ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ

ଅନୁଗୋଳ ଅଫିସ, ୨୮।୫

ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମରେ ଗ୍ରେଡ୍‌ -ବିରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେ ଆଗକୁ ଆହୁରି ପଢ଼ିବାକୁ ଚାହଁୁଛନ୍ତି। ହେଲେ ପିଉସୀ ମା’ଙ୍କ ପାଖରେ ଏତେ ସାମର୍ଥ୍ୟ ନାହିଁ। ତେଣୁ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଥିବା ସମ୍ପୃକ୍ତା ଛାତ୍ରୀ ପ୍ରଶାସନର ସହାୟତା ଲୋଡ଼ିଛନ୍ତି।
ସମ୍ପକ୍ତା ଛାତ୍ରୀ ଜଣକ ହେଲେ ବଅଁରପାଳ ଥାନା ବୁଢ଼ାପଙ୍କ ତେନ୍ତୁଳିହତା ଅଞ୍ଚଳରେ ରହୁଥିବା ମମତା ନାଏକ। ତାଙ୍କ ପ୍ରକୃତ ଘର ତାଳଚେର ଅଞ୍ଚଳରେ। ବାପା ନିଲୁ ନାଏକ ଓ ମା ଟୁନି ନାଏକଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବାରୁ ୫ ବର୍ଷ ବୟସରୁ ମମତାଙ୍କୁ ପିଉସୀ କୌଶଲ୍ୟା ନାଏକ ଆଣି ନିଜ ପାଖରେ ରଖି ପଢ଼ାଉଛନ୍ତି। ଏବେ ମମତା ମାଟ୍ରିକ ପାସ କରିଥିବାରୁ କୌଶଲ୍ୟାଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କ ଆର୍ଥତ୍କ ଅବସ୍ଥା ଭଲ ନ ଥିବାରୁ ମମତାଙ୍କୁ କଲେଜରେ ପଢ଼ାଇବାକୁ ସେ ସମର୍ଥ ନୁହନ୍ତି। ହେଲେ ମମତା ଅଧିକ ପାଠ ପଢ଼ିବାକୁ ଚାହିଁୁଛନ୍ତି। ବଡ଼ ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି। ତେଣୁ ଜିଲା ପ୍ରଶାସନକୁ ମମତା ସହାୟତା ମାଗିଛନ୍ତି। ପ୍ରଶାସନ ତାଙ୍କ ପାଠ ପଢ଼ିବାର ବ୍ୟବସ୍ଥା କଲେ ସେ ଜୀବନର ଲକ୍ଷ୍ୟ ପୂରଣରେ ସଫଳ ହେବେ ବୋଲି ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ଜିଲାପାଳ ମହାନ୍ତି ମାଟ୍ରିକ୍‌ ସାର୍ଟିଫିକେଟ ଧରି ଆସିବା ପାଇଁ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ଏହାପରେ ପ୍ରଶାସନ ତାଙ୍କ କଥା ବିଚାର କରିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri