ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫

ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମରେ ଗ୍ରେଡ୍‌ -ବିରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେ ଆଗକୁ ଆହୁରି ପଢ଼ିବାକୁ ଚାହଁୁଛନ୍ତି। ହେଲେ ପିଉସୀ ମା’ଙ୍କ ପାଖରେ ଏତେ ସାମର୍ଥ୍ୟ ନାହିଁ। ତେଣୁ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଥିବା ସମ୍ପୃକ୍ତା ଛାତ୍ରୀ ପ୍ରଶାସନର ସହାୟତା ଲୋଡ଼ିଛନ୍ତି।
ସମ୍ପକ୍ତା ଛାତ୍ରୀ ଜଣକ ହେଲେ ବଅଁରପାଳ ଥାନା ବୁଢ଼ାପଙ୍କ ତେନ୍ତୁଳିହତା ଅଞ୍ଚଳରେ ରହୁଥିବା ମମତା ନାଏକ। ତାଙ୍କ ପ୍ରକୃତ ଘର ତାଳଚେର ଅଞ୍ଚଳରେ। ବାପା ନିଲୁ ନାଏକ ଓ ମା ଟୁନି ନାଏକଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବାରୁ ୫ ବର୍ଷ ବୟସରୁ ମମତାଙ୍କୁ ପିଉସୀ କୌଶଲ୍ୟା ନାଏକ ଆଣି ନିଜ ପାଖରେ ରଖି ପଢ଼ାଉଛନ୍ତି। ଏବେ ମମତା ମାଟ୍ରିକ ପାସ କରିଥିବାରୁ କୌଶଲ୍ୟାଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ଆର୍ଥତ୍କ ଅବସ୍ଥା ଭଲ ନ ଥିବାରୁ ମମତାଙ୍କୁ କଲେଜରେ ପଢ଼ାଇବାକୁ ସେ ସମର୍ଥ ନୁହନ୍ତି। ହେଲେ ମମତା ଅଧିକ ପାଠ ପଢ଼ିବାକୁ ଚାହିଁୁଛନ୍ତି। ବଡ଼ ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି। ତେଣୁ ଜିଲା ପ୍ରଶାସନକୁ ମମତା ସହାୟତା ମାଗିଛନ୍ତି। ପ୍ରଶାସନ ତାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କଲେ ସେ ଜୀବନର ଲକ୍ଷ୍ୟ ପୂରଣରେ ସଫଳ ହେବେ ବୋଲି ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଜିଲାପାଳ ମହାନ୍ତି ମାଟ୍ରିକ୍‌ ସାର୍ଟିଫିକେଟ ଧରି ଆସିବା ପାଇଁ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ଏହାପରେ ପ୍ରଶାସନ ତାଙ୍କ କଥା ବିଚାର କରିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୀକୃତି ମିଳିଛି, ସୁବିଧା ମିଳୁନି

ଅନୁଗୋଳ ଅଫିସ, ୨୫।୨: ଶିଳ୍ପ ପାଇଁ ସମୃଦ୍ଧ ଅନୁଗୋଳ ସହରରେ ଥିବା ୨୭ ବସ୍ତି ମଧ୍ୟରୁ ୧୩ଟିକୁ ମିଳିଛି ସରକାରୀ ସ୍ବୀକୃତି। ଏସବୁ ବସ୍ତିରେ ରହିଛି ୨,୬୬୨...

ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ

ଖମାର,୧୮ା୩:  ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ...

ପିବିଡିଏରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ: ଜିଲାପାଳଙ୍କୁ ଜଣାଇଲେ କୃଷି ଅଧିକାରୀ

ପାଲଲହଡ଼ା, ୨୭ା୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ପାଉଡି ଭୂୟାଁ ଜନଜାତିଙ୍କ ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା...

ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ: ବଅଁରପାଳରେ ପ୍ରଭାବ

ବଅଁରପାଳ,୨୪।୭(ଡି.ଏନ୍‌.ଏ.): ମୃତଦେହ ବ୍ୟବଚ୍ଛେଦ, ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ...

ଆଖିଦୃଶିଆ ଉନ୍ନୟନ ହେଉ

ଅନୁଗୋଳ ଅଫିସ,୧୭ା୩: ପୌର ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଅନୁଗୋଳ ସହର। ଓ୍ବାର୍ଡର ଘର ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି ନଗରପାଳ ଓ କାଉନସିଲର ପ୍ରାର୍ଥୀ। ଏଥିସହ...

ଥଇଥାନ ନ କରି ଉଚ୍ଛେଦକୁ ନିନ୍ଦା

ତାଳଚେର, ୩୦ା୧୦(ନି.ପ୍ର.)- ତାଳଚେର ଭାଲୁଗାଡିଆ ଗ୍ରାମରେ ୪ଶହ ପରିବାର ବସବାସ କରୁଛନ୍ତି। ଗ୍ରାମର ୬୬୩.୫୪ ଏକର ଜମି ଅଧିଗ୍ରହଣ ନିମନ୍ତେ ୨୦୦୩ରେ ୪(୧) ନୋଟିସ ହୋଇଥିଲା।...

ସାମାଜିକ ଦୂରତାକୁ ବେଖାତିର: ୪ ଦୋକାନ ବନ୍ଦ କଲା ପୋଲିସ

ବଇଣ୍ଡା, ୨୧ା୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା ନ କରି ଜିନିଷ ବିକୁଥିବା ବେଳେ କିଶୋରନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି...

୩୩ ରିପୋର୍ଟ ନେଗେଟିଭ

ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି...

Advertisement
Archives

Model This Week