ଝୁଲୁଛି ବିପଦ

ବାରିପଦା ଅଫିସ,୭ା୩- ବିଦ୍ୟୁତ୍‌ ବିଭାଗର ବେଫିକର ମନୋଭାବ ଯୋଗୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଧନ ଜୀବନର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଣ୍ଡ ଉପରେ ବିପଦ ସାଜି ଝୁଲି ରହିଛି ବିଦ୍ୟୁତ୍‌ ତାର। ସେହିପରି ରାସ୍ତା ପାର୍ଶ୍ୱ ଟ୍ରାନ୍ସଫର୍ମର ଗୁଡ଼ିକ ମୁକୁଳା ପଡ଼ିଥିବା ଦେଖିବାକୁ ମିଳିଛି। ଗତ ଫେବୃୟାରୀ ୯ ତାରିଖରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ମେଣ୍ଡାରାଜପୁର ଗ୍ରାମରେ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ୧୨ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହା ପରେ ମଧ୍ୟ ବାରିପଦା ନେସ୍କୋ ବିଭାଗ ସଚେତନ ହୋଇ ପାରି ନାହିଁ। ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ତାରବାଡ଼ ଦେଇ ଘେରାଉ କରିବା ଏବଂ ଓହଳି ପଡ଼ିଥିବା ତାରକୁ ଉପରକୁ ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିଭାଗର ଏଭଳି ଅବହେଳାକୁ ନେଇ ଜନ ଅସନ୍ତୋଷ ବଢି ଚାଲିଛି। ଭଞ୍ଜପୁର ରେଲୱେ ଷ୍ଟେଶନ ନିକଟରେ ଏକ ମୁକୁଳା ଟ୍ରାନ୍ସପର୍ମର ରହିଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଅଘଟଣ ଘଟିବ ତାହା କୁହାଯାଇ ନ ପାରେ। ସେହିଭଳି ଷ୍ଟେଶନ ବଜାର, ୱାର୍ଡ଼ ନମ୍ବର ୧୬ କମଳା ବାଳିକା ନେହେରୁ ଉଚ୍ଚ ବିଦ୍ୟାଳୟ ନିକଟ, ଓସ୍ତିଆ ଛକ ନିକଟ, ସନ୍ତୋଷୀ ମା’ ମନ୍ଦିର ଭଳି ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ଭାବେ ପଡ଼ି ରହିଛି। ଚିପଟଓସ୍ତିଆ ପୋଲ ଉପରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ତାର ଝୁଲି ରହିଥିବା ବେଳେ ଅସୁରକ୍ଷିତ ଭାବେ ପ୍ରତିଦିନ ଉକ୍ତ ପୋଲ ଦେଇ ଯାନବାହାନ ଚଳାଚଳ କରୁଛି। ଭଞ୍ଜପୁର ପାୱେଲ ସ୍କୁଲ ପାର୍ଶ୍ୱରେ ଥିବା ରାସ୍ତାରେ ତାର ଝୁଲି ରହିଥିବା ବେଳେ ବିଦ୍ୟୁତ୍‌ ବିଭାଗର କିନ୍ତୁ ଏହି ଦିଗ ପ୍ରତି ନିଘା ନାହିଁ। ପ୍ରତିଦିନ ସ୍କୁଲକୁ ପିଲାମାନେ ଆସୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛି। ଫଳରେ ଅଘଟଣକୁ ସହଜରେ ଏଡ଼ାଇ ଦିଆ ଯାଇ ନ ପାରେ। ବିଦ୍ୟୁତ୍‌ ବିଲ୍‌ ବାକି ରଖିଥିବା ଗ୍ରାହକଙ୍କର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଉଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ବିଭାଗ ଦୃଷ୍ଟି ଦେଉ ନାହିଁ। ଅନ୍ୟପଟେ ବିଭିନ୍ନ ସ୍ଥାନରେ ବିଭାଗର କର୍ମଚାରୀମାନେ କାର୍ଯ୍ୟ କଲା ବେଳେ ବିନା ସୁରକ୍ଷା ସରଞ୍ଜାମରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ବାରିପଦା ଡିଭିଜିନ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ବିଭିନ୍ନ ସ୍ଥାନରେ ସର୍ଭେ କରାଯାଇ ଏହିଭଳି ୩୫୦୦ ସ୍ଥାନ ଚିହ୍ନଟ କରାଯାଇଛି। ମୁକୁଳା ପଡ଼ିଥିବା ଟ୍ରାନ୍ସଫର୍ମରକୁ ଘେରାଉ କରାଯିବା ସହି ଝୁଲି ରହିଥିବା ତାରକୁ ଉଠାଯିବ ବୋଲି ସେ ପ୍ରକାଶ କରିଥିଲେ। ସେହିଭଳି ଗତ ୧୬ରୁ ୨୯ ତାରିଖ ଭିତରେ ୨୩୦୦ ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇ ଥିବା ବେଳେ ୨ କୋଟିରୁ ଉର୍ଦ୍ଧ୍ୱ ବକେୟା ଟଙ୍କା ଆଦାୟ ହୋଇଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?