ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫

ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମରେ ଗ୍ରେଡ୍‌ -ବିରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେ ଆଗକୁ ଆହୁରି ପଢ଼ିବାକୁ ଚାହଁୁଛନ୍ତି। ହେଲେ ପିଉସୀ ମା’ଙ୍କ ପାଖରେ ଏତେ ସାମର୍ଥ୍ୟ ନାହିଁ। ତେଣୁ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଥିବା ସମ୍ପୃକ୍ତା ଛାତ୍ରୀ ପ୍ରଶାସନର ସହାୟତା ଲୋଡ଼ିଛନ୍ତି।
ସମ୍ପକ୍ତା ଛାତ୍ରୀ ଜଣକ ହେଲେ ବଅଁରପାଳ ଥାନା ବୁଢ଼ାପଙ୍କ ତେନ୍ତୁଳିହତା ଅଞ୍ଚଳରେ ରହୁଥିବା ମମତା ନାଏକ। ତାଙ୍କ ପ୍ରକୃତ ଘର ତାଳଚେର ଅଞ୍ଚଳରେ। ବାପା ନିଲୁ ନାଏକ ଓ ମା ଟୁନି ନାଏକଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବାରୁ ୫ ବର୍ଷ ବୟସରୁ ମମତାଙ୍କୁ ପିଉସୀ କୌଶଲ୍ୟା ନାଏକ ଆଣି ନିଜ ପାଖରେ ରଖି ପଢ଼ାଉଛନ୍ତି। ଏବେ ମମତା ମାଟ୍ରିକ ପାସ କରିଥିବାରୁ କୌଶଲ୍ୟାଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ଆର୍ଥତ୍କ ଅବସ୍ଥା ଭଲ ନ ଥିବାରୁ ମମତାଙ୍କୁ କଲେଜରେ ପଢ଼ାଇବାକୁ ସେ ସମର୍ଥ ନୁହନ୍ତି। ହେଲେ ମମତା ଅଧିକ ପାଠ ପଢ଼ିବାକୁ ଚାହିଁୁଛନ୍ତି। ବଡ଼ ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି। ତେଣୁ ଜିଲା ପ୍ରଶାସନକୁ ମମତା ସହାୟତା ମାଗିଛନ୍ତି। ପ୍ରଶାସନ ତାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କଲେ ସେ ଜୀବନର ଲକ୍ଷ୍ୟ ପୂରଣରେ ସଫଳ ହେବେ ବୋଲି ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଜିଲାପାଳ ମହାନ୍ତି ମାଟ୍ରିକ୍‌ ସାର୍ଟିଫିକେଟ ଧରି ଆସିବା ପାଇଁ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ଏହାପରେ ପ୍ରଶାସନ ତାଙ୍କ କଥା ବିଚାର କରିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri