ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ ସହ ଅନ୍ୟାନ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗୁରୁବାର ଏକ ଜରୁରୀ ବୈଠକ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି। ଜିଲାରେ ଖରିଫ୍ ଋତୁରେ ମୁଖ୍ୟ ହେଉଛି ଧାନଚାଷ। ଏଠାରେ ଚାଷକାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ। ୪ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅର୍ଦ୍ଧାଧିକରେ ଧାନ ଚାଷ ହୋଇଥାଏ। ଜୁଲାଇ ମଧ୍ୟ ଭାଗ ସୁଦ୍ଧା ଜିଲାରେ ୨୨୦ ମି.ମି. ବର୍ଷା ହେବା କଥା। ହେଲେ ଯାଏ ମାତ୍ର ୭୦ ମି.ମିରେ ସୀମିତ ରହିଛି। ଧାନତଳି ସମୟ ଅତିକ୍ରାନ୍ତ ହୋଇଯାଇଛି। ଏହି ଅବସ୍ଥାରେ ପ୍ରଶାସନ ଚାଷୀଙ୍କ ନିକଟତର ହେବା ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସଅଳ କିସମ ଧାନଗୁଡିକର ବିହନ ପୁନର୍ବାର ସଂଗୃହୀତ ହେବ। ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ଆବଣ୍ଟନ ହେବ। ଅଣଧାନ ଫସଲ ଯଥା ମୁଗ, ବିରି, ଚିନାବାଦାମ ଆଦି ବିହନ ପର୍ଯ୍ୟାପ୍ତ ମାତ୍ରାରେ ଚାଷୀଙ୍କୁ ଯୋଗାଇ ଦିଆଯିବ। ଧନେଇ, ବାଘୁଆ, ହରଭଙ୍ଗୀ ଓ ଋଷିକୁଲ୍ୟା ପ୍ରକଳ୍ପ ଜଳକୁ ନିୟନ୍ତ୍ରିତ କରି ଚାଷ ଜମିରେ ଜଳସେଚିତ କରାଯିବ। ଏପରିି ପରିସ୍ଥିତିରେ ଚାଷୀ କଣ କରିବା ଉଚିତ୍ ତାର ଏକ ପ୍ରଚାର ପତ୍ର ଓଡିଆ ଭାଷାରେ ଲିପିବଦ୍ଧ ହୋଇ ଜିଲାରେ ବଣ୍ଟାଯିବ। କୃଷି ବିଭାଗ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରି ଚାଷୀମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ। ଉଦ୍ୟାନ, କୃଷି ବିଭାଗ ପକ୍ଷରୁ ଆକାଶବାଣୀ ମାଧ୍ୟମରେ ଚାଷୀ ମାନଙ୍କୁ ପରାମର୍ଶ ଦେବେ। ପ୍ରଧାନମନ୍ତ୍ରୀ କୃଷିବୀମାକୁ ବ୍ୟାପକ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅବଧି ଜୁଲାଇ ୩୧ ତାରିଖ ଥିବା ସ୍ଥଳେ ବୃଦ୍ଧି କରିବା ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ। ରାଜସ୍ବ ନିରୀକ୍ଷକ, ଗ୍ରାମ ସେବକ ଓ ବୀମା କମ୍ପାନୀର ଏଜେଣ୍ଟ ମିଳିତ ଭାବେ ଗ୍ରାମୱାରୀ ସ୍ବଳ୍ପ ବୃଷ୍ଟିର ସର୍ଭେ କରିବେ। ଏଥିରେ ଗ୍ରାମକୁ ଏକକ ଭାବେ ନିଆଯିବ। ଚାଷ ବ୍ୟାହତ ହେଲେ ସମ୍ପୃକ୍ତ ଚାଷୀ କିପରି ବୀମା ରାଶି ପାଇପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ଜିଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଋଣ ପାଇଁ ଚଳିତ ବର୍ଷ ୪୬୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସ୍ଥଳେ ଏହା ପୂରଣ ହୋଇପାରୁ ନ ଥିବାରୁ ଋଣ ମେଳା ଆୟୋଜନ କରି ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୧୬୬୨ ଉଠାଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯିବ। ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଆଇଏଏସ୍ ପ୍ରୋବେସନ କୀର୍ତ୍ତି ଭାସନ ଭି , ଡେପୁଟି କଲେକ୍ଟର ଦିବ୍ୟଲୋଚନ ମହନ୍ତ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗମ୍ବର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

୩ ଭରଣ ଭେଣ୍ଡି ପଦର ନଷ୍ଟ ଅଭିଯୋଗ
ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା କାଞ୍ଜିଆପଲ୍ଲୀରେ ପ୍ରାୟ ୩ ଭରଣ ଭେଣ୍ଡି ପଦରକୁ କୌଣସି ଦୁର୍ବୃତ୍ତ ନଷ୍ଟ କରିଥିବା ନେଇ ରଙ୍କନିଧି ଗୌଡ଼ ଶନିବାର ବୁଗୁଡ଼ା ଥାନାରେ...

ଯୁବକଙ୍କୁ ଗଳାକାଟି ହତ୍ୟା: ପୂର୍ବଶତ୍ରୁତା ସନ୍ଦେହ
ବ୍ରହ୍ମପୁର ଅଫିସ,୧୭।୬: ସଦର ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମ ନିକଟ ଏକ କେନାଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।...

୬ ଦିନ ଶଟ୍ଡାଉନ୍ ଛତ୍ରପୁର ଏନ୍ଏସି
ଛତ୍ରପୁର,୨୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି।...

ଚାଷଜମି ପମ୍ପ ହାଉସରୁ ପିତ୍ତଳ ମୂର୍ତ୍ତି ଉଦ୍ଧାର
ପାତ୍ରପୁର,୨୩ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ମୁକୁନ୍ଦପୁର ଗ୍ରାମର ଏକ ଜମିରେ ଥିବା ପମ୍ପ ହାଉସରୁ ମଙ୍ଗଳବାର ସନ୍ଧ୍ୟାର ଦେବଦେବୀଙ୍କ ପିତ୍ତଳ ମୂର୍ତ୍ତି, ଫଟୋ ଓ...

ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ
ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ...
ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର
ଖଲ୍ଲିକୋଟ,୨୨।୭(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ମଥୁରା ଓ ଭରସା ଗ୍ରାମ ମଧ୍ୟ ଭାଗରେ ଥିବା ଏକ ବ୍ରିଜ ତଳୁ ସୋମବାର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ...

ସମ୍ପର୍କୀୟ ଜୋଇଁ ନେଲା ଶ୍ୱଶୁର ଜୀବନ, ଜୋଇଁଙ୍କ ଥାନାରେ ଆତ୍ମସମର୍ପଣ
ହାତୀଓଟ/ପୋଲସରା,୧୦ା୧୦-ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବଣରାମଚନ୍ଦ୍ରପୁର (ଦଶମଇଲି) ନିକଟରେ ବୁଧବାର ମଧ୍ୟାହ୍ନରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛିି। ଗୋଚର ଜମିକୁ କେନ୍ଦ୍ର କରି...

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ
ଛତ୍ରପୁର,୨୦।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ...