ ପୁର, ୪।୨(ଡି.ଏନ.ଏ.): ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି...

ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା ଘଟଣା: ୮ ଗିରଫ

ଧରାକୋଟ,୨୬ା୫(ଡି.ଏନ.ଏ.)- ଧରାକୋଟ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଅଲେଖ ନାହାକଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା...

ପୌର ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ପ୍ରକଳ୍ପ ପାଇଁ ୩.୩୬ କୋଟି ଅନୁମୋଦନ

ଛତ୍ରପୁର,୨।୧୨(ଡି.ଏନ୍‌.ଏ.): ଆଗକୁ ଆସୁଛି ପୌରପାଳିକା ନିର୍ବାଚନ। ଏ ନେଇ ଛତ୍ରପୁର ସହରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏନଏସି ପକ୍ଷରୁ ୨୦୨୧/୨୨...

Advertisement
Archives

Model This Week