ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନୁଗୋଳ ଜିଲାର କୁନ୍ଦନ କୁମାର ଏବଂ ଚିତ୍ତରଞ୍ଜନ ମହନ୍ତ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଉପଜିଲାପାଳ ବାସୁଦେବ ଶତପଥୀ, ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସମ୍ପାଦକ ଏସ୍‌ କେ ସଲାଉଜିନ୍‌, ସହ ସମ୍ପାଦକ ଦୁଶ୍ୟନ୍ତ କୁମାର ନାଥଙ୍କ ତତ୍ତ୍ବାବଧାନରେ ୨ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ। ଦୁଶ୍ୟନ୍ତ କୁମାର ନାଥ ଓ କୋଚ ପ୍ରଦୀପ କୁମାର ପ୍ରଧାନଙ୍କଠାରୁ ଉଭୟେ ପ୍ରଶିକ୍ଷଣ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଝୁଲୁଛି ‘ସୌଭାଗ୍ୟ’

ବଇଣ୍ଡା, ୧୨ା୭(ଡି.ଏନ.ଏ.) ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ୩୦ ପରିବାର। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି।...

ମିଳୁନି ଟୋକନ

ପଞ୍ଜୀକୃତ ଚାଷୀଙ୍କୁ ଟୋକନ ପ୍ରଦାନରେ ଅବ୍ୟବସ୍ଥା ଯୋଗୁ ଅନୁଗୋଳ ଜିଲାରେ ଧିମେଇଛି ଧାନକିଣା। ମଣ୍ଡି ଖୋଲିବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାର୍ଯ୍ୟଲକ୍ଷ୍ୟର...

କୁମ୍ଭାରିଆ, ବାଉରି ସେତୁ ଉଦ୍‌ଘାଟିତ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କମ୍ପସଲା ଓ ଜେରେଙ୍ଗ ଦେହୁରୀସାହିଠାରେ ମଙ୍ଗଳବାର ଦୁଇଟି ସେତୁ ଉଦ୍‌ଘାଟିତ ହୋଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର...

କୁକୁଡ଼ା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ: ବିପୁଳ ପରିମାଣର ମଦ ଜବତ, ଜଣେ ଅଟକ

ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲା ଜରାସିଂହା ଗ୍ରାମରେ ରବିବାର ସନ୍ଧ୍ୟାରେ ସ୍ପେଶାଲ ସ୍କାର୍ଡ ପୋଲିସ ଚଢ଼ାଉକରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ...

ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା

ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର...

ବୋହି ହେଉନି ଗ୍ୟାସ ବୋଝ

ଅନୁଗୋଳ ଅଫିସ,୮ା୭ ତୈଳ ଦର ଆକାଶଛୁଅଁା। ପେଟ୍ରୋଲ ଲିଟର ଶହେ ଟଙ୍କା ଉପରେ। ଡିଜେଲ ଶତକ ପାଖାପାଖି। ଖାଇବା ତେଲ ୨ଶହରୁ ତଳକୁ ଖସୁନି। ଅନ୍ୟ...

ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଅନୁଗୋଳ ସହର,୨।୩ (ଡି.ଏନ.ଏ.)  ଅନୁଗୋଳ ସହର ସଭାଘର ସମ୍ମୁଖ ତଥା ଷ୍ଟାଡିୟମ ନିକଟରେ ଥିବା ଗୋପବନ୍ଧୁ ପାର୍କକୁ ନେଇ ଏବେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ପାର୍କରେ...

ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୫ ଗୁରୁତର

ବଇଣ୍ଡା,୨୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ...

Advertisement
Archives

Model This Week