ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟଚାଲାଣ, ଟ୍ରକ ଜବତ

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଚଢିଆପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗତ ଗୁରୁବାର ରାତିରେ ଦୁର୍ଘଟଣାରେ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁକ୍ରବାର ସ୍ଥାନୀୟ ପୋଲିସ ୩ ଜଣ ଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେମାନେ ହେଲେ ଚଢିଆପଲ୍ଲୀ ଗ୍ରାମର ଟୁକୁ ପାଢ଼ୀ, ଜଗା ପାଣିଗ୍ରାହୀ ଓ ଧନୁ ଦାସ। ଏ ନେଇ ନଂ. ୧୧୧/୧୯ରେ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଫିସର ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜଗନ୍ନାଥପ୍ରସାଦ ଥାନାଧିକାରୀ ଯୁବରାଜ ସ୍ବାଇଁ ଘଟଣାର ତଦନ୍ତ ଚଳାଇଥିଲେ।
ଯେ, ଚଢ଼ିଆପଲ୍ଲୀର ରାମ ଗୌଡ଼ ଓ ଟୁକୁ ଦୁଇବନ୍ଧୁ। ଟୁକୁ ଦୁଇଟି ମିନି ଟ୍ରକର ମାଲିକ ଥିଲେ। ବ୍ୟବସାୟ ମାନ୍ଦା ଯୋଗୁ ରାମ ତାଙ୍କ ପୁତୁରା କାହ୍ନୁଙ୍କ ସହ ଯୋଗାଯୋଗ କରାଇଥିଲେ। ପରେ କାହ୍ନୁ ଟୁକୁଙ୍କୁ ୯ ଲକ୍ଷ ଟଙ୍କା ଦେଇ ପ୍ରତ୍ୟେକ ମାସରେ କିସ୍ତି ଶୁଝିବା ନେଇ ଉଭୟଙ୍କ ମଧ୍ୟରେ କଥା ହୋଇଥିଲା। ଶୁଝିଲା ପରେ ଗାଡି ମାଲିକାନା କାଗଜ ପତ୍ରକୁ କାହ୍ନୁ ନଁାରେ ହସ୍ତାନ୍ତର ହେବା ନେଇ କଥା ହୋଇଥିଲା। କିସ୍ତି ଶେଷ ହେବା ସମୟ ପାଖେଇ ଆସିବା ବେଳେ ଗାଡି ମାଲିକ ନଁା ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ନେଇ କାହ୍ନୁ ରାମଙ୍କୁ ସହାୟତା ମାଗିଥିଲେ। ପରେ ରାମ ଓ ଟୁକୁ ମଧ୍ୟରେ ଝଗଡା ହୋଇ କଥା ଥାନାରେ ପହଞ୍ଚତ୍ଥିଲା। ଅଭିଯୋଗ ପ୍ରକାରେ ଥାନାଧିକାରୀ ଏକ କେସ୍‌ ରୁଜୁ କରି କୋର୍ଟକୁ ପଠାଇଥିଲେ। କିଛି ମାସ ପରେ କୋର୍ଟ କାହ୍ନୁଙ୍କ ପକ୍ଷରେ ଶୁଣାଣି କରିଥିଲା। ଏଥିରେ ଟୁକୁ ରାଗିଯାଇ ରାମଙ୍କୁ ମାରିବାକୁ ଯୋଜନା କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଟୁକୁ ଏବଂ ତାଙ୍କ ଦୁଇ ସହଯୋଗୀ ରାମ ଘର ସାମ୍ନାରେ ବୋମା ରଖି ଗାଳି ଗୁଲଜ କରିଥିଲେ। ଏ ନେଇ ରାମ ଥାନାକୁ ଏତଲା ଦେବାକୁ ଯିବାବେଳେ ଟୁକୁ ନିଜ ଟ୍ରକରେ ପଛପଟୁ ଧକ୍କା ଦେଇ ଭୁବନେଶ୍ୱର ଚାଲିଯାଇଥିଲେ। ଶୁକ୍ରବାର କରସିଂ ଗଁାରୁ ଜଗା, ଧନୁ ଏବଂ ରଙ୍ଗଣୀପାଟଣାରୁ ଟୁକୁଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ...

ପୋତାଗଡ଼ର ବିକାଶ ନେଇ ଏମ୍‌ପି, ବିଧାୟକଙ୍କ ସମୀକ୍ଷା

ଗଞ୍ଜାମ,୧୮।୯(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ର ବିକାଶ ଓ ପୁନରୁଦ୍ଧାର ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶନିବାର ପୋତାଗଡ଼...

ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା...

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି...

ବନ୍ଧୁକ ମୁନରେ ୧ ଲକ୍ଷ ୨୨ ହଜାର ଲୁଟ୍‌

ପୁରୁଷୋତ୍ତମପୁର,୫ା୧୦(ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅରଖପୁର ଛକ ନିକଟରେ ପୁଣି ଦୁର୍ବୃତ୍ତମାନେ ଲୁଟିଥିବା ଅଭିଯୋଗ ହୋଇଛି। ଗ୍ରାହକ ସେବାକେନ୍ଦ୍ର ପରିଚାଳକ ସୁଦାମ ଗୌଡଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ...

ଗଞ୍ଜାମ ଜିଲାରେ ବଢ଼ିଲା ଝିଅଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ୍‌,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍‌ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ...

ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ

ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ...

ପୁରୁଷୋତ୍ତମପୁରରେ ନିର୍ମାଣ ହେବ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଲାଗି ଗୁରୁବାର ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ସହ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି...

Advertisement
Archives

Model This Week