ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ମହିଳା ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ଦେଢ଼ଶୂର ଓ ପୁତୁରା ପଞ୍ଚାୟତର ସମସ୍ତ କାର୍ଯ୍ୟ ବୁଝାଶୁଝା କରୁଛନ୍ତି। ଏପରି କି ତେନ୍ତୁଲିଆ ଛକ ଠାରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ରାସ୍ତା କଂକ୍ରିଟ ହୋଇଥିଲେ ମଧ୍ୟ ପୁଣି ସେଠାରେ ରାସ୍ତା କରିବା ଓ ଏକ ଭଲ ପୋଲ ଭାଙ୍ଗି ପୁନଃ ନିର୍ମାଣ ପାଇଁ ମସୁଧା କରାଯାଉଛି। ଜିଲା ଖଣିଜ ପାଣ୍ଠିରୁ ତିନୋଟି ପ୍ରୋଜେକ୍ଟ ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ଅବାଟରେ ଖର୍ଚ୍ଚ କରାଯାଉଥିବାରୁ ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀମାନେ ନିବେଦନ କରିଛନ୍ତି।
ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ, ତେନ୍ତୁଳି ଛକ ଠାରୁ ଟ୍ରାନ୍ସଫର୍ମର ପର୍ଯ୍ୟନ୍ତ ଥିବା ଭଲ ପୋଲକୁ ଭାଙ୍ଗି ଉକ୍ତ ସ୍ଥାନରେ ଅନ୍ୟ ଏକ ପୋଲ ନିର୍ମାଣ କରିବାକୁ ମସୁଧା ହେଉଛି। ପୋଲ ସାଇଟ୍ରେ ଲୁହା ପାଣି ପାଇପ୍କୁ ମେଶିନ୍ ଦ୍ୱାରା କାଟି ଦିଆଯାଇଛି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ। ସେ ଆସି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଲୋକଙ୍କ ମତାମତ ଲୋଡ଼ିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ହରିଜନ ସାହି, ଗୋଲାଘର ସାହି, ପୁରୁଣାଗ୍ରାମ ରାସ୍ତା, ଖଳିମୁଣ୍ଡା ରାସ୍ତା ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଜିଲାପାଳ ଘଟଣାରେ ହସ୍ତକ୍ଷେପ ନ କଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପାଣ୍ଡବ ସାହୁ, ଗଗନ ସାହୁ, ପୀତବାସ ସାହୁ, ଅଜୁ ବିଶ୍ୱାଳ, ପ୍ରଦୀପ ବେହେରା, ପୀତାମ୍ବର ସାହୁ, ଅଭୟ ସାହୁ, ଭଗବାନ ସାହୁ, ଭୁବନ ବେହେରା, ପ୍ରମୋଦ ପ୍ରଧାନ, ଟିକନ ପ୍ରଧାନ, ହାଡ଼ିବନ୍ଧୁ ନାଏକ, ରମେଶ ପ୍ରଧାନ, ବସନ୍ତ ନାଏକ, ମମତା ନାଏକ, ଜଗବନ୍ଧୁ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ସରପଞ୍ଚଙ୍କ ଦେଢ଼ଶୂର ସୁଶାନ୍ତ କୁମାର ସାହୁ କହିଛନ୍ତି, ଲୋକମାନେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଅଞ୍ଚଳକୁ ଆସିଥିବା ପୋଲ କାମ କରାଇ ନ ଦେବା ପାଇଁ କିଛି ବିରୋଧି ଗୋଷ୍ଠୀ ଷଡ଼ଯନ୍ତ୍ର କରି ଏଭଳି କାର୍ଯ୍ୟ କରୁଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

