ଟ୍ରେନ୍‌ରେ ଛାଡ଼ିଥିବା ୪ ଲକ୍ଷ ୫୦ ହଜାର ଟଙ୍କା ଫେରିପାଇଲେ ବ୍ୟକ୍ତି

ରାୟଗଡ଼ା ଅଫିସ,୧୯।୧: ବିଶାଖାପାଟନମ୍‌ରୁ ରାୟଗଡ଼ା ଅଭିମୁଖେ ଶେଖ୍‌ ୟାସୋଦିନ୍‌ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ସମତା ଏକ୍ସପ୍ରେସରେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସୁଥିଲେ। ତାଙ୍କ ବନ୍ଧୁ ତାଙ୍କୁ କିଛି ଟଙ୍କା ଧାରସୂତ୍ରରେ ମାଗିଥିବାରୁ ସେ ୪ ଲକ୍ଷ ୫୦ ହଜାର ଟଙ୍କା ଧରି ଆସିଥିବା ବ୍ୟାଗ୍‌ଟିକୁ ଅନ୍ୟମନସ୍କ ହୋଇ ଟ୍ରେନରେ ବି-୪ ସିଟ୍‌ ନଂ ୨୭ରେ ରଖି ଚାଲି ଯାଇଥିଲେ। କିନ୍ତୁ ଷ୍ଟେଶନରେ ଓହ୍ଲାଇବା ପରେ ବ୍ୟାଗ୍‌ ଛାଡ଼ିଦେଇଥିବା ମନେ ପଡ଼ିବାରୁ ସେ ସଙ୍ଗେ ସଙ୍ଗେ ଆର୍‌ପିଏଫ୍‌ଙ୍କୁ ଅଭିଯୋଗ କରିଥିଲେ। ଆର୍‌ପିଏଫ୍‌ ଅଧିକାରୀ, ଆରପିଏଫ୍‌ ଆଇଆଇସିଡି. ଏନ୍‌ ତ୍ରିଲୋକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ୨ ଜଣ କନଷ୍ଟେବଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ସିଙ୍ଗାପୁର ଷ୍ଟେଶନ ଓ ଥେରୁବାଲି ମଧ୍ୟରେ ଉକ୍ତ ବ୍ୟାଗ୍‌ଟିକୁ ଉଦ୍ଧାର କରି ଶେଖ୍‌ ୟାସୋଦିନ୍‌ଙ୍କୁ ଫେରସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା: ୧ ହଜାର କୋଟିର ସହାୟତା ଦାବି

ବଲାଙ୍ଗୀର ଅଫିସ,୧୬।୮: ବଲାଙ୍ଗୀର ଜିଲାର ବନ୍ୟା ବିତ୍ପାତକୁ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଗସ୍ତରେ ଆସି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ...

ଛାତ୍ରୀଛାତ୍ରଙ୍କ ପାଖକୁ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ

ଭଟଲି,୧୭।୪(ଡି.ଏନ.ଏ): ଲକ୍‌ ଡାଉନ୍‌ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖକୁ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର...

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଖାଲି ପଡ଼ିଛି ୩୬ ଡାକ୍ତର ପଦବୀ

ଜଗତ୍‌ସିଂହପୁର ଅଫିସ,୧୬ା୧୨: ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା...

ଶଟଡାଉନ ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ଭଦ୍ରକ ଅଫିସ,୫।୪ : ଭଦ୍ରକ ସହରର ଶଟଡାଉନ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ (ଡିଜିପି) ଏ. ଅଭୟ। ସେ ସହରର ମୁଖ୍ୟ ପ୍ରଭାବିତ...

ବାଲେଶ୍ୱରରେ ଆଉ ୨ କରୋନା ପଜିଟିଭ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା...

ନାଳକୁ ଗାଧୋଇ ଯାଇଥିବା ବେଳେ ପଥର ସନ୍ଧିରେ ଫସିଲା ବାଳକଙ୍କ ଗୋଡ଼: ୪ ଘଣ୍ଟା ନାକେଦମ୍‌ ହେବା ପରେ ଉଦ୍ଧାର

ହରଭଙ୍ଗା,୨।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା।...

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୮ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୨: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବାଘମାରୀ ଥାନାର କୋଟପଲ୍ଲା ଛକରେ ଶୁକ୍ରବାର ଚଢ଼ାଉ କରାଯାଇ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର...

୨୯୦ ପରିବାରକୁ ରାଶନ ପ୍ରଦାନ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍‌ଇଏସ୍‌ ପକ୍ଷରୁ ରାଶନ ସାମଗ୍ରୀ...

BGU
Play 250+ Trending Games
Archives

Model This Week

Why Dharitri