ଜମି ଦେବା ନାଁରେ ୭୮ ଲକ୍ଷ ଠକେଇ: ବିଲ୍‌ଡର ଗିରଫ

ମଙ୍ଗୁଳି,୧୫ା୭(ଡି.ଏନ୍‌.ଏ.): ଏକାଧିକ ସ୍ଥାନରେ ଜମି ଦେବାକୁ ପ୍ରତିଶ୍ରୁତି ଦେଇ ୭୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପ୍ରଶାନ୍ତ ବେହେରା ନାମକ ଜଣେ ବିଲ୍‌ଡରଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ତାଙ୍କ ଘର ଗଞ୍ଜାମ ଥାନା କାଇଞ୍ଚପୁର ଗ୍ରାମରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜ ଥାନା ଅଧୀନ ମହାନଦୀ ବିହାରରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାନ୍ତ ଜୟ ମାତାଦି କନଷ୍ଟ୍ରକ୍ସନ ଆଣ୍ଡ୍‌ ଡେଭଲପର ପ୍ରାଃ. ଲିମିଟେଡ ନାମକ ବିଲ୍‌ଡ୍‌ର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ। ସେ ଶିଖରପୁର ଉପରସାହି ଅଞ୍ଚଳର ଅଶେଷ ସେଠୀ ନାମକ ବ୍ୟକ୍ତିଙ୍କୁ ଜମି ଯୋଗାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ। ସେହିପରି ଜମି ଯୋଗାଇ ଦେବା ପାଇଁ ମଧ୍ୟ ଅଶେଷଙ୍କ ମାର୍ଫତରେ ତାଙ୍କର ଜଣେ ବନ୍ଧୁଙ୍କଠାରୁ ୫୮ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରଶାନ୍ତ ସେମାନଙ୍କୁ ଜମି ଦେଇ ନଥିଲେ। ଫଳରେ ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ସେମାନଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ୫୦ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍‌ ଚେକ୍‌ ପ୍ରଦାନ କରାଯାଇଥିଲା। ହେଲେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଏ ସମ୍ପର୍କରେ ପ୍ରଶାନ୍ତଙ୍କୁ ପଚାରିଥିଲେ। ପରେ ପ୍ରଶାନ୍ତ ଉକ୍ତ ବ୍ୟାଙ୍କର ଅନ୍ୟଏକ ଆକାଉଣ୍ଟ ନମ୍ବରରେ ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ପୁନଶ୍ଚ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଅଶେଷ ଓ ତାଙ୍କ ବନ୍ଧୁ ଠକାମିର ଶିକାର ହୋଇଥିବା ଜାଣିପାରି ଚେକ୍‌ ବାଉନ୍ସକୁ ନେଇ କଟକ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାନ୍ତଙ୍କୁ ଜଗତ୍‌ପୁର ପୋଲିସ ଗିରଫ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୯୮/୨୨) ରୁଜୁ ହୋଇଛି। ସେହିପରି ଠକାମିର ଶିକାର ହୋଇଥିବା ଅନ୍ୟ କେତେଜଣ ବ୍ୟକ୍ତି ପ୍ରଶାନ୍ତଙ୍କ ନଁାରେ ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି

ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...

ଏନ୍‌ଆର୍‌ଏଲ୍‌ ଜମି ଅଧିଗ୍ରହଣରେ ଭିନ୍ନତା

ପାରାଦୀପ,୬ା୭(ସ୍ବ.ପ୍ର.): ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି (ଏସ୍‌ଆଇପିସି) ଯୋଜନାରେ ପାରାଦୀପ ବନ୍ଦର ଜାଗାରେ ୪ଟି ନୂତନ ପ୍ରକଳ୍ପ ନିର୍ମାଣ ଚାଲିଛି। ସେଗୁଡିକ ହେଲା ଏନ୍‌ଆର୍‌ଏଲ (ନୁମାଲିଗଡ...

ପ୍ରବଳ ବର୍ଷା ସହ କୁଆପଥର ମାଡ଼

ଦାମନଯୋଡ଼ି,୩ା୪: କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଶନିବାର ଅପରାହ୍ନ ୪ଟାରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ସକାଳୁ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଗୁଳୁଗୁଳି...

ଜିଲାରେ ସ୍ବାସ୍ଥ୍ୟସେବା ଅନୁଧ୍ୟାନ କଲେ ୫ ଜଣିଆ ଟିମ୍‌

ଅନୁଗୋଳ ଅଫିସ, ୨୩।୮-ଜାତୀୟ ସ୍ବାସ୍ଥ୍ୟ ମିଶନର ଏକ ୫ ଜଣିଆ ଟିମ୍‌ ଗୁରୁବାର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଜିଲାର ଅନ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର...

ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼...

ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ...

ଚାଷୀଙ୍କ ସହ ମିଶି ଧାନତଳି ରୋଇଲେ ବିଧାୟକ

ଖଇରା,୨୪।୮(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜର ନିଆରା ଢଙ୍ଗର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ...

CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯

ଭଦ୍ରକ ଅଫିସ,୨୮।୪: ରାଜ୍ୟରେ ମଙ୍ଗଳବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

Advertisement
Archives

Model This Week