ଟେନିସ୍‌ ଖେଳାଯିବା ନେଇ ଆଶଙ୍କା ପ୍ରକାଶ କଲେ ଓ୍ବିମ୍ବେଲଡନ ମୁଖ୍ୟ

ଲଣ୍ଡନ,୩।୪(ଏଏଫ୍‌ପି)- ଚଳିତବର୍ଷ ଅର୍ଥାତ୍‌ ୨୦୨୦ରେ ଟେନିସ ଖେଳାଯାଇପାରିବ ନାହିଁ ବୋଲି ଓ୍ବିମ୍ବେଲଡନ ମୁଖ୍ୟ ରିଚାର୍ଡ ଲୁଇସ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଚଳିତବର୍ଷ ସମ୍ପୂର୍ଣ୍ଣ ରୂପେ ଟେନିସ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତମାସ ପ୍ରାରମ୍ଭରୁ ଟେନିସ୍‌କୁ ଲକ୍‌ଡାଉନ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୁଧବାର ପ୍ରଥମ ଥର ପାଇଁ ଓ୍ବିମ୍ବେଲଡ଼ନ ଟେନିସକୁ ବାତିଲ କରାଯାଇଥିଲା। ଏହାପୂର୍ବରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌କୁ ସେପ୍ଟେମ୍ବର- ଅକ୍ଟୋବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଦୁଇଟି ବଡ଼ ଟୁର୍ନାମେଣ୍ଟ ବାତିଲ କରାଯାଇଥିବାରୁ ଟେନିସ ଆୟୋଜନ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେଣୁ ଏବର୍ଷ ଆଉ ଟେନିସ ଆୟୋଜନ ହୋଇପାରିବ ନାହିଁ ବୋଲି ଅଲ ଇଂଲଣ୍ଡ କ୍ଲବ ମୁଖ୍ୟ ଲୁଇସ୍‌ କହିଛନ୍ତି। ଆଗକୁ କ’ଣ ହେବ ସେ ନେଇ ମଧ୍ୟ କହିବା କଷ୍ଟକର। ତେବେ ବର୍ଷର ଅନ୍ତିମ ତଥା ପରବର୍ତ୍ତୀ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ ଅଗଷ୍ଟ- ସେପ୍ଟେମ୍ବରରେ ଆୟୋଜନ ହେବ ଓ ନୂଆ ତାରିଖ ତଥା କାର୍ଯ୍ୟସୂଚୀରେ ଫ୍ରେଞ୍ଚ୍‌ ଓପନ ଆୟୋଜନ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ଅନ୍ୟପଟେ ବର୍ଷର ଶେଷ କ୍ୱାର୍ଟରରେ କ୍ରୀଡ଼ା ପ୍ରତ୍ୟାବର୍ତ୍ତନ କରିବ ବୋଲି ସ୍ପାନିଶ୍‌ ଟେନିସ ଫେଡେରେଶନ (ଆରଏଫ୍‌ଇଟି) ଅଧ୍ୟକ୍ଷ ମିଗୁଏଲ ଡିଆଜ କହିଛନ୍ତି। ବର୍ଷର ଶେଷ କ୍ୱାର୍ଟରରେ ଆମେ ଟେନିସ ଦେଖିବାକୁ ପାଇବୁ ବୋଲି ସେ ଆଶାପ୍ରକାଶ କରିଛନ୍ତି। ତେବେ ଦର୍ଶକ ଏଥିରେ ସାମିଲ ହେବା ନେଇ ସେ ନିଶ୍ଚିତ ନୁହଁ। ତେବେ କୋର୍ଟକୁ ନିଶ୍ଚିତ ଭାବେ ଟେନିସ ଫେରିବ ବୋଲି ଡିଆଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ...

୧୩ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ...

ମାଗଣାରେ ମିଳିବ ସ୍ପୁଟନିକ-ଭି!

ନୂଆଦିଲ୍ଲୀ,୬ ।୭: କରୋନା ମହାମାରୀକୁ ଦୂରେଇ ଦେବାକୁ ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଟିକକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏବେସୁଦ୍ଧା ଦେଶରେ...

ଆଇସିସି ଧୋନୀଙ୍କୁ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ,୨୭।୧୨: ଅନ୍ତର୍ଜାତୀୟ କ୍ରିକେଟ୍‌ ବୋର୍ଡ (ଆଇସିସି) ପୂର୍ବତନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କୁ ଏକ ବଡ଼ ସମ୍ମାନ ଦେଇଛି। ଧୋନୀଙ୍କୁ ଦଶକର...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ପ୍ୟାରିସ୍‌,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଅଗ୍ରଗତି...

ମୋରିସ୍‌ ଓ ପାଣ୍ଡ୍ୟାଙ୍କୁ ଭର୍ତ୍ସନା

ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲ୍‌ରାଉଣ୍ଡର ଖ୍ରିସ୍‌ ମୋରିସ ଓ ତାଙ୍କ ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭର୍ତ୍ସନା କରାଯାଇଛି। ଚଳିତ ଇଣ୍ଡିଆନ...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ...

Advertisement
Ten Cric Info


Archives

Model This Week