ଝନେ କୁଷ୍ଠ ରୁଗୀକଁର ଅଁତରର କଥା

ଅତାବିରା,୨୮ା୮ (ଡି.ଏନ୍‌.ଏ): ଦେଶରୁ କୁଷ୍ଠ ରୋଗ୍‌ର ମୂଲ ମେଟାବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରି କରି ସଚେତନତା ସୁରୁଷ୍‌ଟି କରୁଛନ୍‌। ସେନ୍‌ତା କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ରୁଗୀକର ଚିକିଛା, ଥଇଥାନ ଲାଗି ବି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଆଏଜ୍‌ ବି ଆମର ସମାଜରେ ଅଁଧ୍‌ ବିଶୁଆସ, କୁସଂସ୍କାର, ଟାହିଟାପରା, ସାମାଜିକ୍‌ ବାସଁଦ୍‌ର ଭଏରେ ଲୋକ୍‌ ରୋଗ୍‌କେ ଲୁକେଇ ଦେଉଛନ୍‌। ପଛେ ରୋଗ୍‌ ବଢ଼ି ଯେତେବେଲେ ହାତ୍‌ଗୋଡ଼୍‌ ବଁକା ହେଉଛେ, ଆଂଗ୍‌ଠି ଛିଡ଼ୁଛେ ସେତେବେଲେ ସେମାନେ ଘରଦୁଆର, ପରିବାର ଏନ୍‌ତା କି ଗଁା ଛାଡ଼ି ଉନିଆ ଜାଗାକେ ପଲଉଛନ୍‌।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଂଚଳର ମୂଲ ବାସିନ୍‌ଦା ଛବିଳ ଦୀପ(୭୫)। ଆଏଜ୍‌କେ ୩୦ ବଛର ତଲେ ସେ କୁଷ୍ଠ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ହେଲେ ସେ ପହେଲାରୁ କିଛି ଜାନି ନାଇଁପାରଲେ। ଯେତେବେଲେ ଜାନ୍‌ଲେ ଉଷୋକଷା କଲେ, ହେଲେ ବହୁତ ଡେରି ହେଇଯାଇଥିଲା। ସେ ସମିଆରେ ତାକର ହାତଗୋଡ଼ର ଆଂଗୁଠ୍‌ମାନ ବଁକା ହେବାର ସଂଗେ ଛିଡ଼୍‌ବାର ଆରମ୍‌ ହେଇଯାଇଥିଲା। ଏନ୍‌ତାଥି ଗଁାରେ ତାକର ପରିବାର ସାମାଜିକ ବାସଁଦ୍‌ର ଶିକାର ହେବାର ଭଏ ଛବିଳକୁଁ ଘାରିଥିଲା। ଇ ସବୁରୁ ପରିବାରକେ ବଁଚାବାର ଲାଗି ସେ ଆଏଜ୍‌କେ ୨୫ ବଛର ତଲେ ଗଁା, ପରିବାର ଛାଡ଼ିଦେଇଥିଲେ। ସେଦିନ୍‌ଠାନୁ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ଛକ୍‌ ଛବିଳକଁର ଠିକ୍‌ନା ପାଲଟିଛେ। ସେ ଏହେଦେ କାଦୋବାହାଲ ପଁଚେତ୍‌ ମଦଭାଟି ଟିଣପଡ଼ା କେନାଲ ଖଁଡ଼ିରେ ଗୁଟେ ଛୁପ୍‌ଡ଼ିରେ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ସଖାଲ ପାଏଲେ ଆସର ପାସର ଗଁାଗଁଡ଼ା, କାଦୋବାହାଲ ଛକ୍‌ରେ ଭିଖ୍‌ ଭାଗି ପେଟ୍‌ ପାଲୁଛନ୍‌। ଇତାର ବାହାରେ ଛବିଳ କାଦୋବାହାଲ ପଁଚେତ୍‌ରୁ ଭିନ୍ନକ୍ଷମ ଭତା ପାଉଛନ୍‌। ହେଲେ ପରକୁତରେ ସରକାରୀ ହିସାବେ ସେ କେତେ ଟଁକା ଭତା ପାଉଛନ୍‌ କିଛି ସଠିକ୍‌ କହି ନାଇଁପାରବାର। ଭତା ପାଏବାର ସମିଆରେ ପଁଚେତ୍‌ରୁ ୬ଶହ ଟଁକା ଆନୁଛେଁ, ହେଲେ ଭତା ଖାତା ପତର ମୋର ପାସେ ନଁାଇଁନ ବଲି ସେ କହିଥିଲେ। ସେନ୍‌ତା ତାକର ପରିବାର ବାବ୍‌ଦେ ପଚରାଲାରୁ ମାଏକିନା, ଦୁଇ ପୁଓ ଆର ଗୁଟେ ବଲି ଝି’କେ ନେଇ ମୋର ପରିବାର। ଦୁଖ୍‌ସୁଖ କରି ଝି’କେ ବିହାଚୁରା କରିଥିଲି ବଲି ସେ ଆଏଁଖ୍‌ ଛଲ୍‌ ଛଲ୍‌ କରି କହିଥିଲେ। ହେଲେ ମୁଇଁ ଗଁା ଛାଡ଼ଲା ଦିନୁ ଆଏଜ୍‌କେ ୨୫ ବଛର ହେଲା ଘରର କାହାରି ସଂଗେ ଯୋଗାଯୋଗ ନଁାଇଁନ ବଲି ସେ କହିଛନ୍‌। ଥାନୀୟ ପରଶାସନ ଛବିଳକଁର ଥଇଥାନ ଲାଗି ତାକର ପରିବାର ସଂଗେ ଯୋଗାଯୋଗ କରବାକେ ବୁଧିଜୀବୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?