Posted inଖେଳ

ଟେଷ୍ଟ ଅଧିନାୟକ ହେବାକୁ ଏଲ୍‌ଗାରଙ୍କ ଇଚ୍ଛା

ଜୋହାନ୍ସବର୍ଗ,୨୫।୫(ପି.ଟି.): ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ ହେବାକୁ ଓପନର ଡିନ୍‌ ଏଲ୍‌ଗାର ଇଚ୍ଛା ଜାହିର କରିଛନ୍ତି। ସ୍ବତଃପ୍ରବୃତ୍ତ ଭାବେ ମୋ ପାଖରେ ନେତୃତ୍ୱ ନେବାର କଳା ରହିଛି। ଯଦି ନେତୃତ୍ୱ ପ୍ରଦାନ କରାଯାଏ ତାହାଲେ କଠିନ ପରିଶ୍ରମ କରିବି ଓ ସଫଳ ହେବି ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଗତ ଫେବୃୟାରୀରେ ଟେଷ୍ଟ ଅଧିନାୟକ ପଦରୁ ଫାଫ୍‌ ଡୁପ୍ଲେସି ଇସ୍ତଫା ଦେଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଶା କରାଯାଉଥିଲା। ତେବେ କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ଏହାକୁ ଖଣ୍ଡନ କରିଛି। ଡିକକ୍‌ଙ୍କ ଉପରେ କାର୍ଯ୍ୟଭାର ବଢ଼ାଇବାକୁ ଆମେ ଚାହୁଁନୁ ବୋଲି ସିଏସ୍‌ଏ କହିଛି। ଜୁଲାଇରେ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ େଷ୍ଟେ ଅଧିନାୟକ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହିଁ।
ଟେଷ୍ଟରେ ନେତୃତ୍ୱ ନେବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। କିନ୍ତୁ ଏଥିରେ ସଫଳ ହେବି ବୋଲି ଏଲ୍‌ଗାର କହିଛନ୍ତି। ପୂର୍ବରୁ ସ୍କୁଲ ଓ ଫ୍ରାଞ୍ଚାଇଜ୍‌ ସ୍ତରରେ ବିଭିନ୍ନ ଦଳର ନେତୃତ୍ୱ ନେଇଛି। ଯଦି ପ୍ରସ୍ତାବ ଦିଆଯାଏ ତା’ହେଲେ ନେତୃତ୍ୱ ନେବାକୁ ପଛାଇବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶ୍ରୀଲଙ୍କାରେ ଅନୁଷ୍ଠିତ ୨୦୦୬ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ବାମହାତୀ ବ୍ୟାଟ୍ସ୍ୟାନ ଏଲ୍‌ଗାର ନେତୃତ୍ୱ ନେଇଥିଲେ। ୨୦୧୭ରେ ଡୁପ୍ଲେସି ଦଳରେ ସାମିଲ ନ ହେବା କାରଣରୁ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନେତୃତ୍ୱ ନେଇଥିଲେ। ସେ ମଧ୍ୟ ଗତ ଜାନୁୟାରୀରେ ଡୁପ୍ଲେସିଙ୍କ ଅନୁପସ୍ଥିତିରେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ନେତୃତ୍ୱ ନେଇଥିଲେ। ପୂର୍ବରୁ ଏଡେନ ମାରକ୍ରାମ ଓ କେଶବ ମହାରାଜ ମଧ୍ୟ ଟେଷ୍ଟରେ ନେତୃତ୍ୱ ନେବାକୁ ଇଚ୍ଛା ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri