Posted inଖେଳ

ଟେଷ୍ଟ ଅଧିନାୟକ ହେବାକୁ ଏଲ୍‌ଗାରଙ୍କ ଇଚ୍ଛା

ଜୋହାନ୍ସବର୍ଗ,୨୫।୫(ପି.ଟି.): ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ ହେବାକୁ ଓପନର ଡିନ୍‌ ଏଲ୍‌ଗାର ଇଚ୍ଛା ଜାହିର କରିଛନ୍ତି। ସ୍ବତଃପ୍ରବୃତ୍ତ ଭାବେ ମୋ ପାଖରେ ନେତୃତ୍ୱ ନେବାର କଳା ରହିଛି। ଯଦି ନେତୃତ୍ୱ ପ୍ରଦାନ କରାଯାଏ ତାହାଲେ କଠିନ ପରିଶ୍ରମ କରିବି ଓ ସଫଳ ହେବି ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଗତ ଫେବୃୟାରୀରେ ଟେଷ୍ଟ ଅଧିନାୟକ ପଦରୁ ଫାଫ୍‌ ଡୁପ୍ଲେସି ଇସ୍ତଫା ଦେଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଶା କରାଯାଉଥିଲା। ତେବେ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ଏହାକୁ ଖଣ୍ଡନ କରିଛି। ଡିକକ୍‌ଙ୍କ ଉପରେ କାର୍ଯ୍ୟଭାର ବଢ଼ାଇବାକୁ ଆମେ ଚାହୁଁନୁ ବୋଲି ସିଏସ୍‌ଏ କହିଛି। ଜୁଲାଇରେ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ େଷ୍ଟେ ଅଧିନାୟକ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ।
ଟେଷ୍ଟରେ ନେତୃତ୍ୱ ନେବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। କିନ୍ତୁ ଏଥିରେ ସଫଳ ହେବି ବୋଲି ଏଲ୍‌ଗାର କହିଛନ୍ତି। ପୂର୍ବରୁ ସ୍କୁଲ ଓ ଫ୍ରାଞ୍ଚାଇଜ୍‌ ସ୍ତରରେ ବିଭିନ୍ନ ଦଳର ନେତୃତ୍ୱ ନେଇଛି। ଯଦି ପ୍ରସ୍ତାବ ଦିଆଯାଏ ତା’ହେଲେ ନେତୃତ୍ୱ ନେବାକୁ ପଛାଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶ୍ରୀଲଙ୍କାରେ ଅନୁଷ୍ଠିତ ୨୦୦୬ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ବାମହାତୀ ବ୍ୟାଟ୍ସ୍ୟାନ ଏଲ୍‌ଗାର ନେତୃତ୍ୱ ନେଇଥିଲେ। ୨୦୧୭ରେ ଡୁପ୍ଲେସି ଦଳରେ ସାମିଲ ନ ହେବା କାରଣରୁ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନେତୃତ୍ୱ ନେଇଥିଲେ। ସେ ମଧ୍ୟ ଗତ ଜାନୁୟାରୀରେ ଡୁପ୍ଲେସିଙ୍କ ଅନୁପସ୍ଥିତିରେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ନେତୃତ୍ୱ ନେଇଥିଲେ। ପୂର୍ବରୁ ଏଡେନ ମାରକ୍ରାମ ଓ କେଶବ ମହାରାଜ ମଧ୍ୟ ଟେଷ୍ଟରେ ନେତୃତ୍ୱ ନେବାକୁ ଇଚ୍ଛା ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୨ ବର୍ଷରେ ପନ୍ତ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୁକ୍ରବାର ୨୨ ବର୍ଷରେ ପାଦ ଦେଇଛନ୍ତି। ୪ ଅକ୍ଟୋବର ୧୯୯୭ରେ ଜନ୍ମ ହୋଇଥିବା ଏହି ଖେଳାଳି...

ଶେଷ ଦୁଇ ଟେଷ୍ଟ ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଥମ ସନ୍ତାନର ପିତା ହେବାର ସମ୍ବାବନା ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ...

ମହିଳା ଆଇପିଏଲ୍‌ ଟିମ୍‌ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍‌ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍‌ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ...

ବିଦେଶୀ ଅଲରାଉଣ୍ଡରଙ୍କ ପାଇଁ ୧୨ କୋଟି ପର୍ଯ୍ୟନ୍ତ ଯାଇପାରେ ଆର୍‌ସିବି

ନୂଆଦିଲ୍ଲୀ, ୭।୨- ଆସନ୍ତା ୧୨ ଓ ୧୩ ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ମେଗା ନିଲାମରେ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଅନ୍ୟତମ...

ଭାଇଙ୍କ ସହ କ୍ରିକେଟ ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ ଯାଉଥିଲେ, ଏବେ ଭାରତୀୟ ଦଳରେ ସ୍ଥାନ ପାଇ ହାସଲ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଟି-୨୦ରେ ରେକର୍ଡ ସୃଷ୍ଟି କରିଛିନ୍ତି। ମଙ୍ଗଳବାର ଭାରତ ଓ...

ସ୍ମିଥଙ୍କୁ ଟପ୍‌ ୩ରେ ବ୍ୟାଟିଂ କରିବାକୁ ପଡ଼ିବ

ମୁମ୍ବାଇ, ୬ା୪- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଅଧିନାୟକ ଷ୍ଟିଭ ସ୍ମିଥ ଯଦି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସ୍ଥାନ ପାଆନ୍ତି, ତେବେ ୩ୟ କ୍ରମରେ ବ୍ୟାଟିଂ କରିବେ। ଦଳର...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ଅଲରାଉଣ୍ଡର; ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୭: ଭାରତୀୟ ଟିମ୍‌ର ଅଲରାଉଣ୍ଡର ଶିବମ ଦୁବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ପ୍ରେମିକା ଅଞ୍ଜୁମ ଖାନ୍‌ଙ୍କ ହାତ ଧରିଛନ୍ତି। ଉଭୟ ଦୀର୍ଘଦିନ ଧରି...

Advertisement
Archives

Model This Week