ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍‌ଏମ୍‌ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା

ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଶନିବାର ସକାଳୁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ନାବାଳିକାଙ୍କ ପରିବାରଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ ସେମାନଙ୍କୁ ସମର୍ଥନ କରି ଅଣ ରାଜନୈତିକ ସଂଗଠନ ‘ଭଞ୍ଜ ସେନା’ ପକ୍ଷରୁ ନାବାଳିକାଙ୍କ ମୃତଦେହକୁ କଲେଜ ଗେଟ୍‌ ବାହାରେ ରଖି ଆନ୍ଦୋଳନ କରାଯାଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ବାରିପଦା ସଦର ଏସଡିପିଓ କେ.ପି. ପଟ୍ଟନାୟକ ଓ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ହସ୍ପିଟାଲ ମ୍ୟାନେଜର ଡା. ସମୀର ମହାପାତ୍ର ଘଟଣା ସ୍ଥଳକୁ ଆସି ଲିଖିତ ଭାବେ ଘଟଣାର ତଦନ୍ତ ହେବ ଏବଂ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ଉଠିଥିଲା ।

ସୁଚନା ଅନୁଯାୟୀ, ଚାନ୍ଦୁଆ ଥାନା ଅଧୀନ ଚାଲୁଣିଆ ଗ୍ରାମର ବିରେନ୍ଦ୍ର ପାତ୍ରଙ୍କ ୧୫ ବର୍ଷର ଝିଅ ରଞ୍ଜିତାଙ୍କର ଶୁକ୍ରବାର ଦେହ ଖରାପ ହୋଇଥିଲା । ପରେ ତାଙ୍କୁ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ଭଞ୍ଜ ସେନା ପକ୍ଷର କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ମୁଖପାତ୍ର ଜ୍ୟୋତି ପୃଷ୍ଟି, ରାକେଶ ବେହେରା ଓ ରବି ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଧାରଣାରେ ବସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ରାଜପଥ ପାର୍ଶ୍ୱ ହୋଟେଲରେ ଚଢାଉ

ଜଳେଶ୍ୱର, ୨୪ା୧୧(ଡି.ଏନ.ଏ.)-ଜଳେଶ୍ୱର ନିକଟ ଦେଇ ଯାଇଥିବା ୬୦ନଂ. ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବରପାଇ ରବିବାର ସକାଳେ ପୋଲିସ...

ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା...

୩ ବର୍ଷରେ ମଲେଣି ୨୪୬ ହାତୀ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ) :ଓଡ଼ିଶାରେ ବିପଦରେ ଅଛନ୍ତି ହାତୀ। ଗତ ୩ ବର୍ଷରେ ବିଭିନ୍ନ କାରଣରୁ ୨୪୬ ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ...

ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ...

ଏପ୍ରିଲରୁ ରବିବାର କ୍ଲାସ ବନ୍ଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ସ୍କୁଲରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ପିଏମଜିଏସଓ୍ବାଇ) ରାସ୍ତା ନିର୍ମାଣକୁ ନେଇ ମଙ୍ଗଳବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ରାଜସ୍ବ ଗ୍ରାମକୁ ହିସାବକୁ ନିଆଯାଇଥିବାରୁ ଅନେକ ବଡ...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର, ୨୯ା୧(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ କମ ସ୍ପେଶାଲ ଜଜ ଲୋକନାଥ ସାହୁ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ବୁଧବାର ଦୋଷୀ...

Advertisement
Archives

Model This Week