ଜଙ୍ଗଲ ଜମିରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ: ଅମଳ ପାଇଁ ଗଞ୍ଜେଇପଦାରେ ଟଣାହେଲାଣି ତମ୍ବୁ

ବଇଣ୍ଡା,୨୬ା୧୨(ପରିକ୍ଷିତ ସାହୁ) – ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଇଲାକାର ଅନେକ ସରକାରୀ ଜଙ୍ଗଲ ଜମିରେ ବେଆଇନ ଭାବେ କରାଯାଇଛି ଗଞ୍ଜେଇ ଚାଷ। ପ୍ରତିବର୍ଷ ବନ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଛସବୁ କାଟି ନଷ୍ଟ କରାଯାଉଥିଲେ ବି ଚାଷ ପରିମାଣ ହ୍ରାସ ପାଉନାହିଁ। ଗତ ୫ ବର୍ଷ ମଧ୍ୟରେ ଏଠାରୁ ୨ କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୩୬ ଚାଷୀଙ୍କୁ ଗିରଫ କରାଯିବା ସହ ୪୮ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। କିନ୍ତୁ ଭଲ ଲାଭ ମିଳୁଥିବାରୁ ଏହି ଚାଷରୁ ସମ୍ପୃକ୍ତ ଚାଷୀମାନେ ବିମୁଖ ହେଉ ନ ଥିବା ବେଳେ ବନ ବିଭାଗ ଓ ପୋଲିସର ଢିଲା ପାଟ୍ରୋଲିଂ ଏଥିରେ ସହାୟକ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏବେ ଅମଳ ସମୟ ହୋଇଯାଇଥିବାରୁ ଅନେକ ଚାଷୀ ଗଞ୍ଜେଇ ପଦାରେ ତମ୍ବୁ ଟାଣିସାରିଥିବା କେତେକ ଗ୍ରାମବାସୀ କହିଛନ୍ତି।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ସରକାରୀ ଜଙ୍ଗଲ ଜମିକୁ ଗଞ୍ଜେଇ ଚାଷୀ ଓ ଏହାର ବ୍ୟବସାୟୀମାନେ ଦୀର୍ଘବର୍ଷ ହେବ ଟାର୍ଗେଟ କରି ଆସୁଛନ୍ତି। ବିଶେଷକରି ହଣ୍ଡପା ଥାନାର ମାମୁରିଝରଣ, ଉଡଲ, ହଗିରିନାଳ, ଟକବା, ମଧପୁର, ଜୟଗଡ, କୁଣ୍ଡଳୀ, ଉଞ୍ଚବାଲି, ପୁରୁଣାପାଣି, ଭାଜନପାଳ, ହିଞ୍ଜିରିଡା, ଗୁଣ୍ଡୁରୀଝରଣ, ବାଲିଆମ୍ବ, ଚାରଖମଣ, ଠାକୁରଗଡ ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀପୁରୁ, ଘଟି ଟେଣ୍ଟୁଲୀ, ରାଇନାଳି, କଂସାବ, କୋରାବ, ଝାଟିକିବାହାଳ, ଖଳିତଇଲା, ବିପ୍ରତିଥି ଆଦି ଅଞ୍ଚଳର ଜଙ୍ଗଲିଆ ସରକାରୀ ଜମିରେ ଏହି ଚାଷ ବହୁମାତ୍ରାରେ କରାଯାଉଥିବା ଅଭିଯୋଗ ହେଉଛି। ଘଞ୍ଚ ଜଙ୍ଗଲ ତଥା ଅପହଞ୍ଚ ଇଲାକା ଯୋଗୁ ଏହା ଚାଷୀମାନଙ୍କୁ ସୁହାଉଛି। ଅଗଷ୍ଟ ମାସରେ ଚାରା ରୋପଣ କରାଯାଇ ଥିବାବେଳେ ଏବେ ତାହା ପାକଳ ହେବାକୁ ବସିଲାଣି। ୨୦୧୪ରେ ଏହି ଦୁଇ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୫୨ଲକ୍ଷ ୧୦ ହଜାର ଗଛ ନଷ୍ଟ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯିବା ସହ ୩୧ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୨୦୧୫ରେ ୫୯ ଲକ୍ଷ ୨୦ ହଜାର ୭ ଶହ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ରେ ୬୦ ଲକ୍ଷ ୩୦ ହଜାର ଗଛ ନଷ୍ଟ କରାଯିବା ସହ ୧୨ ଜଣଙ୍କୁ ଗିରଫ ଓ ୧୭ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ୨୦୧୭ରେ ୩୦ ଲକ୍ଷ ୬ହଜାର ଗଛ ନଷ୍ଟ କରାଯିବା ସହ ୩ ଜଣଙ୍କୁ ଗଞ୍ଜେଇ ଚାଷ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୧୮ରେ ୨୦ ଲକ୍ଷ ୫୯ ହଜାର ଗଛ ନଷ୍ଟ କରାଯାଇ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଛ ନଷ୍ଟ ସହ ଗିରଫ କରାଯାଉଥିଲେ ମଧ୍ୟ ଚାଷୀ ଓ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗଞ୍ଜେଇ ଚାଷରେ ଭଲ ଲାଭ ମିଳୁଥିବା ଯୋଗୁ ଏପରି ବେଆଇନ ଚାଷକୁ ଲୋକେ ସହଜରେ ଛାଡ଼ି ପାରୁନାହାନ୍ତି। ବିଶେଷକରି ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟ ବାହାର ଅଞ୍ଚଳରୁ ଗଞ୍ଜେଇ ବ୍ୟବସାୟୀମାନେ ଆସି ଅଞ୍ଚଳର କେତେଜଣ ଗଞ୍ଜେଇ ଚାଷୀଙ୍କୁ ସାର ବିହନ ପାଇଁ ମୋଟା ଅଙ୍କର ଅର୍ଥ ଦେଇ ଯାଉଛନ୍ତି। ଏହାପରେ ଅମଳ ସମୟରେ ଆସି ତାହାକୁ ଟ୍ରେନ୍‌ ମାଧ୍ୟମରେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଘଞ୍ଚ ଜଙ୍ଗଲ ସହ ମାଓବାଦୀ ଚଳପ୍ରଚଳ ଓ ହାତୀ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ଏଠାରେ ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉ ନାହିଁ। ଫଳରେ ନିରାପଦରେ ଏସବୁ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି। କିଛିମାସ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବାରୁ ଏହି ଚାଷ ବନ୍ଦ ହୋଇପାରୁନାହଁି ବୋଲି କେତେଜଣ ଗ୍ରାମବାସୀ ନାମ ଗୋପନ ରଖି କହିଛନ୍ତି। ଅମଳ ସମୟ ପାଖେଇ ଆସୁଥିବା ଯୋଗୁ ଅନେକ ଗଞ୍ଜେଇ ପଦାରେ ଏହି ଚାଷୀମାନେ ତମ୍ବୁଟାଣି ରାତ୍ରିଯାପନ କରୁଥିବା ଜଣାପଡ଼ିଛି। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ଆଠମଲ୍ଲିକ ଅବକାରୀ ବିଭାଗ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ଗଞ୍ଜେଇ ଚାଷ ନେଇ ସୂଚନା ପାଇଲେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ନଷ୍ଟ କରାଯାଉଛି। ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା କହିଛନ୍ତି, ଯେଉଁ ଜଙ୍ଗଲରେ ଚାଷ ହୋଇଥିବା ଜାଣିଥିଲୁ ସେଠାରେ ଗଛ ଗୁଡ଼ିକ ଛୋଟ ଛୋଟ ଥିବାବେଳେ କାଟି ନଷ୍ଟ କରି ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ବଇଣ୍ଡା,୨୭ା୧୧ (ପରିକ୍ଷିତ ସାହୁ): ପ୍ରାଣୀ ସମ୍ପଦର ବିକାଶ ଦିଗରେ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ଚାଷୀଙ୍କୁ ଅଧିକରୁ...

ବସ୍‌ ଚକା ପଙ୍କଚର ହେବାରୁ ଓହ୍ଲାଇପଡ଼ିଲେ ଯାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୩ ଜୀବନ

ଅନୁଗୋଳ,୧୭ା୧୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା କିଶୋରନଗର ବରଗାପାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ୩ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।...

ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ

ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା...

ନବଜାତ ଶିଶୁକନ୍ୟାଙ୍କୁ ଝୁଣି ଖାଇଗଲା ବୁଲାକୁକୁର

ଭୁବନେଶ୍ୱର,୧୨।୧୧: ଅନୁଗୋଳ ଜିଲା ଶରଧାପୁର ପଞ୍ଚାୟତ ରାସ୍ତାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନବଜାତ ଶିଶୁକନ୍ୟାଙ୍କୁ ବୁଲା କୁକୁର ଝୁଣି ଖାଇଥିବା ଜଣାପଡିଛି।...

୩୬ ଘଣ୍ଟା ପଡ଼ିରହିଲା ମୃତଦେହ

ଛେଣ୍ଡିପଦା,୮।୧୧(ଅଜିତ ଧଳ): ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ଦୁର୍ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ପୋଲିସ ଜାଣି ନ ପାରିବାରୁ...

ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ,୨ା୧୧(ସନ୍ତୋଷ କୁମାର ପ୍ରଧାନ) ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧୫ରୁ ଖୋଲିବ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟର ବାଲୁକା ଟେଣ୍ଟ। ଏ ନେଇ ସାତକୋଶିଆ ସ୍ୟାଣ୍ଡ...

ଆଜିଠୁ ମା’ ଲକ୍ଷ୍ମୀଙ୍କୁ ଆରାଧନା

ଅନୁଗୋଳ,୨୮ା୧୦(ଅମିତ କୁମାର ସାମଲ): ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ଅନୁଗୋଳରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାରଠାରୁ ମା’ଙ୍କ ଆରାଧନା ଆରମ୍ଭ ହେବାକୁ ଥିବାରୁ ସହର...

୬ ମାସ ପରେ ରାସ୍ତା ଫାଟି ଆଁ

ବଇଣ୍ଡା,୨୩ା୧୦ (ପରିକ୍ଷିତ ସାହୁ): ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନାହିଁ। ହେଲେ ଫାଟି ଅଁା କଲାଣି ନିର୍ମାଣ ହୋଇଥିବା ନୂଆ ରାସ୍ତା। ଅନୁଗୋଳ ଜିଲା ଦେଇ ଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri