ଜିଲା କଂଗ୍ରେସ ଓ ଭାଜପାର ଦାବି: ମୃତକଙ୍କ ପରିବାରକୁ ଦିଆଯାଉ ୧୦ ଲକ୍ଷ କ୍ଷତିପୂରଣ

ବ୍ରହ୍ମପୁର ଅଫିସ, ୧୦ା୨-ରଙ୍ଗେଇଲୁଣ୍ଡା ବ୍ଲକର ମେଣ୍ଢରାଜପୁର ନିକଟରେ ରାସ୍ତାରେ ଓହଳିଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ବସ୍‌ ଲାଗି ଜୀବନ୍ତ ଦଗ୍ଧ ହୋଇଥିବା ୯ ଜଣଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ଓ ଜଣଙ୍କୁ ଚାକିରି ଦେବା ପାଇଁ ଜିଲା କଂଗ୍ରେସ ଓ ଭାଜପା ପକ୍ଷରୁ ଦାବି ହୋଇଛି। ଏଥିସହ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଆଉ ୮ ଜଣଙ୍କ ସମସ୍ତ ଚିକିତ୍ସା ସରକାର ବହନ କରନ୍ତୁ ବୋଲି ଉଭୟ ଦଳ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ଆଉ ୯ ଜଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ ତାର ସଂସ୍ପର୍ଶରେ ବସ୍‌ ଆସିଯିବା ଘଟଣାର ନିରପେକ୍ଷ ତଦନ୍ତ ସହ ଏଥିପାଇଁ ଦାୟୀ ଇଞ୍ଜିନିୟର ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ମଧ୍ୟ ଦୁଇ ଦଳର ନେତାମାନେ ଦାବି କରିଛନ୍ତି ।
ଅର୍ଦ୍ଧ ଶତାବ୍ଦୀର ବ୍ରହ୍ମପୁର ମେଡିକାଲରେ ଟ୍ରମା ୟୁନିଟରେ ବିଶେଷଜ୍ଞ ଚିକିତ୍ସକ ଓ କର୍ମଚାରୀ ଅଭାବରୁ ଅଚଳାବସ୍ଥାରେ ରହିଛି। ସେଣ୍ଟ୍ରାଲ ଆଇସିୟୁ ବ୍ୟତୀତ ସବୁ ବିଭାଗରେ ଭେଣ୍ଟିଲେଟର ନ ଥିବା ବେଳେ ପୁରାତନ ବଡ଼ ଡ଼ାକ୍ତରଖାନାରେ ବର୍ନ ୱାର୍ଡ ନାହିଁ। ବଡ଼ ଡ଼ାକ୍ତରଖାନା ସ୍ବାସ୍ଥ୍ୟ ସମିତିର ମୁଖ୍ୟ ହେଉଛନ୍ତି ଆର୍‌ଡିସି । ତେଣୁ ଡାକ୍ତରଖାନା ଅବ୍ୟବସ୍ଥା ପ୍ରତିବାଦରେ ଜିଲା ଭାଜପା ପକ୍ଷରୁ ରବିବାର ଅପରାହ୍ନରେ ଆର୍‌ଡିସିଙ୍କ ଆବାସିକ ଅଫିସ ଆଗରେ ଗଣଧାରଣା ଦିଆଯାଇଥିଲା। ଧାରଣାରେ ସଭାପତି ବିଭୁତି ଜେନା, ବରିଷ୍ଠ ନେତା କାହ୍ନୁ ଚରଣ ପତି, ସ୍ବାସ୍ଥ୍ୟସେଲ ମୁଖ୍ୟ ରାମ କୁମାର ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ। ଉପରୋକ୍ତ ସମସ୍ୟା ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଆର୍‌ଡିସି ପ୍ରତିଶ୍ରୁତି ଦେବାରୁ ଧାରଣା ବନ୍ଦ କରାଯାଇଥିଲା ।
ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କହିଛନ୍ତି, ବିଦ୍ୟୁତ ପରିବଣ୍ଟନ ସଂସ୍ଥା ସାଉଥକୋର ଖାମଖିଆଲି କାର୍ଯ୍ୟ ଯୋଗୁ ଏଭଳି ଦୁଃଖଦ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଡ଼କ ଉପରେ ଓହଳିଥିବା କର୍ମଚାରୀ କିଭଳି ଜାଣିପାରିଲେନି ତାହା ରହସ୍ୟ ଘେରକୁ ଆସିଛି। ସମ୍ପୃକ୍ତ ଇଞ୍ଜିନିୟର ଓ କ୍ଷେତ୍ର କର୍ମଚାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ସହ ଦାବି ମୁତାବକ କ୍ଷତିପୂରଣ ଦିଆ ନ ଗଲେ କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ସାଉଥକୋ କର୍ପୋରେଟ ଅଫିସ ଆଗରେ ଲଗାତର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମହାନଗରର ସମସ୍ତ ପୁରୁଣା ବିଦ୍ୟୁତ ତାର ତୁରନ୍ତ ବଦଳାଇବା ପାଇଁ କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri