Posted inଜାତୀୟ

ବିବାଦରେ ଅସଂସଦୀୟ ଶବ୍ଦାବଳୀ

ନୂଆଦିଲ୍ଲୀ,୧୫ା୭:ଜୁମ୍‌ଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର୍‌, ଛଳନାକାରୀ, ନିକମ୍ମା, ଦୋହରା ଚରିତ୍ର, ଡିଣ୍ଡିମ ପିଟିବା, କାଲ ସରକାର ଇତ୍ୟାଦି ଇତ୍ୟାଦି। ପାର୍ଲାମେଣ୍ଟରେ ଗୃହକାର୍ଯ୍ୟ ଚାଲିଥିବାବେଳେ ସଦସ୍ୟମାନେ ବେଳେବେଳେ ଏପରି ଶବ୍ଦ ବା ବାକ୍ୟ ବ୍ୟବହାର କରିଥାଆନ୍ତି, ଯାହାକୁ ପରେ ସଦନର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ରେକର୍ଡରୁ ହଟାଇ ଦିଆଯାଇଥାଏ। ଲୋକ ସଭା ସଚିବାଳୟ ପକ୍ଷରୁ ଏଭଳି କେତେକ ଶବ୍ଦକୁ ଅସଂସଦୀୟ ଦର୍ଶାଯାଇ ସେଗୁଡ଼ିକୁ ବ୍ୟବହାର ନ କରିବାକୁ କୁହାଯାଇଛି। ଏନେଇ ଏକ ନୂଆ ପୁସ୍ତିକା ମଧ୍ୟ ଜାରି କରାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କୌଣସି ଶବ୍ଦ ଉପରେ କଟକଣା ଜାରି କରାଯାଇ ନ ଥିବା ସଫେଇ ଦେଇଛନ୍ତି।
ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହେବ। ଏହା ପୂର୍ବରୁ ଉଭୟ ଉଚ୍ଚ ଓ ନିମ୍ନ ସଦନରେ ବିତର୍କ ବେଳେ ସଦସ୍ୟମାନେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବେ ନାହିଁ ବୋଲି ବୁଧବାର ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଜାରି ଏକ ବୁକ୍‌ଲେଟ୍‌ରେ କୁହାଯାଇଛି। ଯଦି କୌଣସି ଏମ୍‌ପି ଏଭଳି ଶବ୍ଦ ବା ଅଭିବ୍ୟକ୍ତି ବ୍ୟବହାର କରନ୍ତି ତେବେ ସେଗୁଡ଼ିକୁ ସଂସଦୀୟ କାର୍ଯ୍ୟପ୍ରଣାଳୀରୁ ହଟାଇ ଦିଆଯିବ। ୨୦୨୧ରେ ବିଭିନ୍ନ ରାଜ୍ୟର ବ୍ୟବସ୍ଥାପକ ସଂସ୍ଥା ଏବଂ ୨୦୨୦ରେ କମନଓ୍ବେଲ୍‌ଥ ପାର୍ଲାମେଣ୍ଟଗୁଡ଼ିକରେ ଅସଂସଦୀୟ ଘୋଷିତ ଶବ୍ଦାବଳୀକୁ ଭବିଷ୍ୟତ ସନ୍ଦର୍ଭ ପାଇଁ ଉକ୍ତ ବୁକ୍‌ଲେଟରେ ସନ୍ନିବେଶିତ କରାଯାଇଛି। ତେବେ ରାଜ୍ୟ ସଭା ଅଧ୍ୟକ୍ଷ ଓ ଲୋକ ସଭା ବାଚସ୍ପତି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଏଥିରେ କୁହାଯାଇଛି। ତେବେ ବିରୋଧୀ ଦଳଗୁଡ଼ିକ ଗୁରୁବାର ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଭାଜପା ଦେଶକୁ କିପରି ଧ୍ୱଂସ କରୁଛି ତାହା ବର୍ଣ୍ଣନା ପାଇଁ ସେମାନେ ବ୍ୟବହାର କରୁଥିବା ସମସ୍ତ ଶବ୍ଦକୁ ଅସଂସଦୀୟ ଦର୍ଶାଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଫଳରେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ଏହା ଏକ ପ୍ରସ୍ତାବ କିମ୍ବା ନିର୍ଦ୍ଦେଶନାମା ନୁହେଁ, ବରଂ ପୂର୍ବରୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକର ଅଧ୍ୟକ୍ଷ ଏଭଳି ଶବ୍ଦଗୁଡ଼ିକୁ ହଟାଇଦେଇଥିବା କୁହାଯାଇଛି। ଏପରି କି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ମଧ୍ୟ ଏଭଳି ଶବ୍ଦଗୁଡ଼ିକୁ ଅସଂସଦୀୟ ବିବେଚନା କରାଯାଉଥିଲା। ଗତବର୍ଷ ଉକ୍ତ ତାଲିକାରେ ୬୨ ନୂଆ ଶବ୍ଦ ଯୋଡ଼ାଯାଇଥିବା କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି। ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, କୌଣସି ଶବ୍ଦ ଉପରେ କଟକଣା ଜାରି କରାଯାଇ ନାହିଁ। ସଦସ୍ୟମାନେ ଗୃହର ମର୍ଯ୍ୟାଦା ପ୍ରତି ଧ୍ୟାନଦେବା ଉଚିତ। ଏହି ତାଲିକା ହେଉଛି ଅତୀତରେ ରେକର୍ଡରୁ ହଟାଯାଇଥିବା କେତେକ ଶବ୍ଦର ସଙ୍କଳନ। ବିରୋଧୀ ଦଳଗୁଡ଼ିକ ଏହି ୧,୧୦୦ ପୃଷ୍ଠା ସମ୍ବଳିତ ଶବ୍ଦକୋଷକୁ ପଢ଼ିଛନ୍ତି କି? ଯଦି ପଢ଼ିଥାଆନ୍ତେ ତେବେ ବିଭ୍ରାନ୍ତି ମଧ୍ୟରେ ରହି ନ ଥାଆନ୍ତେ। ୧୯୫୪, ୧୯୮୬, ୧୯୯୨, ୧୯୯୯, ୨୦୦୪, ୨୦୦୯, ୨୦୧୦ରେ ମଧ୍ୟ ଏପରି ବୁକ୍‌ଲେଟ୍‌ ଜାରି କରାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ପ୍ରକାଶ ଯେ, ଲୋକ ସଭାରେ କାର୍ଯ୍ୟ ପ୍ରକ୍ରିୟା ଓ ଆଚରଣ ନିୟମ ୩୮୦ ଅନୁସାରେ ବିତର୍କ ବେଳେ ଅସଂସଦୀୟ, ଅପମାନଜନକ, ଅଭଦ୍ର ବା ଅସମ୍ବେଦନଶୀଳ ଶବ୍ଦ ବ୍ୟବହାର କରାଯାଇଥିବା ବାଚସ୍ପତି ମନେକଲେ ସେ ତାକୁ ଗୃହକାର୍ଯ୍ୟରୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?