ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର କିସମର ଆଳୁ ଏଫ୍‌ଏଲ୍‌-୨୦୨୭ ଚାଷ କରିବା କାରଣରୁ ଅଦାଲତ ଦୌଡିବାକୁ ବାଧ୍ୟ ହେଉଛନ୍ତି। ପେପ୍ସି ଏବଂ ଲେଜ୍‌ ଚିପ୍ସ ତିଆରି କରୁଥିବା କମ୍ପାନୀ ପେପ୍ସିକୋ ଇଣ୍ଡିଆ ଗୁଜରାଟର ସେହି ୯ ଜଣ ଚାଷୀଙ୍କ ବିରୋଧରେ ଉକ୍ତ ଆଳୁ କିସମ ବ୍ୟବହାର କରିବା ଏବଂ ଆଳୁ ବିକ୍ରି କରିବା ଅଭିଯୋଗ ଆଣି ମାମଲା ଦାଏର କରିବା ସହ ପ୍ରତ୍ୟେକ ୧.୦୫ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଦାବି କରିଛି। ଏହା ଜଣାପଡିବା ପରେ ଚାଷୀ ସଂଗଠନଗୁଡ଼ିକ କମ୍ପାନୀ ବିରୋଧରେ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି।

ଗୁଜରାଟର ସେହି ୯ ଜଣ ଚାଷୀ ଯେଉଁ ଆଳୁ ଉତ୍ପାଦନ କରୁଛନ୍ତି, ତା’ର ଏକମାତ୍ର ଅଧିକାର କେବଳ କମ୍ପାନୀ ନିକଟରେ ରହିଛି ବୋଲି ପେପ୍ସିକୋ ଯୁକ୍ତି ଦର୍ଶାଇଛି। ଏହି ସ୍ବତନ୍ତ୍ର ଧରଣର ଆଳୁକୁ କମ୍ପାନୀ ଲେଜ୍‌ ବ୍ରାଣ୍ଡର ଚିପ୍ସ ତିଆରିରେ ବ୍ୟବହାର କରୁଛି ବୋଲି ଦର୍ଶାଇଛି। ଏହି ଘଟଣା ଜଣାପଡିବା ପରେ ଏବେ ସାରା ଦେଶରେ ଚାଷୀଙ୍କ ମଧ୍ୟରେ ପେପ୍ସିକୋ ବିରୋଧରେ ବିରୋଧର ସ୍ବର ଉଠିଛି। ଚାଷୀଙ୍କ ଅଧିକାର ପାଇଁ କାମ କରୁଥିବା ଏନ୍‌ଜିଓ ଓ ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯାଇଛି। ଏହି ପତ୍ରରେ ୧୯୨ ଜଣ ସ୍ବାକ୍ଷର କରିଥିବାରୁ ଏହାର ଗୁରୁତ୍ୱ କେତେ ତାହା ସହଜେ ଅନୁମେୟ।

ଏହି ୧୯୨ ଲୋକଙ୍କ ସ୍ବାକ୍ଷରରେ ଏକ ପତ୍ର ପ୍ରୋଟେକ୍ସନ ଅଫ୍‌ ପ୍ଲାଣ୍ଟ ଭେରାଇଟିଜ ଆଣ୍ଡ ଫାର୍ମର୍ସ ରାଇଟ୍ସ(ପିପିଭିଆଣ୍ଡଏଫ୍‌ଆର୍‌)ର ଅଧ୍ୟକ୍ଷ ଏବଂ ରେଜିଷ୍ଟ୍ରାରଙ୍କ ନିକଟକୁ ପଠାଯାଇଛି। କେନ୍ଦ୍ର କୃଷି ଏବଂ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏହି ପିପିଭିଆଣ୍ଡଏଫ୍‌ୃଆର୍‌ କାର୍ଯ୍ୟ କରିଥାଏ। କୌଣସି ଘରୋଇ କମ୍ପାନୀ ଚାଷୀ ଏବଂ ଜିଲ୍ଲା କୃଷି କାର୍ଯ୍ୟାଳୟ ବିନାନୁମତିରେ ଖେତରେ ପ୍ରବେଶ କରିପାରିବେ ନାହିଁ ଜଣାଇ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିବାକୁ ପତ୍ରରେ ଦାବି କରାଯାଇଛି।  ସେମାନେ ଦର୍ଶାଇଛନ୍ତି ଯେ, ଏହି ମାମଲା ଦେଶର ଚାଷୀମାନଙ୍କ ବିରୋଧରେ ଏକ ଉଦାହରଣ ହେବାକୁ ଯାଉଛି। ଏହାଦ୍ୱାରା ଚାଷ ଉପରେ ଅଙ୍କୁଶ ଲାଗିଯିବ। ମଲ୍ଟି ନ୍ୟାଶନାଲ କମ୍ପାନୀଗୁଡ଼ିକ ଚାଷକୁ ନିଜ ନିୟନ୍ତ୍ରଣକୁ ନେଇଯିବେ। ଯାହା ଆଦୌ ଗ୍ରହଣୀୟ ନୁହେଁ। ନିୟମ ଦୃଷ୍ଟିରୁ ପଞ୍ଜୀକୃତ ବିହନ ଓ ମଞ୍ଜି ବ୍ୟତୀତ ଚାଷୀ ଯେକୌଣସି ବିହନ ଓ ମଞ୍ଜିକୁ ବ୍ୟବହାର କରିପାରିବେ। ପିପିଭିଆଣ୍ଡଏଫ୍‌ଆର ସମ୍ପୃକ୍ତ ଚାଷୀଙ୍କ ସପକ୍ଷରେ ଅଦାଲତରେ ମାମଲା ଲଢ଼ିବାକୁ ସେମାନେ ପତ୍ରରେ ଅନୁରୋଧ କରିଛନ୍ତି। ନ୍ୟାଶନାଲ ଜିନ୍‌ ପାଣ୍ଠିରୁ ଉକ୍ତ ଚାଷୀଙ୍କ ଅଦାଲତ ଖର୍ଚ୍ଚ ବହନ କରିବାକୁ କୁହାଯାଇଛି।

ରେଜିଷ୍ଟ୍ରାର ଟି.କେ.ନାଗରାଥନା କହିଛନ୍ତି ଯେ, ଚାଷୀଙ୍କ ମାମଲା ବିରୋଧରେ ସେ ଅବଗତ ଅଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପେପ୍ସିକୋ ଇଣ୍ଡିଆର ଆବେଦନର ବିଚାର କରି ଅହମ୍ମଦାବାଦ ସିଟି ସିଭିଲ କୋର୍ଟ ଚଳିତ ମାସ ଆରମ୍ଭରେ ସାବରକାଣ୍ଠାର ୪ ଜଣ ଚାଷୀ ବିପିନ ପଟେଲ, ଛବିଲ ପଟେଲ, ବିନୋଦ ପଟେଲ ଏବଂ ହରିଭାଇ ପଟେଲଙ୍କୁ ୨୬ ଏପ୍ରିଲ ଯାଏ ଏହି କିସମର ଆଳୁ ଚାଷ ଓ ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ମାମଲାର ଯାଞ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରି ଉପସ୍ଥାପନ କରିବା ଲାଗି ଅଦାଲତ ଜଣେ ଓକିଲଙ୍କୁ କୋର୍ଟ କମିଶନର ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏଥିପୂର୍ବରୁ କମ୍ପାନୀ ୨୦୧୮ରେ ଆରାବଳୀ ଜିଲାର ୫ ଜଣ ଚାଷୀ ପ୍ରଭୁଦାସ ପଟେଲ, ଭାରତ ପଟେଲ, ଜିତୁ ପଟେଲ, ବିନୋଦ ପଟେଲ ଏବଂ ଜିଗରକୁମାର ପଟେଲଙ୍କ ବିରୋଧରେ ମାମଲା ଦାଏର କରିଛି। ଏହାର ଶୁଣାଣି ଆରାବଳୀ ଜିଲା ଅଦାଲତରେ ଚାଲିଛି। ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦ୍‌ରେ ଏକ ଏନ୍‌ଜିଓ କାର୍ଯ୍ୟରତ ବିନୟ ମହାଜନ ଏହାକୁ ଚାଷୀଙ୍କ ବ୍ୟକ୍ତିଗତ ଏବଂ ଅଧିକାର ଉପରେ ହସ୍ତକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ କମ୍ପାନୀ ଚାଷୀଙ୍କ ଖେତର ଗୋଇନ୍ଦାଗିରି କରିଛି ଏବଂ ସେମାନଙ୍କ ଆଳୁର ନମୁନା ସଂଗ୍ରହ କରିଛି। ଏହା ପୂର୍ଣ୍ଣ ମାତ୍ରାରେ ଚାଷୀଙ୍କ ଗୋପନୀୟତା ଭଙ୍ଗ ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri