ଜୀବନର ମୂଲ୍ୟ ୩୦ ଟଙ୍କା

ନୂଆଦିଲ୍ଲୀ,୧୮ା୪: ଭାରତରେ ପ୍ରାୟ ୯୦,୦୦୦ ମହିଳା ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ କରୋନା ବିରୋଧୀ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛନ୍ତି। କିନ୍ତୁ ସେମାନଙ୍କୁ ଖୁବ୍‌ କମ୍‌ ପାରିଶ୍ରମିକ ମିଳୁଛି। ଘାତକ ମହାମାରୀ ବିରୋଧରେ ଏହି ଯୁଦ୍ଧ ଲଢ଼ିବା ପାଇଁ ସେମାନଙ୍କ ମନୋବଳ ଥିଲେ ହେଁ ପ୍ରୋତ୍ସାହନ ଅଭାବରୁ ଦୁର୍ବଳ ହୋଇଯାଇଛି ପ୍ରସ୍ତୁତି। ଏପରି କି ସାମାଜିକ କଳଙ୍କ ଯୋଗୁ ଏହି ମହିଳା ଯୋଦ୍ଧାଙ୍କ କ୍ଷେତ୍ରରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି। ନିଜ ଜୀବନକୁ ବାଜି ଲଗାଇ ଘର ଘର ବୁଲି ଲୋକଙ୍କ ସେବା କରୁଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁଛି ଦିନକୁ ମାତ୍ର ୩୦ ଟଙ୍କା। ଏହାକୁ ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସେମାନେ।
ମହାରାଷ୍ଟ୍ରର ଅଲକା ନଲଓ୍ବାଡେ ନାମ୍ନୀ ଜଣେ କରୋନା ଯୋଦ୍ଧା କହିଛନ୍ତି, ସରକାରଙ୍କ ଅନୁସାରେ ଆମ ଜୀବନର ମୂଲ୍ୟ ମାତ୍ର ୩୦ ଟଙ୍କା, ଯାହାକି ୧ ଡଲାରରୁ ବି କମ୍‌। କରୋନା ବିରୋଧରେ ଲଢ଼ିବା ପାଇଁ ସରକାର ଆମକୁ ମାସିକ ୧,୦୦୦ ଟଙ୍କା ଦେଉଛନ୍ତି। ଅର୍ଥାତ୍‌ ଜୀବନକୁ ବିପନ୍ନ କରି କାମ କରିବା ଲାଗି ଦିନକୁ ମାତ୍ର ୩୦ ଟଙ୍କା ମିଳୁଛି। ଅଲକା ହେଉଛନ୍ତି ୭୦,୦୦୦ ଆଶା କର୍ମୀଙ୍କ ମଧ୍ୟରୁ ଅନ୍ୟତମ, ଯାହାଙ୍କୁ ଆକ୍ରେଡିଟେଡ୍‌ ସୋସିଆଲ୍‌ ହେଲ୍‌ଥ୍‌ ଆକ୍ଟିଭିଷ୍ଟ ଭାବେ ବଛାଯାଇଛି। ସେ ଜଣେ ସିଙ୍ଗଲ୍‌ ମଦର। ଅଲକା ଏହି କାର୍ଯ୍ୟରେ ୧୦ ବର୍ଷ ହେଲା ନିୟୋଜିତ ଅଛନ୍ତି ଓ ବର୍ତ୍ତମାନ ପାଓ୍ବାରଓ୍ବାଡିରେ ଅବସ୍ଥାପିତ।
ଆଶା କର୍ମୀମାନଙ୍କୁ ପ୍ରାୟତଃ ସ୍ଥାନୀୟ ସ୍ତରରେ ଗ୍ରାମାଞ୍ଚଳରୁ ନିଯୁକ୍ତି ମିଳିଥାଏ। ଭାରତର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଘର ଘର ଯାଇ ଲୋକଙ୍କୁ ମା’ଙ୍କ ଗର୍ଭାବସ୍ଥା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ, ଗର୍ଭନିରୋଧକ ତଥା ସ୍ବଚ୍ଛତା ସମ୍ପର୍କରେ ବୁଝାଇଥାନ୍ତି। ଏପରି କି ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଏସବୁର ଫଳାଫଳ ନେଇ ଅନୁଧ୍ୟାନ କରନ୍ତି। କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏହି ଆଶା କର୍ମୀମାନଙ୍କ ଭୂମିକା ଭିନ୍ନ ନୁହେଁ। ସେମାନେ ଦାୟିତ୍ୱ ମିଳିଥିବା ଘରଗୁଡ଼ିକୁ ଯାଇ ସଙ୍ଗରୋଧ ବିଷୟରେ ପରିବାରଗୁଡ଼ିକୁ ଶିକ୍ଷା ଦେଇଥାଆନ୍ତି। ଏହାସହ ସଂକ୍ରମଣ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ ନେଇ ଅନୁଧ୍ୟାନ କରିଥାନ୍ତି। କିନ୍ତୁ ସେମାନେ ପୂର୍ବରୁ ସାମ୍ନା କରିଥିବା ବିପଦଠାରୁ କରୋନା ଭୂତାଣୁର ବିପଦ ବହୁଗୁଣରେ ଅଧିକ।
ଭାରତରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍‌ର ଘୋର ଅଭାବ ରହିଛି। ଏପରି କି ଡାକ୍ତର ଓ ନର୍ସମାନେ ମଧ୍ୟ ଏହାର ଅଭାବ ଯୋଗୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏଭଳି ସମୟରେ ମାସ୍କ କିମ୍ବା ସାନିଟାଇଜର୍‌ ପାଇ ନ ଥିବା ଆଶା କର୍ମୀଙ୍କ ଅବସ୍ଥା କ’ଣ ହେଉଥିବା ତାହା ଅନୁମେୟ। ଏହାକୁ ନେଇ ଅଲକା କହିଛନ୍ତି, ସେ ଓ ତାଙ୍କ ସହଯୋଗୀମାନେ ଯେଉଁ ବିପଦକୁ ସାମ୍ନା କରୁଛନ୍ତି, ସେଥିପାଇଁ ମାସିକ ୧,୦୦୦ ଟଙ୍କାର କ୍ଷତିପୂରଣ ବା ସହାୟତା ରାଶି ପର୍ଯ୍ୟାପ୍ତ ନୁହେଁ। ଜଣେ ଦିନ ମଜୁରିଆ ଭାବେ କାମ କଲେ ଏହାଠୁ ୧୦ ଗୁଣା ଅଧିକ ଅର୍ଥ ଉପାର୍ଜନ କରିପାରିବେ ବୋଲି ସେ କ୍ଷୋଭର ସହ କହିଛନ୍ତି। ସେହିପରି ୩୦ ଟଙ୍କାରେ ଆମେ କିପରି ଘର ଚଳାଇବୁ? ମୋତେ କରୋନା ଭାଇରସ୍‌ ସଂକ୍ରମଣ ହେଲେ କ’ଣ ହେବ? କିଏ ଆମର ଯନତ୍ ନେବ? ୩୦ ଟଙ୍କାରେ ମୋର ଚିକିତ୍ସା ହୋଇପାରିବ କି ବୋଲି ଅଲକା ପ୍ରଶ୍ନ କରିଛନ୍ତି। କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀମାନଙ୍କ ସହ ଯେପରି ବ୍ୟବହାର ଦେଖାଯାଉଛି ତାକୁ ନେଇ ମଧ୍ୟ ଅଲକା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ମହାରାଷ୍ଟ୍ର ନୁହେଁ, ହରିୟାଣା, ରାଜସ୍ଥାନ ଓ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?