ଚିଲିକାରେ ଡଲଫିନ୍‌ ଗଣନା ଆଜି, ଗଠନ ହୋଇଛି ୧୮ ଦଳ

ବାଲୁଗାଁ,୧୯ା୧(ଡି.ଏନ୍‌.ଏ.): ସମଗ୍ର ଚିଲିକାରେ ରବିବାର ବିରଳ ‘ଇରାଓ୍ବାଡି’ ପ୍ରଜାତିର ଡଲଫିନ୍‌ ଗଣନା କରାଯିବ। ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ସିଡିଏର ମିଳିତ ଆନୁକୂଲ୍ୟରେ ଏହି ଗଣନା କାର୍ଯ୍ୟ ହେଉଛି। ଏଥିପାଇଁ ବିଭାଗ ପକ୍ଷରୁ ଶନିବାର ବାଲୁଗାଁ ନିକଟ ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣା କେନ୍ଦ୍ରଠାରେ ଗଣନାକାରୀଙ୍କୁ ସବିଶେଷ ତାଲିମ ଦିଆଯାଇଛି। ଗଣନା ପାଇଁ ମୋଟ ୧୮ଟି ଦଳ ଗଠନ କରାଯାଇଛି। ପ୍ରତି ଦଳରେ ୪ଜଣ ଲେଖାଏ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ରହିବେ। ୧୮ଟି ଡଙ୍ଗା ସମେତ ସମସ୍ତ ଦଳକୁ ଜିପିଏସ୍‌, ବାଇନାକୁଲାର, ଓ୍ବାକିଟକି ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି ବୋଲି ବନ୍ୟପ୍ରାଣୀ ବିଭାଗୀୟ ଡିଏଫ୍‌ଓ ଆଲୋକ କୁମାର ହୋତା ସୂଚନା ଦେଇଛନ୍ତି। ରବିବାର ଭୋର୍‌ ୬ଟାରୁ ୧୨ଟା ମଧ୍ୟରେ ଏହି ଗଣନା ହେବ। ଡଲଫିନ୍‌ ଚଳପ୍ରଚଳ ଅଞ୍ଚଳରେ ଡଙ୍ଗା ସରଳରେଖାରେ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଦୃଷ୍ଟିଗୋଚର ଡଲଫିନ୍‌ଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ସମଗ୍ର ଚିଲିକାକୁ ୩ଟି ସେକ୍ଟର ତଥା କେନ୍ଦ୍ରୀୟ, ଦକ୍ଷିଣ ଓ ବାହ୍ୟ ଆଦି ଅଞ୍ଚଳରେ ବିଭକ୍ତ କରାଯାଇଥାଏ। ସର୍ବାଧିକ ସଂଖ୍ୟାରେ ଡଲଫିନ୍‌ ଦୃଷ୍ଟିଗୋଚର ହେଉଥିବା ଅଞ୍ଚଳ ସାତପଡ଼ା, ଜହ୍ନିକୁଦା ଓ ସାତପଡ଼ାଠାରୁ ସମୁଦ୍ର ମୁହାଣ ପର୍ଯ୍ୟନ୍ତ କେନ୍ଦ୍ରୀୟ ସେକ୍ଟରରେ ଅନ୍ତର୍ଭୁକ୍ତ। ସେହିପରି ନଳବଣ ପାର୍ଶ୍ୱ ଚିଲିକା, ବାଲୁଗଁା ଓ କାଳିଜାଈ ଅଞ୍ଚଳ ଦକ୍ଷିଣ ସେକ୍ଟର ଅନ୍ତର୍ଭୁକ୍ତ ଅଟେ। ପ୍ରକାଶଥାଉ କି, ବିଗତ ବର୍ଷରେ ସମଗ୍ର ଚିଲିକାରେ ଏହି ବିରଳ ଇରାଓ୍ବାଡ଼ି ପ୍ରଜାତିର ଡଲଫିନ୍‌ ୧୬୦ରୁ ଊର୍ଦ୍ଧ୍ୱ ଦେଖାଯାଇଥିଲା। କ୍ରମଶଃ ଏହି ସଂଖ୍ୟା ହ୍ରାସ ପାଇ ଗତବର୍ଷ ୧୨୧ରେ ପହଞ୍ଚିଥିଲା। ବେଆଇନ ଘେରି, ଜାଲ ଓ ଡଙ୍ଗା ଫ୍ୟାନ୍‌ରେ ଛନ୍ଦିହୋଇ ଡଲଫିନ୍‌ ମୃତ୍ୟୁବରଣ କରୁଥିବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ...

ସ୍ତ୍ରୀଙ୍କୁ ହାଣି ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୮ା୬: ପରିଣତ ବୟସରେ ପାରିବାରିକ ମନୋମାଳିନ୍ୟ ଭୟଙ୍କର ରୂପ ନେଇଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ଝିଙ୍ଗର ମଲ୍ଲିକ (୭୪) ସ୍ତ୍ରୀ...

ବି କରଡାବାଡି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ

ବୁଗୁଡା,(ଡି.ଏନ.ଏ)-ବୁଗୁଡା ବ୍ଳକ ଅନ୍ତର୍ଗତ ବି କରଡାବାଡି ପଞ୍ଚାୟତ କୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ସରପଞ୍ଚ। ଉକ୍ତ ପଞ୍ଚାୟତ ର ଆଖପାଖ...

ମଣ୍ଡିରୁ ଉଠିପାରୁନି ଧାନ

ନୂଆପଡ଼ା ଅଫିସ,୨୨୫-କରୋନା କଟକଣା ସମୟରେ ଚାଷୀଙ୍କଠାରୁ ଠିକ୍‌ ସମୟରେ ଧାନ ସଂଗ୍ରହ କରିବା ଓ ତାଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ସରକାର ଗୁରୁତ୍ୱାରୋପ...

ଅନୁଗୋଳର ନୂତନ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ସିଦ୍ଧାର୍ଥ ସ୍ବାଇଁ

ଅନୁଗୋଳ ଅଫିସ,୧୪ା୯: ଅନୁଗୋଳ ଜିଲାରେ ନୂତନ ଜିଲାପାଳ ଭାବେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲା କାର୍ଯ୍ୟାଳୟଠାରେ...

କାଳିଆ ଯୋଜନା ହିତାଧିକାରୀଙ୍କ ଯାଞ୍ଚ:ଧରାପଡ଼ିଲେଣି ୪୨୪ ଅଯୋଗ୍ୟ

କବିସୂର୍ଯ୍ୟନଗର,୧୮ା୮-କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଯେଭଳି ସହାୟତା ପାଇବେ ସେ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ପୂର୍ବରୁ ହୋଇଥିବା ତାଲିକାରୁ...

ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ

ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ...

ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୦ା୨-ଏକ ସ୍କୁଲ ଘର ନିର୍ମାଣ କାମରେ ଅର୍ଥ ତୋଷାରପାତ ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ...


Coronavirus Update

Archives

Model This Week

Why Dharitri