ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଜିଲା ପୋଲିସ ବିଭାଗରେ ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତେବେ ଛେଣ୍ଡିପଦା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ ପୋଲିସ ବିଭାଗ ମଧ୍ୟରେ ସୁସମନ୍ବୟ ରକ୍ଷା କରି ଉପଯୁକ୍ତ ଆଇନ ସେବା ଯୋଗାଇଦେବେ ବୋଲି ସେ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ ଏହା ପୂର୍ବରୁ ଫୁଲବାଣୀ ଜିଲାରେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ ଆସିବା ପରେ ଏହି ଥାନାର ଆଇଆଇସି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଏଠାରେ କାର୍ଯ୍ୟରତ ଥିବା ଇନସ୍ପେକ୍ଟର ପ୍ରିୟବ୍ରତ ଦାସଙ୍କ ଆଠମଲ୍ଲିକ ଥାନାକୁ ବଦଳି ହୋଇଛି। ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?