Posted inଖେଳ

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୪୬ ରନ କରିଥିବା ବେଳେ ଭାରତକୁ ୧୪୬ ରନରେ ସୀମିତ ରଖି ସିରିଜକୁ ଫେରିଛି ଦଳ। ମାତ୍ର ୨୪ ରନ୍‌ ବ୍ୟୟରେ ୬ ଉଇକେଟ ନେଇ ଦ୍ରୁତ ବୋଲର ରିସି ଟୋପ୍‌ଲେ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଭାରତର ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ବେଳେ ଜାଡେଜା ଓ ପାଣ୍ଡ୍ୟା ୨୯ ରନ ଲେଖାଏ ସ୍କୋର କରିଥିଲେ। ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜାସନ ରୟ(୨୩) ଓ ଜନି ବେୟାରଷ୍ଟୋ(୩୮) ପ୍ରଥମ ଉଇକେଟରେ ୪୧ ରନ୍‌ ଯୋଗ କରିଥିଲେ। ରୟଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ କରିବା ପରେ ଚହଲଙ୍କ ସ୍ପିନ୍‌ ଯାଦୁ ଇଂଲଣ୍ଡ ପାଇଁ କାଳ ସାଜିଥିଲା। ଜୋ ରୁଟ୍‌(୧୧) ଓ ବେନ୍‌ ଷ୍ଟୋକ୍ସ(୨୧)ଙ୍କ ଉଇକେଟ ନେଇ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଚହଲ। ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌(୩୩) ଏବଂ ମୋଇନ୍‌ ଅଲୀ(୪୭) ଇନିଂସ ସଜାଡିଥିଲେ। ନିମ୍ନକ୍ରମରେ ଡେଭିଡ୍‌ ଓ୍ବିଲି (୪୧)ଙ୍କୁ ସାଥି କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ ମୋଇନ୍‌ ଅଲୀ। ଇଂଲଣ୍ଡର ଟପ୍‌ ସ୍କୋରର ରହିଥିବା ମୋଇନ୍‌ ଅଲୀ ୬୪ ବଲ୍‌ରୁ ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪୭ ରନ ବ୍ୟୟରେ ୪ଟି ଉଇକେଟ ନେଇଥିଲେ। ପାଣ୍ଡ୍ୟା ଓ ବୁମରା ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
୨୪୭ ରନର ଲକ୍ଷ୍ୟ ଭାରତ ପାଇଁ ସହଜ ରହିବ ବୋଲି ଆଶା କରାଯାଉଥିଲା। ମାତ୍ର ଟପ୍‌ ଅର୍ଡର ବିପର୍ଯ୍ୟୟ ସହିତ ମ୍ୟାଚ ଇଂଲଣ୍ଡ ହାତକୁ ଟେକି ଦେଇଥିଲେ ବ୍ୟାଟ୍ସମ୍ୟାନ୍‌। ରୋହିତ ଶର୍ମା(୦), ଶିଖର ଧାଓ୍ବନ(୯), ବିରାଟ କୋହଲି(୧୬) ଓ ରିଷଭ ପନ୍ତ(୦) ବିଫଳ ହେବା ସହିତ ମାତ୍ର ୩୧ ରନରେ ୪ ଉଇକେଟ ହରାଇଥିଲା ଭାରତ। ସୂର୍ଯ୍ୟକୁମାର ଯାଦବ(୨୭) ଓ ହାର୍ଦ୍ଦିକ ପାଣ୍ଡ୍ୟା(୨୯) ଇନିଂସ ସମ୍ଭାଳିବାକୁ ଉଦ୍ୟମ କରିବା ସହିତ ୪୨ ରନର ପାର୍ଟନରଶିପ୍‌ କରିଥିଲେ। ଯାଦବଙ୍କ ଉଇକେଟ ପତନ ପରେ ଦଳୀୟ ସ୍କୋର ୧୦୧ ଥିବାବେଳେ ପ୍ୟାଭିଲିୟନ ଫେରିଥିଲେ ପାଣ୍ଡ୍ୟା। ଶେଷ ଆଡକୁ ରବୀନ୍ଦ୍ର ଜାଡେଜା(୨୯) ଓ ମହମ୍ମଦ ଶାମି(୨୩) କିଛି ବଡ ଶଟ୍‌ ମାନ ଖେଳିଥିଲେ। ୩୮.୫ ଓଭରରେ ଭାରତ ସମସ୍ତ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। ଟୋପ୍‌ଲେଙ୍କ ବ୍ୟତୀତ ମୋଇନ୍‌ ଅଲୀ, ଲିଭିଙ୍ଗଷ୍ଟୋନ, କାର୍ସେ ଓ ଡେଭିଡ୍‌ ଓ୍ବିଲି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?